ସଡ଼କ ଦୁର୍ଘଟଣାର ଶିକାର ହେଲେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ପଟେଲ

Advertisment
ସଡ଼କ ଦୁର୍ଘଟଣାର ଶିକାର ହେଲେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ପଟେଲ

ନୂଆଦିଲ୍ଲୀ: ସଡକ ଦୁର୍ଘଟଣାରେ ଆହତ ହେଲେ ବିଜେପିର ଷ୍ଟାର ପ୍ରଚାରକ ତଥା ନରସିଂହପୁରର ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ପଟେଲ । କୁହାଯାଉଛି ଯେ ଏହି ଦୁର୍ଘଟଣା ଛିନ୍ଦୱାରାଠାରୁ ନରସିଂହପୁରକୁ ଆସୁଥିବା ବେଳେ ଅମରବାଡା ନିକଟରେ ଘଟିଛି। ଭୁଲ ପାର୍ଶ୍ୱରୁ ଆସୁଥିବା ମୋଟରସାଇକେଲ ଚାଳକଙ୍କ ସହ ତାଙ୍କ ଗାଡି ମୁହାଁମୁହିଁ ଧକ୍କା ହୋଇଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ଚାରିରୁ ପାଞ୍ଚ ଜଣ ଆହତ ହୋଇଥିବା ବେଳେ ପ୍ରହ୍ଲାଦ ପଟେଲ ସାମାନ୍ୟ ଆହତ ହୋଇଛନ୍ତି ଓ ଜଣକର ମୃତ୍ୟୁ ହୋଇଛି। ମୃତକଜଣକ ହେଲେ ନିରଞ୍ଜନ ଚନ୍ଦ୍ରବଂଶୀ।

ମିଳିଥିବା ସୂଚନା ମୁତାବକ, ମୋଟରସାଇକେଲରେ ଭୁଲ ପାର୍ଶ୍ୱରୁ ଆସୁଥିବା ଶିକ୍ଷକ ନିରଞ୍ଜନଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଛି।ଆହତମାନଙ୍କୁ ଛିନ୍ଦୱାରା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ପଟେଲ ଅଳ୍ପକେ ବର୍ତ୍ତି ଯାଇଥିବା କୁହାଯାଉଛି। ସେ ସାମାନ୍ୟ ଆହତ ହୋଇଛନ୍ତି।

କୁହାଯାଉଛି ଯେ, ନିରଞ୍ଜନ ଭୁଲ ପାର୍ଶ୍ବରେ ସ୍କୁଲରୁ ଘରକୁ ଫେରୁଥିଲେ। ଏହି ସମୟରେ ପ୍ରହ୍ଲାଦ ପଟେଲଙ୍କ କାର୍ ତାଙ୍କୁ ଧକ୍କା ଦେଇ ଧାନ ବିଲ ଭିତରକୁ ଚାଲି ଯାଇଥିଲା। କାରର ଏୟାର ବ୍ୟାଗ୍ ଖୋଲିଯିବାରୁ ପ୍ରହ୍ଲାଦ ପଟେଲଙ୍କ ଜୀବନ ବଞ୍ଚି ଯାଇଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe