ଉତ୍ତରପ୍ରଦେଶ: ଟ୍ରାଫିକ ନିୟମକୁ ଉଲଂଘନ, ଅଟୋ ଉପରେ ବସିଲେ ଅନେକ ଛାତ୍ର

ଉତ୍ତରପ୍ରଦେଶ: ଟ୍ରାଫିକ ନିୟମକୁ ଉଲଂଘନ, ଅଟୋ ଉପରେ ବସିଲେ ଅନେକ ଛାତ୍ର

Zee News

ଲକ୍ଷ୍ନୌ: ନୂତନ ଭାବେ ଯାନବାହନ ନିୟମ ଲାଗୁ ହେବା ପରେ ଟ୍ରାଫିକ ନିୟମକୁ କଡାକଡ଼ି କରିଦିଆଯାଇଛି। ଜରିମାନା ରାଶି ବହୁଗୁଣରେ ବଢ଼ିଯାଇଛି, ଯାହାଦ୍ୱାରାକି ଲୋକେ ନିୟମ ଉଲଂଘନ କରିବାକୁ ଡରୁଛନ୍ତି। ମାତ୍ର ଉତ୍ତର ପ୍ରଦେଶର ହାପୁଡରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି।

ଏଠାରେ ଏକ ନମ୍ବର ବିହୀନ ଅଟୋର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସବୁଠାରୁ ବଡ଼ କଥା ହେଲା ଯେ, ଅଟୋର ସିଟରେ ଜାଗା ନ ମିଳିବାରୁ ଏହାର ଛାତ ଉପରେ ମଧ୍ୟ ଛାତ୍ର ବସିଛନ୍ତି। ସେହିଭଳି କିଛି ଛାତ୍ର ଅଟୋ ପଛରେ ଏବଂ ଉଭୟ ପାର୍ଶ୍ୱରେ ଛିଡା ହୋଇ ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି। ସାଧାରଣତଃ ଏକ ଅଟୋରେ ଅଧିକାଂଶ ଭାବେ ୪ ଜଣ ବସିବା ପାଇଁ ଜାଗା ଥିବା ବେଳେ ଏଥିରେ ପାଖାପାଖି ୨୦ ଜଣ ଛାତ୍ର ଯାଉଥିବା ଫଟୋରୁ ଜଣାପଡୁଛି। ଭିଡିଓ ଭାଇରାଲ ହେବା ପରେ ଟ୍ରାଫିକ ପୁଲିସ ସଂପୃକ୍ତ ଅଟୋକୁ ଜବତ କରିଛି।

ଏହି ଅଟୋରେ ଛାତ୍ରମାନେ ନିଜ ଜୀବନକୁ ବାଜି ଲଗାଇ ଯାତ୍ରା କରୁଛନ୍ତି। ନମ୍ବର ବିହୀନ ଅଟୋ ନିର୍ଭୟରେ ରାସ୍ତାରେ ଯାଉଛି। ଯଦିଓ ଟ୍ରାଫିକ ପୁଲିସ ଏହି ଅଟୋକୁ ଜବତ କରିଛି, ତଥାପି ତା’ ପୂର୍ବରୁ କ’ଣ କରୁଥିଲା, ସେ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe