ପୋଖରାନ୍/ ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ପ୍ରତିଷ୍ଠାନ (ଡିଆର୍ଡିଓ) ପକ୍ଷରୁ ନୂତନ ଭାବେ ନିର୍ମିତ ସଂପୂର୍ଣ୍ଣ ଅତ୍ୟାଧୁନିକ ମ୍ୟାନ୍ ପ୍ରୋଟେବଲ୍ ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ୍ ମିସାଇଲ (ଏମ୍ପି- ଏଟିଜିଏମ୍)କୁ ଗତ ବୁଧବାର ମଧ୍ୟରାତ୍ରରେ ପୋଖରାନ୍ ନିକଟସ୍ଥ ରାଜସ୍ଥାନ ମରୁଗୂମିରେ ସଫଳତା ପୂର୍ବକ କରାଯାଇଛି।
/sambad/media/post_attachments/wp-content/uploads/2019/03/Army2-300x148.jpg)
ଦେଶର ସ୍ଥଳ ସେନା ପାଇଁ ଡିଆର୍ଡିଓ ପକ୍ଷରୁ ନିର୍ମିତ ଏହି ନୂତନ ଅତ୍ୟାଧୁନିକ ହାଲୁକା କ୍ଷେପଣାସ୍ତ୍ର ଏମ୍ପି- ଏଟିଜିଏମ୍କୁ ଅତି ସହଜରେ ହାତରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇ ପାରିବ। ତୃତୀୟ ପିଢ଼ିର ଏହି ଏମ୍ପି- ଏଟିଜିଏମ୍ ଏବେ ସ୍ଥଳସେନା ଦ୍ୱାରା ବ୍ୟବହୃତ ହେଉଥିବା ଦ୍ୱିତୀୟ ପିଢ଼ିର ଫ୍ରାନ୍ସ ନିର୍ମିତ ‘ମିଲନ’ ଓ ଋଷିଆ ଦ୍ୱାରା ନିର୍ମିତ ସେମି- ଅଟୋମେଟିକ୍ ‘କୋନ୍କୁର’ ଆଣ୍ଟି- ଟ୍ୟାଙ୍କ୍ କ୍ଷେପଣାସ୍ତ୍ର ବଦଳରେ ଏବେ ଭାରତୀୟ ସ୍ଥଳସେନା ଦ୍ୱାରା ବ୍ୟବହୃତ ହେବ।
/sambad/media/post_attachments/wp-content/uploads/2019/03/Army3.jpg)
ପରୀକ୍ଷଣ କାଳରେ ଦୁଇଟି ଯାକ କ୍ଷେପଣାସ୍ତ୍ର ୨ରୁ ୩ କିଲୋମିଟର ଦୂରତା ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଟାର୍ଗେଟ୍ରେ ଲକ୍ଷ୍ୟଭେଦ କରିଥିବା ଡିଆର୍ଡିଓ ପକ୍ଷରୁ କୁହାଯାଇଛି।
Follow Us