ୟୁ-ଟର୍ନ ନେଲେ ମଧ୍ୟପ୍ରଦେଶ ସରକାର : ବନ୍ଧ୍ୟାକରଣ ସର୍କୁଲାର ପ୍ରତ୍ୟାହାର କଲେ

ମଧ୍ୟପ୍ରଦେଶରେ ଭାଙ୍ଗୁଛି କଂଗ୍ରେସ! କମଲନାଥଙ୍କ ବୈଠକରେ ଅନୁପସ୍ଥିତ ରହିଲେ ବିଧାୟକ

ThePrint

ଭୋପାଳ : ମଧ୍ୟପ୍ରଦେଶ ସରକାରଙ୍କ ଦ୍ବାରା ଜାରି ହୋଇଥିବା ଏକ ବନ୍ଧ୍ୟାକରଣ ସର୍କୁଲାର୍‌କୁ ନେଇ ବିବାଦ ହେବାପରେ ଏବଂ ଏନେଇ ସରକାର କଡ଼ା ସମାଲୋଚନାର ଶିକାର ହେବାପରେ ଏବେ ଏହି ସର୍କୁଲାର ପ୍ରତ୍ୟାହାର କରାଯାଇଛି। ସରକାରଙ୍କ ଦ୍ବାରା ଏକ ସର୍କୁଲାର ଜାରି କରି ସ୍ବାସ୍ଥ୍ୟ କର୍ମୀମାନଙ୍କୁ ଚେତାବନୀ ଦିଆଯାଇଥିଲା। ଗତ ଫେବ୍ରୁଆରିରେ କମଳନାଥ ସରକାରଙ୍କ ଦ୍ବାରା ଜାରି ହୋଇଥିବା ଏହି ସର୍କୁଲାର ଅନୁଯାୟୀ ଯଦି କୌଣସି ପୁରୁଷ ସ୍ବାସ୍ଥ୍ୟ କର୍ମୀ ମାର୍ଚ୍ଚ‌୍ ଶେଷ ସୁଦ୍ଧା ଜଣେ ହେଲେ ବ୍ୟକ୍ତିଙ୍କୁ ବନ୍ଧ୍ୟାକରଣ ପାଇଁ ରାଜି କରାଇନପାରିବେ ତେବେ ତାଙ୍କୁ ଦରମା ମିଳିବନି ଏବଂ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ। ରାଜ୍ୟ ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ମିସନ୍‌ ଡାଇରେକ୍ଟରଙ୍କ ଦ୍ବାରା ଏହି ସର୍କୁଲାର ପ୍ରକାଶ ପାଇଥିଲା। ସ୍ବାସ୍ଥ୍ୟ କର୍ମୀମାନେ ପ୍ରତିବର୍ଷ ପ୍ରାୟ ୫ରୁ ୧୦ ଜଣ ବ୍ୟକ୍ତିଙ୍କୁ ବନ୍ଧ୍ୟାକରଣ ପାଇଁ ରାଜି କରାଇବାକୁ ‌କୁହାଯାଇଥିଲା। ତେବେ ଏହାକୁ ନେଇ ବିବାଦ ହୋ‌ଇଛି। ବିଜେପି ମଧ୍ୟ କମଳନାଥ ସରକାରଙ୍କୁ ଏଥିପାଇଁ ଟାର୍ଗେଟ୍‌ କରିଛି। ଏହା ୧୯୭୫ ମସିହାର ଏମର୍ଜେନ୍ସି ବୋଲି ବିଜେପି କହିଛି। ତେବେ କଡ଼ା ସମାଲୋଚନାର ଶିକାର ହେବାପରେ ସରକାର ଏହି ସର୍କୁଲାରକୁ ପ୍ରତ୍ୟାହାର କରିନେଇଛନ୍ତି। ମଧ୍ୟପ୍ରଦେଶ ସରକାର ମୁଖପାତ୍ର ପିସି ଶର୍ମା କହିଛନ୍ତି, ବନ୍ଧ୍ୟାକରଣ ସର୍କୁଲାର ପ୍ରତ୍ୟାହାର କରି ନିଆଯାଇଛି। କାହାକୁ ବନ୍ଧ୍ୟାକରଣ ପାଇଁ ବାଧ୍ୟ କରାଯିବନି କି କାହାର ଚାକିରି ଯିବନି। ଆମେ କେବଳ ସଚେତନତା ସୃଷ୍ଟି କରୁଥିଲୁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ସର୍କୁଲାରରେ ସ୍ବାକ୍ଷର କରିଥିବା ଅଧିକାରୀଙ୍କୁ ବଦଳି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe