ପୁରୁଣା ସିଟ୍‌ରେ ବସିଲେ ସାଂସଦ ରାମଚନ୍ଦ୍ର ହାଁସଦା

Advertisment
ପୁରୁଣା ସିଟ୍‌ରେ ବସିଲେ ସାଂସଦ ରାମଚନ୍ଦ୍ର ହାଁସଦା

ନୂଆଦିଲ୍ଲୀ : ଜେଲ୍‌କୁ ମୁକୁଳିଲା ପରେ ସାଂସଦ ରାମଚନ୍ଦ୍ର ହାଁସଦା ଆଜି ସଂସଦର ମୌସୁମୀ ଅଧିବେଶନରେ ଯୋଗ ଦେଇଛନ୍ତି। ବିଜେଡି ସାଂସଦ ଭାବେ ଆରମ୍ଭରୁ ତାଙ୍କ ପାଇଁ ଆଲଟ୍‌ମେଣ୍ଟ୍‌ ହୋଇଥିବା ସିଟ୍‌ରେ ସେ ଆଜି ବସିଥିଲେ। ବିଜେଡିରୁ ନିଲମ୍ବିତ ହୋଇଥିବାରୁ ତାଙ୍କ ପାଇଁ ଅନ୍ୟତ୍ର ସିଟ୍‌ ବନ୍ଦୋବସ୍ତ ହେବ ବୋଲି କୁହାଯାଉଥିଲେ ବି ସେପରି ହୋଇ ନାହିଁ। ସେ ଆଜି ତାଙ୍କ ପୁରୁଣା ସିଟ୍‌ରେ ବସି ଗୃହ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ।

ଶ୍ରୀ ହାଁସଦା କହିଛନ୍ତି, ନିଲମ୍ବନ ସମ୍ପର୍କରେ ବାଚସ୍ପତିଙ୍କୁ ସୂଚନା ଦିଆଯାଇ ନ ଥିବାରୁ ତାଙ୍କର ଡିଭିଜନ୍‌ ନମ୍ବରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏ ସମ୍ପର୍କରେ ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ କହିଛନ୍ତି, ରାମଚନ୍ଦ୍ର ହାଁସଦା ବିଜେଡିରୁ ନିଲମ୍ବିତ ହୋଇଛନ୍ତି। ତାଙ୍କ ନିଲମ୍ବନ ଏବେ ବି ବଳବତ୍ତର ଅଛି। ତେବେ ଏ ସମ୍ପର୍କରେ ବାଚସ୍ପତିଙ୍କୁ ଅବଗତ କରାଇବା ନେଇ ସେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ସୂଚନାଯୋଗ୍ୟ ଯେ ନବଦିଗନ୍ତ ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ମୟୂରଭଞ୍ଜ ସାଂସଦ ଶ୍ରୀ ହାଁସଦା ୨୦୧୪ ନଭେମ୍ବର ୪ ତାରିଖରେ ସିବିଆଇ ଦ୍ୱାରା ଗିରଫ ହୋଇ ଜେଲ୍‌ରେ ଥିଲେ। ଗତ ୩ ତାରିଖରୁ ସୁପ୍ରିମକୋର୍ଟରୁ ଜାମିନ୍‌ ପାଇଲା ପରେ ସେ ଜେଲ୍‌ରୁ ମୁକୁଳିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe