ନିର୍ବାଚନୀ ଡିୟୁଟିରେ ଥିବା କନଷ୍ଟେବଳ ଏଏସଆଇ ମ୍ୟାଡମଙ୍କୁ ନେଇ ହେଲା ଫେରାର

ନିର୍ବାଚନୀ ଡିୟୁଟିରେ ଥିବା କନଷ୍ଟେବଳ ଏଏସଆଇ ମ୍ୟାଡମଙ୍କୁ ନେଇ ହେଲା ଫେରାର

ନୂଆଦିଲ୍ଲୀ: ଗ୍ବାଲିୟର ରେଞ୍ଜର ପୁଲିସ କାର୍ଯ୍ୟାଳୟରେ ନିୟୋଜିତ ଥିବା ପୁଲିସ କନଷ୍ଟେବଳ ଓ ଏଏସଆଇ ହଠାତ କେଉଁଆଡେ ନିଖୋଜ ହୋଇଯାଇଛନ୍ତି। ଏଦୁଇଜଣ ନିଜନିଜ ଘରୁ ମଇ ୮ ତାରିଖ‌ରେ ଡିୟୁଟି ପାଇଁ ବାହାରିଥିଲେ କିନ୍ତୁ ତା’ପର ଠାରୁ ଦୁହେଁ ଆଉ ଘରକୁ ଫେରି ନଥିବା ଅଭିଯୋଗ ହେ‌ାଇଛି।

ସୂଚନାଯୋଗ୍ୟ, ମଇ ୭ ତାରିଖରେ କନଷ୍ଟେବଳ ଓ ଏଏସଆଇ ନିଶା ଜୈନ ଡିୟୁଟି କରିଥିଲେ। ମଇ ୮ ତାରିଖରେ ଦୁହେଁ ଡିୟୁଟି ପାଇଁ ବାହାରିଥି‌ଲେ କିନ୍ତୁ କର୍ମସ୍ଥଳୀରେ ପହଞ୍ଚି ନଥିଲେ। ଏଏସଆଇ ଓ କନଷ୍ଟେବଳଙ୍କ ପରିବାରଲୋକ ଅନେକ ଖୋଜାଖୋଜି କରିବା ସହିତ ଫୋନ ବି ଲଗାଇଥିଲେ କିନ୍ତୁ ଦୁହିଁଙ୍କ ଫୋନ ସୁଇଜ ଅଫ କହିଥିଲା।

ଏହି ଘଟଣାକୁ କେନ୍ଦ୍ର କରି ଆଇଜି ଅରବିନ୍ଦ ସକସେନା କନଷ୍ଟେବଳ ପ୍ରତାପ ସିଂହ ଯାଦବ ଓ ଏଏସଆଇଙ୍କୁ ନିଲମ୍ବନ କରି ଦେଇଛନ୍ତି। କାରଣ ଏଦୁହେଁ ଡିୟୁଟିରେ ଥିବା ବେଳେ କାହାକୁ କିଛି ନଜଣାଇ କେଉଁଆଡେ ଚାଲି ଯାଇଛନ୍ତି।

କିଛିଲୋକଙ୍କ କହିବାନୁସାରେ,  କନଷ୍ଟେବଳ ପ୍ରତାପ ସିଂହ ଯାଦବ  ଓ ଏଏସଆଇ ନିଶା ଜୈନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ତେଣୁ ଦୁହେଁ ଡିୟୁଟି କହି ଘରୁ ବାହାରି ଫେରାର ହୋଇଯାଇଛନ୍ତି। ଦୁହିଁଙ୍କ ଶେଷଲୋକେସନ ଦିଲ୍ଲୀ ସୂଚିତ ହେଉଛି। ଦୁହେଁ ଆର୍ଯ ସମାଜରେ ବିବାହ କରିଛନ୍ତି।କନଷ୍ଟେବଳ ପ୍ରତାପ ସିଂହ ଯାଦବ ଏଏସଆଇ ନିଶା ଜୈନଙ୍କୁ ନେଇ ଫେରାର ହୋଇଯାଇଛନ୍ତି।

ଏଦିଗରେ ବି ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe