କନ୍ୟା ଅସୁସ୍ଥ ହେବା ପ‌ରେ ଡାକ୍ତରଖାନାରେ 'ସାତ୍ ଫେରା' ନେଲା ବର

Advertisment
tbdwgqghbg

ରାଇଗଡ଼(ମଧ୍ୟପ୍ରଦେଶ): ବିବାହ ତାରିଖ ସ୍ଥିର ହେବା ସହ ଆରମ୍ଭ ହୋଇସାରିଥିଲା ପ୍ରସ୍ତୁତି। ଅକ୍ଷୟ ତୃତୀୟା ଭଳି ଶୁଭ ଦିନରେ ହାତଗଣ୍ଠି ପଡ଼ିବ ବୋଲି ବର-କନ୍ୟା ପକ୍ଷ ସବୁ ଯୋଜନା କରିବାରେ ଲାଗିପଡ଼ିଥିଲେ। ହେଲେ ବିବାହର କିଛି ଦିନ ପୂର୍ବରୁ ସବୁ କିଛି ବଦଳିଗଲା। କନ୍ୟା ଅସୁସ୍ଥ ହେବା ସହ ଡାକ୍ତରଖାନାରେ ଭର୍ତ୍ତି ହେଲେ। ସ୍ବ‌ାସ୍ଥ୍ୟାବସ୍ଥ‌ା ଗୁରୁତର ହେବା ସହ ଡାକ୍ତର ବିଶ୍ରାମ କରିବାକୁ ଉପଦେଶ ଦେଲେ। ଏଭଳି ସ୍ଥିତିରେ ବିବାହ କିଭଳି ହେବ କନ୍ୟାପକ୍ଷ ଭାବୁଥିବା ବେଳେ ବାଟ ବାହାର କରିଥିଲା ବର। ଡାକ୍ତରଖାନାକୁ କରିଥିଲା ବିବାହ ମଣ୍ଡପ। ଏଭଳି ଚର୍ଚ୍ଚିତ ଘଟଣା ଘଟିଛି ମଧ୍ୟପ୍ରଦେଶର ରାଇଗଡ଼ରେ। 

ବରର ନାମ ଆଦିତ୍ୟ ସିଂହ ହୋଇଥିବା ବେଳେ କନ୍ୟାର ନାମ ନନ୍ଦିନୀ ସୋଲାଙ୍କୀ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ନନ୍ଦିନୀଙ୍କୁ ପ୍ରଥମେ ତାଙ୍କ ଜନ୍ମସ୍ଥାନ କୁମ୍ଭରାଜର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କ ଅବସ୍ଥା ଆହୁରି ଖରାପ ହେବାରୁ, ତାଙ୍କୁ ବିଣାଗଞ୍ଜ ଏବଂ ପରେ ବିଓରା ସ୍ଥାନାନ୍ତରିତ କରାଯାଇଥିଲା। ସମୟ ସହିତ ନନ୍ଦିନୀଙ୍କ ସ୍ବ‌ାସ୍ଥ୍ୟାବସ୍ଥ‌ାରେ ଉନ୍ନତି ହୋଇଥିଲା। କିନ୍ତୁ ଡାକ୍ତରମାନେ ଶଯ୍ୟାରୁ ନଉଠି ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ, ଯାହା ଫଳରେ ତାଙ୍କ ପାଇଁ ପାରମ୍ପରିକ ବିବାହ ଉତ୍ସବରେ ଅଂଶଗ୍ରହଣ କରିବା ଅସମ୍ଭବ ହୋଇଯାଇଥିଲା।

୨ବର୍ଷ ପରେ ଯାଇ ବିବାହ ପାଇଁ ଶୁଭ ସମୟ ଥିବାରୁ ୨ପରିବାର ଧାର୍ଯ୍ୟ ତାରିଖରେ ହସ୍ପିଟାଲରେ ବିବାହ କରାଇବାକୁ ନିଷ୍ପତ୍ତି ନେଇଥିଲେ। ହସ୍ପିଟାଲର ପରିଚାଳନା କମିଟି ରାଜି ହେବା ପରେ ଓପିଡିକୁ ସୁନ୍ଦର ଭାବରେ ସଜାଯାଇ ବିବାହ ରୀତିନୀତି କରାଯାଇଥିଲା। ଦିନ ପ୍ରାୟ ୧ଟାରେ, ଡାକ୍ତର ଏବଂ ନର୍ସଙ୍କ ତତ୍ତ୍ୱାବଧାନରେ, ବିବାହ ରୀତିନୀତି ଆରମ୍ଭ ହୋଇଥିଲା। ସାତ୍ ଫେରା ସମୟ ଆସିବା ପରେ ଆଦିତ୍ୟ, ନନ୍ଦିନୀଙ୍କୁ ନିଜ କୋଳରେ ଉଠାଇ ସାତ୍ ଫେରା ନେଇଥିଲେ। ଏହାର ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe