ବ୍ରେନ ଟ୍ୟୁମର ଅସ୍ତ୍ରୋପଚାର ସମୟରେ କମେଡ଼ି ଦୃଶ୍ୟ ଦେଖୁଥିଲେ ରୋଗୀ

ମସ୍ତିଷ୍କ ଅସ୍ତ୍ରୋପଚାର ସମୟରେ କମେଡ଼ି ଦୃଶ୍ୟ ଦେଖୁଥିଲେ ରୋଗୀ। ଟାବଲେଟ ଧରିବାରେ ସାହାଯ୍ୟ କରିଥିଲେ ହସ୍ପିଟାଲ କର୍ମଚାରୀ। ଭିଡିଓ ଭାଇରାଲ ହେବାପରେ ଲୋକେ ଦେଉଛନ୍ତି ବିଭିନ୍ନ ପ୍ରତିକ୍ରିୟା।

ନୂଆଦିଲ୍ଲୀ: ଶରୀରର ଯେକୌଣସି ଅଙ୍ଗ ହେଉ ନା କାହିଁକି ଅସ୍ତ୍ରୋପଚାର ହେବାର ଥିଲେ ଭୟ ଲାଗିଥାଏ। ତେବେ କିଛିଦିନ ହେବ ଅସ୍ତ୍ରୋପଚାର ଚାଲିଥିବା ବେଳେ କିଛି ରୋଗୀ ଭଜନ ଗାଉଥିବାର ଭିଡିଓ ସାମ୍ନାକୁ ଆସିଥିଲା। ନିକଟରେ ବି ଜଣେ ମହିଳା ରୋଗୀଙ୍କ ଅସ୍ତ୍ରୋପଚାର ସମୟର ଭିଡିଓ ସାମ୍ନାକୁ ଆସିଛି। ଯେଉଁ ସମୟରେ ଉକ୍ତ ମହିଳା ରୋଗୀ ଜଣକ ଏକ କମେଡି ସିନେମାର କିଛି ଦୃଶ୍ୟ ଦେଖୁଥିବା ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି। 

ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶର କୋଟ୍ଟାପାଲିର ଅନନ୍ତଲକ୍ଷ୍ମୀ ନାମକ ମହିଳା ରୋଗୀ ଜୁନିଅର ଏନଟିଆର ଏବଂ ବ୍ରାହ୍ମାନନ୍ଦଙ୍କ କମେଡି ଦୃଶ୍ୟ ଦେଖୁଥିଲେ। ଏହି ମୁହୂର୍ତ୍ତର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ସ୍ଥାନୀୟ ନ୍ୟୁଜ୍ ମିଡିଆ ତେଲୁଗୁ ସ୍କ୍ରାଇବ ରିପୋର୍ଟ ଅନୁସାରେ, ଡାକ୍ତରମାନେ ଅନନ୍ତଲକ୍ଷ୍ମୀନାମକ ମହିଳାଙ୍କ ମସ୍ତିଷ୍କ ଅସ୍ତ୍ରୋପଚାର କରିଥିଲେ । ଆନ୍ଧ୍ରପ୍ରଦେଶର କାକିନାଡାସ୍ଥିତ ଡାକ୍ତରଖାନାରେ ଜାଗ୍ରତ କ୍ରାନିଓଟୋମି ମାଧ୍ୟମରେ ଅନନ୍ତଲକ୍ଷ୍ମୀ ରୋଗୀଙ୍କ ମସ୍ତିଷ୍କରୁ ଟ୍ୟୁମରକୁ ବାହାର କରାଯାଇଥିଲା। ଏହି ଅସ୍ତ୍ରୋପଚାର ସଫଳ ହୋଇଥିବା ବେଳେ ମହିଳାଙ୍କୁ ଆସନ୍ତା ପାଞ୍ଚ ଦିନ ମଧ୍ୟରେ ହସ୍ପିଟାଲରୁ  ଛୁଟି କରି ଦିଆଯିବ ବୋଲି ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।


ସାମ୍ନାକୁ ଆସିଥିବା ଭିଡିଓରେ ଡାକ୍ତରଖାନା କର୍ମଚାରୀ ଅନନ୍ତଲକ୍ଷ୍ମୀଙ୍କୁ ଅସ୍ତ୍ରୋପଚାର ବିଛଣାରେ ଟାବଲେଟ୍ ଧରି ଫିଲ୍ମ ଦେଖାଇବାରେ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe