୧୮ ବର୍ଷର କଂଗ୍ରେସ କ୍ୟାରିୟରରେ ସିନ୍ଧିଆଙ୍କୁ ମିଳିଥିଲା ଏସବୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

Advertisment
୧୮ ବର୍ଷର କଂଗ୍ରେସ କ୍ୟାରିୟରରେ ସିନ୍ଧିଆଙ୍କୁ ମିଳିଥିଲା ଏସବୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ଭୋପାଳ: ମଧ୍ୟପ୍ରଦେଶର କଂଗ୍ରେସର ପୂର୍ବତନ ଛାମୁଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। ତେବେ ଏହାକୁ ନେଇ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ୧୮ ବର୍ଷର ରାଜନୈତିକ କ୍ୟାରିୟରରେ ତାଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି | ଏସବୁ ପରେ ବି ସେ କଂଗ୍ରେସର ହାତ ଛାଡ଼ିଦେବା ଲଜ୍ଜ୍ୟାଜନକ ବୋଲି କୁହାଯାଇଛି |

ମଧ୍ୟପ୍ରଦେଶ କଂଗ୍ରେସ ପକ୍ଷରୁ ଟ୍ୱିଟ କରି ଲେଖାଯାଇଛି ଯେ ୧୮ ବର୍ଷ କ୍ୟାରିୟରରେ କଂଗ୍ରେସ ତାଙ୍କୁ ୧୭ ବର୍ଷ ଧରି ସାଂସଦ କରିଥିଲା | ୨ ଥର କେନ୍ଦ୍ର ମନ୍ତ୍ରୀ, ମୁଖ୍ୟ ସଚେତକ, ରାଷ୍ଟ୍ରୀୟ ମହାସଚିବ, ଉତ୍ତରପ୍ରଦେଶ ପ୍ରଭାରୀ, ନିର୍ବାଚନ ଅଭିଯାନ ପ୍ରମୁଖ, ୫୦ରୁ ଅଧିକ ଟିକଟ ବାଣ୍ଟିବାର ଦାୟିତ୍ୱ ସାଙ୍ଗକୁ ୯ ଜଣଙ୍କୁ ମନ୍ତ୍ରୀ କରିବାର ଦାୟିତ୍ୱ ଦିଆଯାଇଥିଲା | ଏସବୁ ପରେ ବି ମୋଦୀ ଓ ଶାହାଙ୍କ ଶରଣରେ ସିନ୍ଧିଆ ଯାଇଛନ୍ତି ବୋଲି କଂଗ୍ରେସ କହିଛି | ଏହା କରି ସେ ବିଶ୍ୱାସ ଭାଙ୍ଗିଛନ୍ତି ବୋଲି ଆରୋପ ଲଗାଯାଇଛି |


କଂଗ୍ରେସ ଛାଡିବା ନେଇ ସିନ୍ଧିଆ କହିଛନ୍ତି ଯେ ଆଜିର କଂଗ୍ରେସ ଦଳ ନିଜର ନୀତି ଓ ଆଦର୍ଶରୁ ସଂପୂର୍ଣ୍ଣ ରୂପେ ବିଚ୍ୟୁତ ହୋଇପଡ଼ିଛି। ରାଜନୀତିର ଏକମାତ୍ର ଓ ମୂଳ ଉଦ୍ଦେଶ୍ୟ ହେଉଛି ଲୋକସେବା। ଆଉ ଲୋକସେବା କରିବାର ମାଧ୍ୟମ ହେଉଛି ରାଜନୀତି। କିନ୍ତୁ, ବିଡ଼ମ୍ବନା କଂଗ୍ରେସ ଆଜି ଲୋକସେବା ଠାରୁ ଦୂରେଇ ଯାଇ କେବଳ ମାତ୍ର ଏକ କ୍ଷମତା କୈନ୍ଦ୍ରିକ ଦଳ ହୋଇ ରହି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe