ହାଇକୋର୍ଟରେ ମା’: କହିବିନି ସ୍ପର୍ମ ଡୋନରଙ୍କ ନାମ, ବିନା ପିତାଙ୍କ ନାମରେ ଝିଅ ପାଇଁ ଚାହାଁନ୍ତି ଜନ୍ମ ପ୍ରମାଣପତ୍ର

Advertisment
ହାଇକୋର୍ଟରେ ମା’: କହିବିନି ସ୍ପର୍ମ ଡୋନରଙ୍କ ନାମ, ବିନା ପିତାଙ୍କ ନାମରେ ଝିଅ ପାଇଁ ଚାହାଁନ୍ତି ଜନ୍ମ ପ୍ରମାଣପତ୍ର

ମୁମ୍ବାଇ: ବମ୍ବେ ହାଇକୋର୍ଟଙ୍କୁ ଜଣେ ମହିଳା କହିଛନ୍ତି, ବିନା ପିତାଙ୍କ ନାମରେ ତାଙ୍କ ଝିଅ ପାଇଁ ଜନ୍ମ ପ୍ରମାଣପତ୍ର ଚାହୁଁଛନ୍ତି। ମୁମ୍ବାଇର ନାସୋପାରା ଅଞ୍ଚଳର ୩୧ ବର୍ଷୀୟ ମହିଳା ଜଣକ କହିଛନ୍ତି, ତାଙ୍କର ଝିଅ ଜଣେ ଅଜଣା ‘ସ୍ପର୍ମ ଡେନାର’ଙ୍କ ମାଧ୍ୟମରେ ଜନ୍ମ ନେଇଥିଲା ଓ ସେ ଏହି ବ୍ୟକ୍ତିଙ୍କର ନାମ କହିବାକୁ ଚାହୁଁ ନାହାଁନ୍ତି। ଝିଅଟିର ପିତାଙ୍କ ନାମ କହିବା ପାଇଁ ତାଙ୍କୁ କୋର୍ଟ ତରଫରୁ ବାଧ୍ୟ କରା ନ ଯାଉ।

publive-image

ମହିଳାଙ୍କ ଓକିଲ ଉଦୟ ଓ୍ଵରୁନଜିକର କୋର୍ଟରେ କହିଛନ୍ତି, ମହିଳାଙ୍କ ଝିଅ ଟେଷ୍ଟ ଟ୍ୟୁବ୍‌ ବେବି ଜରିଆରେ ଜନ୍ମ ନେଇଛି। ବିଚାରପତି ଜଷ୍ଟିସ୍‌ ଅଭୟ ଓକା ଓ ଜଷ୍ଟିସ୍‌ ପ୍ରଦୀପ ଦେଶମୁଖଙ୍କ ଦ୍ୱାରା ଗଠିତ ଖଣ୍ଡପୀଠଙ୍କୁ ଉଦୟ କହିଛନ୍ତି ଜଣେ ଅଜଣା ବ୍ୟକ୍ତିଙ୍କ ଠାରୁ ସ୍ପର୍ମ ମିଳିଥିଲା।

publive-image

ହାଇକୋର୍ଟ ଏହି ମାମଲାକୁ ନେଇ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ(ବିଏମ୍‌ସି)କୁ ଜବାବ ଦେବାକୁ କହିଛନ୍ତି। ମହିଳା ଜଣକ ନିଜର ଅପିଲରେ କହିଛନ୍ତି ଯେ, ସେ ଅବିବାହିତ ଓ ୨୦୧୬ ଅଗଷ୍ଟରେ ଝିଅକୁ ଜନ୍ମ ଦେଇଥିଲେ। ମହିଳା ଜଣକ କହିଛନ୍ତି, ସେ ଝିଅକୁ ପାଳିବାରେ ସକ୍ଷମ ଅଟନ୍ତି। ତାଙ୍କ କହିବା ଅନୁସାରେ ସେ ଚାହାଁନ୍ତି ନାହିଁ ଯେ, ଝିଅର ପିତାଙ୍କ ନାମ ରେକର୍ଡରେ ରହୁ।

ମହିଳା ଜଣକ କହିଛନ୍ତି, ତାଙ୍କୁ ବିଏମ୍‌ସି ପକ୍ଷରୁ ଡିସେମ୍ବର ୧୦ରେ ଏକ ନୋଟିସ ଜାରି କରିଥିଲା କିନ୍ତୁ ଏହାର କୌଣସି ଜବାବ ଆସି ନଥିଲା। ଏକକ ଅଭିଭାବକ ନେଇ ସୁପ୍ରିମକୋର୍ଟ ପୂର୍ବରୁ ନିଷ୍ପତ୍ତି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe