ଦକ୍ଷିଣ ଆଫ୍ରିକାରୁ ଆସିଥିବା ଆଉ ଏକ ଚିତାର ମୃତ୍ୟୁ, ଘଣ୍ଟା ଘଣ୍ଟା ଧରି ରହିଥିଲା ଅଚେତ

ଦକ୍ଷିଣ ଆଫ୍ରିକାରୁ ଆସିଥିବା ଆଉ ଏକ ଚିତାର ମୃତ୍ୟୁ, ଘଣ୍ଟା ଘଣ୍ଟା ଧରି ରହିଥିଲା ଅଚେତ

abplive

ନୂଆଦିଲ୍ଲୀ: କୁନୋ ଜାତୀୟ ଉଦ୍ୟାନରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। କୁନୋରେ ଆଉ ଏକ ଅଣ୍ଡିରା ଚିତାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କୁହାଯାଉଛି ଯେ, ଅଣ୍ଡିରା ଚିତା ତେଜସର ମୃତ୍ୟୁ ହୋଇଛି। ତେଜସକୁ ଆହତ ଅବସ୍ଥାରେ ପାଇଥିଲେ ମନିଟରିଂ ଟିମ୍, ଯାହା ପରେ ଚିତାର ଚିକିତ୍ସା କରାଯାଇଥିଲା। କିନ୍ତୁ ଚିକିତ୍ସା ପରେ ମଧ୍ୟ ଚିତାବାଘର ଜୀବନ ବଞ୍ଚାଯାଇପାରି ନାହିଁ। ମୃତ୍ୟୁ ପୂର୍ବରୁ ଚିତାଟି ଅନେକ ସମୟ ଧରି ଅଚେତ ଥିଲା ବୋଲି କୁହାଯାଉଛି।

ଚିତା ତେଜସ ମୃତ୍ୟୁକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ କୁନୋ ଜାତୀୟ ଉଦ୍ୟାନରେ ୪ଟି ଚିତା ଏବଂ ୩ଶାବକଙ୍କର ମୃତ୍ୟୁ ଘଟିଛି। ଚିତା ତେଜସ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିବା ଚିତା ମଧ୍ୟରୁ ଗୋଟିଏ ଥିଲା। ତେବେ ଏଭଳି ଗୋଟିଏ ପରେ ଗୋଟିଏ ଚିତାର ମୃତ୍ୟୁ ହେଉଥିବାରୁ ସରକାରଙ୍କ ଚିନ୍ତା ବଢ଼ିଛି। ଭାରତରେ ଚିତା ଲୋପ ପାଇଥିବାରୁ ଦକ୍ଷିଣ ଆଫ୍ରିକାରୁ ୮ଟି ଚିତା ଅଣାଯାଇଥିଲା। ହେଲେ ଭାରତ ଆସିବା ପରେ ବିଭିନ୍ନ କାରଣରୁ ୪ଜଣ ଚିତା ଓ ୩ଜଣ ଚିତା ଶାବକଙ୍କ ମୃତ୍ୟୁ ହୋଇଛି।

ଉଲ୍ଲେଖଯୋଗ୍ୟ, ଭାରତରେ ଚିତା ଲୋପ ପାଇଥିବା ବେଳେ ଅଫ୍ରିକାର ନାମିବ୍ୟାରୁ ଭାରତକୁ ୮ଟି ଚିତବାଘଙ୍କୁ  ଅଣାଯାଇଥିଲା। ୮୦୦୦ କିଲୋମିଟର ଦୂର ଆଫ୍ରିକା ମହାଦେଶର ନାମିବ୍ୟାରୁ ଆସିଥିବା ୮ଟି ଚିତାକୁ ସେପ୍ଟେମ୍ବର ୨୦୨୨ରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନର ସ୍ବତନ୍ତ୍ର ଏନକ୍ଲୋଜରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe