ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ପରଲୋକରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ।
ଗତକାଲି ଦିଲ୍ଲୀର ନିଗମବୋଧ ଘାଟରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ଡ. ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଯାଇଛି। ମନମୋହନଙ୍କ ବିୟୋଗରେ ଜାନୁଆରି ପହିଲା ପର୍ଯ୍ୟନ୍ତ କେନ୍ଦ୍ର ସରକାର ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ଏହି ସମୟରେ ସାରା ଦେଶରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ ବୋଲି ସୂଚିତ କରାଯାଇଛି।
ଅଧିକପଢ଼ନ୍ତୁ:ମଝି ଚିଲିକାରେ ପୁଣି ଫସିଲା ଦେଶୀ ଡଙ୍ଗା, ଉଦ୍ଧାର କାର୍ଯ୍ୟ ଜାରି
#WATCH | MP: Dance Function Held At School In Dhar Amid National Mourning Period Announced To Condole Former PM Manmohan Singh's Death, Sparks Controversy#MadhyaPradesh #MPNews #DrManmohanSingh pic.twitter.com/mS20fx5lIZ
— Free Press Madhya Pradesh (@FreePressMP) December 28, 2024
ଏଭଳି ସମୟରେ ମଧ୍ୟପ୍ରଦେଶର ଏକ ସ୍କୁଲରୁ ଶିକ୍ଷୟିତ୍ରୀ ଓ କିଛି ଛାତ୍ରୀମାନେ ମିଶି ନୃତ୍ୟ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ନେଇ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା କରଯାଉଛି।
ଅଧିକପଢ଼ନ୍ତୁ:ଯମୁନା ନଦୀରେ ହେଲା ମନମୋହନ ସିଂହଙ୍କ ଅସ୍ଥି ବିସର୍ଜନ