୬ମାସ ମଧ୍ୟରେ କମ ହୋଇଗଲା ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା !

'ମୁଡ୍ ଅଫ୍ ଦି ନେସନ୍' ସର୍ଭେରେ ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ଦେଶର ପସନ୍ଦ ଭାବରେ ଉଭା ହୋଇଛନ୍ତି। ଅଗଷ୍ଟ ୨୦୨୫ରେ କରାଯାଇଥିବା ଏହି ସର୍ଭେରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନରେ ସାମାନ୍ୟ ହ୍ରାସ ଦେଖାଯାଇଛି।

New Project

ନୂଆଦିଲ୍ଲୀ: 'ମୁଡ୍ ଅଫ୍ ଦି ନେସନ୍' ସର୍ଭେରେ ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ଦେଶର ପସନ୍ଦ ଭାବରେ ଉଭା ହୋଇଛନ୍ତି। ଅଗଷ୍ଟ ୨୦୨୫ରେ କରାଯାଇଥିବା ଏହି ସର୍ଭେରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନରେ ସାମାନ୍ୟ ହ୍ରାସ ଦେଖାଯାଇଛି। ଫେବ୍ରୁଆରି ୨୦୨୫ରେ କରାଯାଇଥିବା ସର୍ଭେରେ ୬୨ପ୍ରତିଶତ ଲୋକ ତାଙ୍କ କାର୍ଯ୍ୟଦକ୍ଷତାକୁ ଭଲ ବୋଲି କହିଥିଲେ। ହେଲେ ଏଥର ୫୮ପ୍ରତିଶତ ଲୋକ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

ସାମାନ୍ୟ ହ୍ରାସ ସତ୍ତ୍ୱେ ୧୧ବର୍ଷର କାର୍ଯ୍ୟକାଳ ପରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଜନସାଧାରଣଙ୍କ ନିରନ୍ତର ସମର୍ଥନ ରହିଥିବା ଦେଖାଯାଇଛି।। ସର୍ଭେରେ ସାମିଲ ହୋଇଥିବା ୩୪.୨ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ତୃତୀୟ କାର୍ଯ୍ୟକାଳକୁ ଏପର୍ଯ୍ୟନ୍ତ ଉତ୍କୃଷ୍ଟ ବୋଲି ବର୍ଣ୍ଣନା କରିଛନ୍ତି। ଏହା ସହ ୨୩.୮ ପ୍ରତିଶତ ଲୋକ ଏହାକୁ ଭଲ ବୋଲି ବିବେଚନା କରିଛନ୍ତି। ଫେବ୍ରୁଆରି ୨୦୨୫ରେ କରାଯାଇଥିବା ସର୍ଭେରେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟଦକ୍ଷତାକୁ ଉତ୍କୃଷ୍ଟ ବୋଲି ବର୍ଣ୍ଣନା କରିଥିବା ଲୋକଙ୍କ ପ୍ରତିଶତ ୩୬.୧ ପ୍ରତିଶତ ଥିଲା, ଯାହା ଏଥର ସାମାନ୍ୟ ହ୍ରାସ ପାଇଛି।

ଏହା ସହିତ ୧୨.୭ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଦର୍ଶନକୁ କାମଚଳା ବୋଲି ବର୍ଣ୍ଣନା କରିଥିବା ବେଳେ ୧୨.୬ ପ୍ରତିଶତ ଏବଂ ୧୩.୮ ପ୍ରତିଶତ ଲୋକ ଏହାକୁ 'ଖରାପ' ଏବଂ 'ଅତି ଖରାପ' ବୋଲି କହିଛନ୍ତି।

ଇଣ୍ଡିଆ ଟୁଡେ-ସି ଭୋଟର ମୁଡ୍ ଅଫ୍ ଦି ନେସନ୍ (ଏମଓଟିଏନ) ପୋଲ୍ ୧ ଜୁଲାଇରୁ ୧୪ ଅଗଷ୍ଟ ୨୦୨୫ମଧ୍ୟରେ କରାଯାଇଥିଲା, ଯେଉଁଥିରେ ସମସ୍ତ ଲୋକସଭା ନିର୍ବାଚନମଣ୍ଡଳୀର ୫୪,୭୮୮ଜଣଙ୍କ ମତାମତ ନିଆଯାଇଥିଲା। ସି ଭୋଟରଙ୍କ ଟ୍ରାକର ଡାଟାରୁ ଅତିରିକ୍ତ ୧,୫୨,୦୩୮ ଜଣଙ୍କ ମତାମତ ମଧ୍ୟ ବିଶ୍ଳେଷଣ କରାଯାଇଥିଲା। ଏହି ଏମଓଟିଏନ ରିପୋର୍ଟ ପାଇଁ ମୋଟ ୨,୦୬,୮୨୬ ଜଣଙ୍କ ସାକ୍ଷାତକାର ନିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe