ଭୋପାଳରେ ‘ଫୁଲୋଁ କା ତାରୋଁ କା... ଗୀତ ଗାଇ’ଲେ ଶିବରାଜ ସିଂହ ଚୌହାନଙ୍କ ସମର୍ଥକ

Advertisment
ଭୋପାଳରେ ‘ଫୁଲୋଁ କା ତାରୋଁ କା... ଗୀତ ଗାଇ’ଲେ ଶିବରାଜ ସିଂହ ଚୌହାନଙ୍କ ସମର୍ଥକ

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ସମ୍ପ୍ରତି ‘ବିଜେପି’ ୧୬୧ଟି ଆସନରେ ଅଗ୍ରଣୀ ଥିବା ବ‌େଳେ ଭୋପାଳରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ମହିଳା ସମର୍ଥକମାନେ ହିନ୍ଦୀ ଚଳଚ୍ଚିତ୍ର ‘ହରେକୃଷ୍ଣ ହରେ ରାମା’ରେ ଥିବା ଭାଇଭଉଣୀ ସମ୍ପର୍କ ଉପରେ ଆଧାରିତ ପ୍ରସିଦ୍ଧ ଗୀତ ‘ଫୁଲୋଁ କା ତାରୋଁ କା ସବ୍‌ କା କହୈନା ହୈ’ ଗୀତ ଗାଇ ‘ସେଲିବ୍ରେସନ୍‌’ ଆରମ୍ଭ କରିଛନ୍ତି।

ସେହିପରି, ପରିବାରବର୍ଗଙ୍କ ସମେତ ମୁଖ୍ୟମନ୍ତ୍ରୀ ଚୌହାନ ମଧ୍ୟ ବାସଭବନ ବାଲ୍‌କୋନିରେ ଠିଆ ହୋଇ ସମର୍ଥକମାନଙ୍କୁ ହାତ ହଲାଇ ଅଭିବାଦନ ଜଣାଇଛନ୍ତି। ଦଳ ବିପୁଳ ବିଜୟ ଆଡ଼କୁ ଅଗ୍ରସର ହେଉଥିବା ବେଳେ ସ୍ବଂୟ ମୁଖ୍ୟମନ୍ତ୍ରୀ ଚୌହାନ ଦଳର ମହିଳାକର୍ମୀମାନଙ୍କର ଆଶୀର୍ବାଦ ଭିକ୍ଷା କରିଛନ୍ତି।  ଚୌହାନଙ୍କ ସ୍ତ୍ରୀ ସାଧନା ଚୌହାନ ମଧ୍ୟ ଦଳର ମହିଳା ସମର୍ଥକମାନଙ୍କୁ କୋଳାଇ ‘ବିଜେପି’ ବିଜୟ ‘ସେଲିବ୍ରେସନ୍‌’ କରିଛନ୍ତି।

publive-image Image Courtesy of India Today

‘ବିଜେପି’ର ବିପୁଳ ବିଜୟରେ ଆନନ୍ଦିତ ହୋଇ ଶିବରାଜଙ୍କ ପୁଅ କାର୍ତ୍ତିକେୟ ଚୌହାନ୍‌ କହିଛନ୍ତି, ଏ ବିଜୟର ଶ୍ରେୟ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ, ଦଳର ନେତୃତ୍ବ ଓ ରାଜ୍ୟର ଲାଡ୍‌ଲୀ ବେହେନ୍‌ମାନଙ୍କର (ଗେହ୍ଲା ଭଉଣୀ)।

ଦଳ ବିଜୟ ଅଭିମୁଖେ ଯାଉଥିବା କଥା ଟ୍ରେଣ୍ଡ୍‌ରୁ ଜଣାପଡ଼ିବା ପରେ ମୁଖ୍ୟମନ୍ତ୍ରୀ ଚୌହାନ୍‌ ଓ ରାଜ୍ୟ ‘ବିଜେପି’ ସଭାପତି ଭି. ଡି. ଶର୍ମା ମିଷ୍ଟାନ୍ନ ବଣ୍ଟନ କରି କର୍ମୀମାନଙ୍କୁ ଆଲିଙ୍ଗନ କରିଥିଲେ। ମୁଖ୍ୟମନ୍ତ୍ରୀ ଚୌହାନ ବୁଧନି ନିର୍ବାଚନ ମଣ୍ଡଳୀରେ ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ପ୍ରାର୍ଥୀ ବିକ୍ରମ ଶର୍ମାଙ୍କଠାରୁ ୫୦,୦୦୦ରୁ ଅଧିକ ଭୋଟ୍‌ରେ ଆଗୁଆ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe