୨୦୦ ଆରୋହୀ ଶିଖରରେ ପହଞ୍ଚିବାକୁ ଉଦ୍ୟମ କରିବାରୁ ଏଭରେଷ୍ଟ୍‍ ଶୃଙ୍ଗରେ ‘ଟ୍ରାଫିକ୍‌ ଜାମ୍‌’

Advertisment
୨୦୦ ଆରୋହୀ ଶିଖରରେ ପହଞ୍ଚିବାକୁ ଉଦ୍ୟମ କରିବାରୁ ଏଭରେଷ୍ଟ୍‍ ଶୃଙ୍ଗରେ ‘ଟ୍ରାଫିକ୍‌ ଜାମ୍‌’

Image Souce: Hindustan Times

କାଠମାଣ୍ଡୁ: ୨୦୦ ପର୍ବତାରୋହୀ ଶିଖରରେ ପହଞ୍ଚିବାକୁ ଉଦ୍ୟମ କରିବାରୁ ବୁଧବାର ଦିନ ବିଶ୍ୱର ଉଚ୍ଚତମ ଶୃଙ୍ଗ ମାଉଣ୍ଟ୍‌ ଏଭରେଷ୍ଟ୍‍ରେ ଟ୍ରାଫିକ୍‌ ଜାମ୍‌ ଭଳି ପରିସ୍ଥିତି ହୋଇଥିବା କଥା କୁହାଯାଉଛି।

ଭୋର୍‌ ସମୟରେ ବିଭିନ୍ନ ଦେଶର ପର୍ବତାରୋହୀମାନେ କ୍ୟାମ୍ପ୍‌-୪ ଉପରେ ପହଞ୍ଚିବା ପରେ ଅଭିଯୋଗ କରିଥିଲେ କି, ଶିଖରକୁ ଯିବା ରାସ୍ତାରେ ସେମାନେ ଧାଡ଼ି ବାନ୍ଧି ଦୁଇ ଘଣ୍ଟାରୁ ଅଧିକ କାଳ ଅପେକ୍ଷା କରିଛନ୍ତି।

ଏଭରେଷ୍ଟ୍‍ ବେସ୍‌ କ୍ୟାମ୍ପ୍‌ରେ ଲିଆସନ୍‌ ଅଫିସର୍‌ ଭାବେ ପର୍ଯ୍ୟଟନ ମନ୍ତ୍ରାଳୟ ଦ୍ୱାରା ମୁତୟନ ହୋଇଥିବା ଜ୍ଞାନେନ୍ଦ୍ର ଶ୍ରେଷ୍ଠ କହନ୍ତି ବୁଧବାର ଅପରାହ୍ଣ ସୁଦ୍ଧା ଯେଉଁମାନେ ଶିଖରରେ ପହଞ୍ଚି ଯାଇଥିଲେ ସେମାନେ ଅଟକି ରହିଥିଲେ। କିନ୍ତୁ, ସେମାନଙ୍କର ବାସ୍ତବ ସଂଖ୍ୟା କେତେ ଜଣାପଡ଼ିନାହିଁ।

ଏଇ ବସନ୍ତଋତୁରେ ସରକାର ୪୪ଟି ଟିମ୍‌କୁ ରେକର୍ଡ ସଂଖ୍ୟକ ୩୮୧ କ୍ଲାଇମିଙ୍ଗ୍‌ ପର୍‌ମିଟ୍‌ ଦେଇଥିଲେ।

୧୯୫୩ ମସିହାରେ ଏଡ୍‌ମଣ୍ଡ୍‌ ହିଲାରି ଏବଂ ଶେର୍ପା ତେଞ୍ଜିଙ୍ଗ୍‌ ନର୍ଗେ ଏଭରେଷ୍ଟ ଶୃଙ୍ଗ ଆରୋହାଣ କରିବା ପର ଠାରୁ ଏଯାବତ୍‌ ୪, ୪୦୦ରୁ ଅଧିକ ଲୋକେ ବିଶ୍ୱର ଏହି ଉଚ୍ଚତମ ଶୃଙ୍ଗ ଆରୋହଣ କରିସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe