The Tribune
ଭୋପାଲ: କରୋନା ଭାଇରସ୍ ହେତୁ ଜାରି ହୋଇଥିବା ଲକ୍ଡାଉନ୍ କାରଣରୁ ବିବାହ ଉତ୍ସବ ଆଦି ଉପରେ କଟକଣା ଲାଗୁ କରାଯାଇଛି। ଯଦି ଜରୁରୀ ପରିସ୍ଥିତି ପଡ଼ୁଛି ତେବେ ସାମାଜିକ ଦୂରତା ଅବଲମ୍ବନ କରି ବିବାହ ଉତ୍ସବର ଆୟୋଜନ କରାଯାଉଥିବା ପୂର୍ବରୁ ଦେଖିବାକୁ ମିଳିଛି।
ଏହି କ୍ରମରେ ମଧ୍ୟପ୍ରଦେଶର ଛିନ୍ଦଓ୍ଵାଡା ଜିଲ୍ଲାରେ ବି ଏକ ବିବାହ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ବିବାହ ସମ୍ପନ୍ନ ହେବାର କିଛି ସମୟ ପରେ ନବ ଦମ୍ପତ୍ତିଙ୍କୁ ସଙ୍ଗରୋଧରେ ରହିବାକୁ ପଡ଼ିଛି। କାରଣ ବିବାହ ଶେଷ ହେବା ପରେ ବଧୂଙ୍କ ଭିଣୋଇ କେରୋନା ପଜିଟିଭ୍ ଥିବା ଜଣାପଡ଼ିଥିଲା। ଏହାପରେ ଜିଲ୍ଲା ପ୍ରଶାସନ ଉକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବର-ବଧୂଙ୍କ ପରିବାର ପାଖାପାଖି ୧୦୦ଜଣଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେବା ସହିତ ଉକ୍ତ ଅଞ୍ଚଳକୁ କଣ୍ଟେମେଣ୍ଟ ଜୋନ୍ ଘୋଷଣା କରି ଦେଇଛନ୍ତି।
https://www.ndtv.com/ଏହି ଘଟଣାକୁ ନେଇ ଛିନ୍ଦଓ୍ଵାଡା ଜିଲ୍ଲାପାଳ ସୌରଭ ସୁମନଙ୍କ କହିବାନୁସାରେ, ପ୍ରୋଟୋକଲ ଜରିଆରେ ଆଗାମୀ ଯାଞ୍ଚ ଜାରି ରହିଛି। ଉକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ କିଏ କିଏ ଆସିଥିଲେ ତାହାର ଯାଞ୍ଚ ଚାଲିଛି। ଦିଲ୍ଲୀରୁ ଆସିଥିବା ବଧୂଙ୍କ ଭିଣୋଇ ସିଆଇଏସ୍ଏଫ୍ରେ କାର୍ଯ୍ୟରତ ଅଛନ୍ତି। ସିଆଇଏସ୍ଏଫ୍ ଯବାନଙ୍କ ସ୍ୱାସ୍ଥ୍ୟର ସ୍କାନିଂ ଛିନ୍ଦଓ୍ଵାଡା ହୋସଙ୍ଗାବାଦ ଜିଲ୍ଲାର ସୀମାରେ କରାଯାଇଥିଲା। ଏହାପରେ ସେ ଛିନ୍ଦଓ୍ଵାଡାର ଜୁନ୍ନାରଦେବ ଅଞ୍ଚଳସ୍ଥ ନିଜ ପୈତୃକ ଘରକୁ ଯାଇଥିଲେ। ସେଠାରେ କିଛିଦିନ ରହିବା ପରେ ସେ ନିଜ ଶାଳିଙ୍କ ବିବାହରେ ସାମିଲ ହେବାକୁ ମଇ-୨୬ ତାରିଖରେ ଛିନ୍ଦଓ୍ଵାଡା ଯାଇଥିଲେ।
ବିବାହରେ ସାମିଲ ହେବା ପରେ ତାଙ୍କର ଶରୀରରେ କୋଭିଡ-୧୯ ଲକ୍ଷଣ ଦେଖା ଯାଇଥିଲା। ଯାହାପରେ ତାଙ୍କର ସ୍ୱାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠା ଯାଇ ଛିନ୍ଦଓ୍ଵାଡା ଜିଲ୍ଲା ହସ୍ପିଟାଲ୍କୁ ସ୍ଥାନାନ୍ତର କରି ଦିଆଯାଇଥିଲା। ତାଙ୍କର କୋଭିଡ-୧୯ ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଥିଲା। ତେଣୁ ସିଆଇଏସ୍ଏଫ୍ ନିଜ ପତ୍ନୀ, ଶିଶୁ ଓ ନବଦମ୍ପତ୍ତିଙ୍କ ସମେତ ୧୦୦ଜଣଙ୍କ ସଂସ୍ପର୍ଶରେ ଆସିଥିବା ହେତୁ ସମସ୍ତଙ୍କୁ ବୁଧବାର ସଙ୍ଗରୋଧ କେନ୍ଦ୍ରକୁ ପଠାଇ ଦିଆଯାଇଛି।
Follow Us