ମୋଜାମ୍ବିକ୍‌: ଫୁଟ୍‌ବଲ୍‌ ପଡ଼ିଆରେ ୫୦ ଜଣରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ମୁଣ୍ଡ କାଟିଲେ ଆତଙ୍କବାଦୀ

Advertisment
ମୋଜାମ୍ବିକ୍‌: ଫୁଟ୍‌ବଲ୍‌ ପଡ଼ିଆରେ ୫୦ ଜଣରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ମୁଣ୍ଡ କାଟିଲେ ଆତଙ୍କବାଦୀ

Image Courtesy of India Today

ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ମୋଜାମ୍ବିକ୍‌ର ଉତ୍ତରାଞ୍ଚଳର କ୍ୟାବୋ ଡେଲ୍‌ଗାଡୋ ପ୍ରଦେଶରେ ଆତଙ୍କବାଦୀମାନେ ୫୦ ଜଣ ବ୍ୟକ୍ତିଙ୍କର ମୁଣ୍ଡ କାଟିଥିବା କଥା ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି। ଗାଁରେ ଥିବା ଫୁଟ୍‌ବଲ୍‌ ପଡ଼ିଆକୁ ‘ସଂହାର କ୍ଷେତ୍ର’ରେ ପରିଣତ କରାଯାଇ ସମ୍ପୃକ୍ତ ବ୍ୟକ୍ତିମାନଙ୍କର ମୁଣ୍ଡ କଟାଯିବା ସହ ଶରୀର ଖଣ୍ଡବିଖଣ୍ଡ କରାଯାଇଥିଲା।

ମୁଆଟିଡେ ଗାଁରେ ଆକ୍ରମଣ କରି ଏହି ଆତଙ୍କବାଦୀମାନେ ୫୦ରୁ ଅଧିକ ବ୍ୟକ୍ତିଙ୍କ ମୁଣ୍ଡ କାଟିଛନ୍ତି ବୋଲି ରାଷ୍ଟ୍ରାୟତ ‘ମୁଜାମ୍ବିକ୍‌ ନିଉଜ୍‌ ଏଜେନ୍‌ସି’ ରିପୋର୍ଟ କରିଛି।

ଖସି ପଳାଇବାକୁ ଉଦ୍ୟମ କରୁଥିବା ଗ୍ରାମବାସୀମାନଙ୍କୁ ଧରି ସ୍ଥାନୀୟ ଫୁଟ୍‌ବଲ୍‌ ପଡ଼ିଆକୁ ଅଣାଯିବା ପରେ ସେମାନଙ୍କ ମୁଣ୍ଡ କଟାଯାଇ ଶରୀରକୁ ଖଣ୍ଡବିଖଣ୍ଡ କରାଯାଉଥିଲା। ଶୁକ୍ରବାର ରାତିରୁ ରବିବାର ପର୍ଯ୍ୟନ୍ତ ଏହି ନୃଶଂସ କାଣ୍ଡ ଚାଲିଥିଲା ବୋଲି ଅନ୍ୟ ଏକ ଗଣମାଧ୍ୟମ ରିପୋର୍ଟ କରିଛି।

publive-image Image Courtesy of BBC

ଅନ୍ୟ ଏକ ଗାଁର କେତେକ ବ୍ୟକ୍ତିଙ୍କର ମଧ୍ୟ ମୁଣ୍ଡ କଟାଯାଇଛି। ଶୁକ୍ରବାର ରାତିରେ ନାଞ୍ଜାବା ଗ୍ରାମରେ ଚଢ଼ାଉ କରି ବନ୍ଧୁକଧାରୀମାନେ ଗୁଳି ଚଳାଇବା ସହ ଘରମାନଙ୍କରେ ନିଆଁ ଲଗାଇ ଦେଇଥିବା କଥା ପ୍ରତ୍ୟେକ୍ଷଦର୍ଶୀଙ୍କ କଥାକୁ ଉଦ୍ଧାର କରି ରାଷ୍ଟ୍ରାୟତ ‘ମୁଜାମ୍ବିକ୍‌ ନିଉଜ୍‌ ଏଜେନ୍‌ସି’ କହିଛି। ଏହି ଗାଁର ଦୁଇ ଜଣ ବ୍ୟକ୍ତିଙ୍କ ମୁଣ୍ଡ କଟାଯିବା ସହ କେତେଜଣ ମହିଳାଙ୍କୁ ଅପହରଣ କରି ନିଆଯାଇଛି।

ପ୍ରାକୃତିକ ବାଷ୍ପ ସମୃଦ୍ଧ କ୍ୟାବୋ ଡେଲାଗାଡୋରେ ୨୦୧୭ରୁ କ୍ରମାଗତ ବିଭତ୍ସ ଆକ୍ରମଣ ଚାଲିଆସୁଛି। ଏଥିରେ ୨୦୦୦ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଓ ୪ ଲକ୍ଷରୁ ଅଧିକ ବ୍ୟକ୍ତି ଗୃହହରା ହୋଇପଡ଼ିଛନ୍ତି।

ପ୍ରାପ୍ତ ରିପୋର୍ଟ ଅନୁସାରେ, ଏହି ଆତଙ୍କବାଦୀମାନଙ୍କର ‘ଇସ୍‌ଲାମିକ୍‌ ଷ୍ଟେଟ୍’ ସହ ସମ୍ପୃକ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe