ବନ୍ୟପ୍ରାଣୀ ହତ୍ୟା ପାଇଁ ଆର୍ଥିକ ପ୍ରୋତ୍ସାହନ ବିରୋଧରେ ହସ୍ତକ୍ଷେପ ଦାବି କରି ସୁପ୍ରିମ୍ କୋର୍ଟ ଗଲେ ସାଂସଦ ଅନୁଭବ ମହାନ୍ତି

Advertisment
ବନ୍ୟପ୍ରାଣୀ ହତ୍ୟା ପାଇଁ ଆର୍ଥିକ ପ୍ରୋତ୍ସାହନ ବିରୋଧରେ ହସ୍ତକ୍ଷେପ ଦାବି କରି ସୁପ୍ରିମ୍ କୋର୍ଟ ଗଲେ ସାଂସଦ ଅନୁଭବ ମହାନ୍ତି

ନୂଆଦିଲ୍ଲୀ: ହାନୀକାରକ କୁହାଯାଉଥିବା ବନ୍ୟପ୍ରାଣୀଙ୍କୁ ନିର୍ବିଚାର ଓ ନିର୍ଦ୍ଦୟ ଭାବେ କରାଯାଉଥିବା ହତ୍ୟା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଓଡ଼ିଶାର କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ସୁପ୍ରିମ୍ କୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ସାଂସଦ ଅନୁଭବଙ୍କର ଏ ଭଳି ପଦ‌କ୍ଷେପକୁ ଭାରତର ସର୍ବବୃହତ୍ ପ୍ରାଣୀ ମଙ୍ଗଳ ସଂଗଠନ ‘ପିପୁଲ୍ ଫର୍ ଆନିମଲ୍ସ ଆଣ୍ଡ୍ ହ୍ୟୁମେନ୍ ସୋସାଇଟି ଇଣ୍ଟର୍‌ନ୍ୟାସ୍‌ନାଲ୍’ ପ୍ରଶଂସା କରିଛି।

ନୀଳଗାଈ, ପାତି ମାଙ୍କଡ଼ ଏବଂ ବନ୍ୟ ବରାହ ଆଦି ଜନ୍ତୁଙ୍କୁ ମାରିବାକୁ ବିହାର, ହିମାଚଳ ପ୍ରଦେଶ ଏବଂ କେରଳ ଭଳି ରାଜ୍ୟ ଆର୍ଥିକ ପ୍ରୋତ୍ସାହନ ଦେଉଛନ୍ତି। ଫଳରେ ଫାଶ, ତାର ଯନ୍ତା, ବିସ୍ଫୋରକ ଏବଂ ବିଷ ମିଶ୍ରିତ ଖାଦ୍ୟ ପ୍ରଲୋଭନ ଦ୍ବାରା କେତେକ ପ୍ରାଣୀ ଓ ଜଣେ ପିଲାର ମୃତ୍ୟୁ ରିପୋର୍ଟକୁ ଆଧାର ଏହି ପିଟିସନ୍ ଦାଏର କରାଯାଇଛି। ଏସବୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଘଟୁଛି। ବିଶେଷତଃ, ଜୀବହତ୍ୟାକୁ ଉତ୍ସାହ ଓ ପ୍ରୋତ୍ସାହନ ଦେଉଥିବା ରାଜ୍ୟ ସରକାରମାନଙ୍କୁ ଏସବୁ ବନ୍ଦ କରିବା ଲାଗି ନିର୍ଦେଶନାମା ଜାରି କରିବାକୁ ଏହି ପିଟିସନ୍‌ରେ ଅନୁରୋଧ କରାଯାଇଛି।

publive-image Image Courtesy of The Fact News

ସାଂସଦ ମହାନ୍ତି କହିଛନ୍ତି, ସମ୍ପ୍ରତି ମଣିଷ ଓ ବନ୍ୟପ୍ରାଣୀ ସଂଘର୍ଷର ମୁକାବିଲା ନିମନ୍ତେ କୌଣସି ନିର୍ଦ୍ଧାରିତ ମାର୍ଗଦର୍ଶିକା ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାର ଇତଃସ୍ତତଃ, ଅବୈଜ୍ଞାନିକ ନୀତି ଶିକାରୀ ଓ ସାଧାରଣ ଜନତାଙ୍କୁ ଜୀବଜନ୍ତୁଙ୍କୁ ହତ୍ୟା କରିବାକୁ ଉତ୍ସାହ ଦେଉଛି।

ଏହାଛଡ଼ା, ବନ୍ୟଜନ୍ତୁ ଓ ମଣିଷ ସଂଘର୍ଷ ବିଲୋପ କରିବାକୁ ଲୋକମାନଙ୍କୁ ବନ୍ୟଜନ୍ତୁ ହତ୍ୟା କରିବା ନିମନ୍ତେ ଉତ୍ସାହିତ ନ କରି, ନିୟନ୍ତ୍ରଣ କରାଯିବା ଭଳି, ଗଠନମୂଳକ ଓ ବୈଜ୍ଞାନିକ ଉପାୟ ଅବଲମ୍ବନ କରିବାକୁ ଏହି ପିଟିସନ୍‌ରେ ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe