ହିଜାବ୍‌ ବିବାଦ ସଂକ୍ରାନ୍ତରେ ଅନ୍ୟର ପ୍ରରୋଚନାରେ ପଡ଼ି ଦିଆଯାଉଥିବା ମନ୍ତବ୍ୟ ଗ୍ରହଣୀୟ ନୁହେଁ: ଭାରତ

ମଙ୍ଗଳବାର ଯାଏଁ ଘୁଞ୍ଚିଲା ହିଜାବ ଶୁଣାଣି

Image Courtesy of NDTV

ନୂଆଦିଲ୍ଲୀ: ହିଜାବ୍‌ ବିବାଦ ପ୍ରସଙ୍ଗରେ ବିଶ୍ବବ୍ୟାପୀ ଚର୍ଚ୍ଚା ଚଲିଥିବା ବ‌େଳେ ଆଜି ଭାରତ କହିଛି ଯେ, ‌ଭାରତର ଅଭ୍ୟନ୍ତରୀଣ ବ୍ୟାପାରରେ ଅନ୍ୟର ପ୍ରରୋଚନାରେ ପଡ଼ି ଦିଆଯାଉଥିବା ମନ୍ତବ୍ୟ ଗ୍ରହଣୀୟ ନୁହେଁ।

ସୂଚନାଯୋଗ୍ୟ, କର୍ଣ୍ଣାଟକର କେତୋଟି କଲେଜର ମୁସଲମାନ୍‌ ଛାତ୍ରୀମାନେ ଶ୍ରେଣୀଗୃହକୁ ହିଜାବ୍‌ ପିନ୍ଧି ଯିବା ପାଇଁ ଦାବି କରିବାରୁ ସମ୍ପ୍ରତି ଭାରତର କେତେକ ଅଞ୍ଚଳରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି।

କେତେକ ଦେଶ ଏ ବିଷୟରେ ଦେଇଥିବା ମନ୍ତବ୍ୟ କଥା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପ୍ରତିକ୍ରିୟା ପ୍ରକାଶ କରି ଉପରୋକ୍ତ କଥା କହିଛି।

publive-image Image Courtesy of The Times of India

ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ୍‌ ବାଗ୍‌ଚି ଏ ସଂକ୍ରାନ୍ତରେ ଦେଇଥିବା ବିବୃତିରେ କହିଛନ୍ତି, କର୍ଣ୍ଣାଟକ ରାଜ୍ୟର କେତେକ ଶିକ୍ଷାନୁଷ୍ଠାନରେ ‘ଡ୍ରେସ୍‌ କୋଡ୍‌’ ସଂକ୍ରାନ୍ତ ବିବାଦ ସମ୍ପ୍ରତି ମାନ୍ୟବର କର୍ଣ୍ଣାଟକ ହାଇକୋର୍ଟଙ୍କଦ୍ବାରା ନ୍ୟାୟିକ ପରୀକ୍ଷା କରାଯାଉଛି। ଆମର ସାମ୍ବିଧାନିକ ଢାଞ୍ଚା ଏବଂ ଶାସନକଳ ତଥା ଆମର ଗଣତାନ୍ତ୍ରିକ ନୈତିକତା ଏବଂ ସଂଗଠିତ ସମାଜଦ୍ବାରା ଏଭଳି ସମସ୍ୟା ସବୁର ବିଚାର ଓ ସମାଧାନ କରାଯାଏ। ଯେଉଁମାନେ ଭାରତକୁ ଉତ୍ତମ ରୂପେ ଜାଣନ୍ତି, ସେମାନେ ବାସ୍ତବତାର ସଠିକ୍‌ ମୂଲ୍ୟାୟନ କରିଥାଆନ୍ତେ।

ବିଦେଶରେ ଧାର୍ମିକ ସ୍ବାଧୀନତା ଉପରେ ଦୃଷ୍ଟି ରଖୁଥିବା ଏବଂ ରିପୋର୍ଟ କରୁଥିବା ଯୁକ୍ତରାଷ୍ଟ୍ର ଆମେରିକାର ଏକ ସଙ୍ଗଠନ ଗତକାଲି କର୍ଣ୍ଣାଟକକୁ ସମାଲୋଚନା କରିଥିଲା। ସେହିପରି, ‘ଆମ୍ବାସାଡର୍‌ ଆଟ୍‌ ଲାର୍ଜ ଫର୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ରିଲିଜିୟସ୍‌ ଫ୍ରିଡମ୍‌’ର (ଆଇଆର୍‌ଏଫ୍‌) ରାଷ୍ଟ୍ରଦୂତ ରଶଦ୍‌ ହୁସେନ୍‌ ଟୁଇଟ୍‌ କରି ଲେଖିଥିଲେ, ସ୍କୁଲ୍‌ରେ ହିଜାବ୍‌ ନିଷିଦ୍ଧ ହେଉଛି ଧାର୍ମିକ ସ୍ବାଧୀନତାର ଉଲ୍ଲଂଘନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe