ମାନବତା ପାଇଁ ଲଜ୍ଜା : ୭ ଦିନର ଶିଶୁକନ୍ୟାକୁ ଜଳନ୍ତା ଚୁଲିକୁ ଫିଙ୍ଗିଲା ମା’

Advertisment

ଉତ୍ତରପ୍ରଦେଶର ଉନ୍ନାଓରେ ଏକ ଅତ୍ୟନ୍ତ ଲଜ୍ଜାଜନକ ଏବଂ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ମା ନିଜର ୭ଦିନର ଶିଶୁକୁ ଜଳନ୍ତା ଚୁଲିକୁ ଫିଙ୍ଗିଦେଇଛି । ଏହାଫଳରେ ନବଜାତ ଶିଶୁଟି ଗୁରୁତର ଭାବେ ପୋଡ଼ି ଯାଇଛି।

ଉତ୍ତରପ୍ରଦେଶର ଉନ୍ନାଓରେ ଏକ ଅତ୍ୟନ୍ତ ଲଜ୍ଜାଜନକ ଏବଂ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ମା ନିଜର ୭ଦିନର ଶିଶୁକୁ ଜଳନ୍ତା ଚୁଲିକୁ ଫିଙ୍ଗିଦେଇଛି । ଏହାଫଳରେ ନବଜାତ ଶିଶୁଟି ଗୁରୁତର ଭାବେ ପୋଡ଼ି ଯାଇଛି।

00

ଉନ୍ନାଓ: ଉତ୍ତରପ୍ରଦେଶର ଉନ୍ନାଓରେ ଏକ ଅତ୍ୟନ୍ତ ଲଜ୍ଜାଜନକ ଏବଂ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ମା ନିଜର ୭ଦିନର ଶିଶୁକୁ ଜଳନ୍ତା ଚୁଲିକୁ ଫିଙ୍ଗିଦେଇଛି । ଏହାଫଳରେ ନବଜାତ ଶିଶୁଟି ଗୁରୁତର ଭାବେ ପୋଡ଼ି ଯାଇଛି। ଶିଶୁର ବାପା ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରୁ ଡାକ୍ତର ଶିଶୁଟିକୁ ଲକ୍ଷ୍ନୌର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ, ଯେଉଁଠାରେ ସେ ଏବେ ଚିକିତ୍ସିତ ହେଉଛି।

ସେପଟେ ସ୍ୱାମୀ ତାଙ୍କ ପତ୍ନୀଙ୍କ ଉପରେ ଡ୍ରଗ୍ସ ନିଶାରେ ଥିବା ଅଭିଯୋଗ ଆଣିଛନ୍ତି । ପୂରା ଘଟଣାକୁ ନେଇ ସେ ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି ।

ସୋନୁଙ୍କ ପତ୍ନୀ ରୋଶନୀ ଏକ ସପ୍ତାହ ତଳେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। କିନ୍ତୁ ନବଜାତ କନ୍ୟା ଜନ୍ମକୁ ନେଇ ସେ ଖୁସି ନଥିଲେ। ଗତ ନଭେମ୍ବର ୮ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ବେଳେ ରୋଶନୀ ଶିଶୁଟିକୁ ଏକ ଜଳୁଥିବା ଚୁଲାରେ ଫିଙ୍ଗି ଦେଇଥିଲେ, ଯାହା ଫଳରେ କୋମଳ ଶିଶୁଟି ଗୁରୁତରଭାବ ପୋଡ଼ିଯାଇଛି ।

ଉନ୍ନାଓ ଜିଲ୍ଲାର କାୟାମପୁର ନିମ୍ବ୍ରାୱାରା ଅଞ୍ଚଳରେ ଏହି ଘଟଣା ଘଟିଛି। ଏଠାରେ ରହୁଥିବା ସୋନୁ ଶ୍ରମିକ ଭାବେ କାମ କରନ୍ତି। ସୋନୁଙ୍କ ପତ୍ନୀ ରୋଶନୀ ଏକ ସପ୍ତାହ ତଳେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। କିନ୍ତୁ ନବଜାତ କନ୍ୟା ଜନ୍ମକୁ ନେଇ ପତ୍ନୀ ଖୁସି ନଥିଲେ। ଗତ ନଭେମ୍ବର ୮ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ବେଳେ ରୋଶନୀ ଶିଶୁଟିକୁ ଜଳୁଥିବା ଚୁଲାରେ ଫିଙ୍ଗି ଦେଇଥିଲେ, ଯାହା ଫଳରେ କୋମଳ ଶିଶୁଟି ଗୁରୁତରଭାବ ପୋଡ଼ିଯାଇଛି । ନିଜ ବଡ଼ ଝିଅ ଖୁସିଙ୍କ ଚିତ୍କାର ଶୁଣି ସୋନୁ ଘର ଭିତରକୁ ଦୌଡ଼ି ଆସି ଜଳୁଥିବା ଚୁଲାରେ ଶିଶୁକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସୋନୁ ଶିଶୁଟିକୁ ଉଠାଇ ସ୍ଥାନୀୟ ଏକ ଡାକ୍ତରଖାନାକୁ ନେଇଥିଲେ, ସେଠାରେ ତାହାର ଅବସ୍ଥା ଗୁରୁତର ହେବାରୁ ତାକୁ ଡାକ୍ତର ଲକ୍ଷ୍ନୌର ସିଭିଲ ହସ୍ପିଟାଲକୁ ପଠାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe