ଅସୁସ୍ଥ ପୁଅକୁ ଭେଟିବା ପାଇଁ ୬ ରାଜ୍ୟ ଅତିକ୍ରମ କଲେ କେରଳ ମହିଳା, ୩ ଦିନରେ ୨୭୦୦ କିମି ଯାତ୍ରା

Advertisment
ଅସୁସ୍ଥ ପୁଅକୁ ଭେଟିବା ପାଇଁ ୬ ରାଜ୍ୟ ଅତିକ୍ରମ କଲେ କେରଳ ମହିଳା, ୩ ଦିନରେ ୨୭୦୦ କିମି ଯାତ୍ରା

ନୂଆଦିଲ୍ଲୀ: ଦେଶବ୍ୟାପୀ ଲକ୍‌ଡାଉନ୍‌ ଜ‌ାରି ହୋଇଥିବାବେଳେ କେରଳର ଜଣେ ମହିଳା ନିଜ ଅସୁସ୍ଥ ପୁଅକୁ ଭେଟିବାପାଇଁ ୨୭୦୦ କିମି ଯାତ୍ରା କରିଛନ୍ତି। ୬ ରାଜ୍ୟ ଅତିକ୍ରମ କରି କେରଳ ମହିଳା ଜଣଙ୍କ ରାଜସ୍ଥାନର ଯୋଧପୁରରେ ଥିବା ତାଙ୍କ ବିଏସଫ୍‌ ଯବାନ ପୁଅଙ୍କୁ ଭେଟିଛନ୍ତି। ୫୦ ବର୍ଷୀୟା ଉକ୍ତ ମହିଳାଙ୍କ ସହ ତାଙ୍କ ‌ବୋହୂ ଏବଂ ଅନ୍ୟ ଜଣେ ସମ୍ପର୍କୀୟ ମଧ୍ୟ ଥିଲେ। ଉକ୍ତ ମହିଳାଙ୍କ ପୁଅ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ମାଂସପେଶୀ ଜନିତ ସମସ୍ୟା ଯୋଗୁଁ ‌ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର ହୋଇ ଯାଇଥିଲା। ଏ ସମ୍ପର୍କରେ ଖବର ପାଇ ବିଏସଏଫ୍‌ ଯବାନ ଅରୁଣ କୁମାରଙ୍କ ମା' ତାଙ୍କୁ ଭେଟିବାପାଇଁ ନିଷ୍ପତ୍ତି ନେଇଥିଲେ। ମହିଳା ଜଣଙ୍କୁ ତାମିଲନାଡ଼ୁ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଶେଷରେ ଗୁଜରାଟ ଅତିକ୍ରମ କରି ତାଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ପଡ଼ିଥିଲା। ତେବେ କେନ୍ଦ୍ର ମନ୍ତ୍ରୀ ଭି ମୁରଲିଧରନ ଉକ୍ତ ମାମଲାରେ ହସ୍ତକ୍ଷେପ କରିବାପରେ ଉକ୍ତ ମହିଳାଙ୍କୁ ଆବଶ୍ୟକୀୟ ପାସ୍‌ ମିଳିଥିଲା। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମନ୍ତ୍ରୀଙ୍କ ସହଯୋଗ ମାଗିବାପରେ ସେମାନଙ୍କ ପାଇଁ ମାଗଣା କ୍ୟାବ୍‌ ବ୍ୟବସ୍ଥା କରାଯାଇଥିଲା। ଉଲ୍ଲେଖଯୋଗ୍ୟ ନିକଟରେ ଆନ୍ଧ୍ରପ୍ରଦେଶର ଜଣେ ମହିଳା ତାଙ୍କ ପୁଅକୁ ଘରକୁ ଫେରାଇ ଆଣିବାପାଇଁ ୧୪୦୦ କିମି ସ୍କୁଟିରେ ଯାତ୍ରା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe