ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଆହତ ହେଲେ ସାଂସଦ

ମୁଖ୍ୟମନ୍ତ୍ରୀ ନୀତିଶଙ୍କ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ସାଂସଦ ଅଜୟ ମଣ୍ଡଳ ହଠାତ୍ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ। ଏହି ଦୁର୍ଘଟଣାରେ ସାଂସଦଙ୍କ ଗୋଡ଼ରେ ଫ୍ୟାକଚର ହୋଇଥିବା ଜଣାପଡ଼ିଛି।

tgeytry

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଙ୍ଗଳବାର ଏକ ଦିନିକିଆଗସ୍ତରେ ଭାଗଲପୁରରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ନୀତିଶଙ୍କ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ସାଂସଦ ଅଜୟ ମଣ୍ଡଳ ହଠାତ୍ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ। ଏହି ଦୁର୍ଘଟଣାରେ ସାଂସଦଙ୍କ ଗୋଡ଼ରେ ଫ୍ୟାକଚର ହୋଇଥିବା ଜଣାପଡ଼ିଛି।

ଆହତ ସାଂସଦ ଅଜୟ ମଣ୍ଡଳଙ୍କୁ କାର୍ଯ୍ୟକ୍ରମରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜବାହରଲାଲ ନେହେରୁ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ କିଛି ପ୍ରାଥମିକ ଚିକିତ୍ସା ପରେ ସାଂସଦକୁ ପୁଣି ଏକ ଘରୋଇ କ୍ଲିନିକରେ ଭର୍ତ୍ତି କରାଯାଇଛି। ଏହି କ୍ଲିନିକରେ ଅଜୟ ମଣ୍ଡଳଙ୍କ ଚିକିତ୍ସା ଚାଲିଛି।

ସାଣ୍ଡିସ୍ କମ୍ପାଉଣ୍ଡରେ ଅବସ୍ଥିତ ବ୍ୟାଡମିଣ୍ଟନ କୋର୍ଟରେ 'ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ୨୦୨୫' ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବି ଯୋଗ ଦେଇଥିଲେ। ନୀତିଶ କୁମାର ତାଙ୍କର ଏକ ଦିବସୀୟ କାର୍ଯ୍ୟକ୍ରମରେ ୨୦୮କୋଟି ୬୫ ଲକ୍ଷ ୨୫ ହଜାର ଟଙ୍କା ବ୍ୟୟରେ ୩୨ଟି ଯୋଜନାର ଉଦଘାଟନ ଏବଂ ୧୬ଟି ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହିପରି ଭାବେ ସେ ମୋଟ ୪୮ଟି ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରି ଭାଗଲପୁରବାସୀଙ୍କୁ ଏକ ଉପହାର ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe