ଲକ୍ଷ୍ମୌ: ମଧ୍ୟପ୍ରଦେଶର ଖେଳମନ୍ତ୍ରୀ ଜିତୁ ପଟଓ୍ଵାରି ସର୍ବଦା ଚର୍ଚ୍ଚାର ପରିସରରେ ରହିଥାଆନ୍ତି। ଚଳିତ ଥର ସେ ଏମିିତି କାମ କରିଛନ୍ତି, ଯାହାକୁ ଦେଖି ସାଧାରଣ ଲୋକ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଗତ ମଙ୍ଗଳବାର ଇନ୍ଦୋର ଟ୍ରାଫିକ୍ ଜାମରେ ଫସି ଯାଇଥିଲେ। ଏହାପରେ ଜିତୁ ଗାଡ଼ିରୁ ବାହାରି ଟ୍ରାଫିକ୍ ଜାମକୁ କ୍ଲିୟର କରିବାକୁ ସେଠାରେ ପହଁଞ୍ଚିଥିଲେ। ସଡ଼କରେ ମନ୍ତ୍ରୀଙ୍କୁ ଦେଖି କିଛି ଲୋକ ମନ୍ତ୍ରୀଙ୍କୁ ସାହାଯ୍ୟ କରିବାକୁ ଆସିଥିଲେ। କିିଛି ସମୟ ମଧ୍ୟରେ ଜିତୁୁ ଟ୍ରାଫିକ୍କୁ କ୍ଲିୟର କରି ଦେଇଥିଲେ।
/sambad/media/post_attachments/wp-content/uploads/2019/09/Untitled-design-83-784x441-300x169.jpg)
ତେବେ ଯେଉଁ ସମୟରେ ଟ୍ରାଫିକ୍ ଜାମ୍ ହୋଇଥିଲା ସେହି ସମୟରେ ଟ୍ରାଫିକ୍ ଲାଇଟ ଖରାପ ହୋଇଯାଇଥିଲା। ଏବଂ ସେଠାରେ ନିୟୋଜିତ ଥିବା ପୁଲିସକର୍ମଚାରୀ ଅଧିକ ଟ୍ରାଫିକ୍ ହେବା ହେତୁ ତାହାକୁ ସମ୍ଭାଳି ପାରି ନଥିଲେ। ଜିତୁ ପଟଓ୍ଵାରି ଓ ତାଙ୍କର କିଛି ସହାୟକ ଗାଡ଼ିରୁ ଓହ୍ଲାଇ ପୁଲିସକର୍ମଚାରୀଙ୍କ ସାହାଯ୍ୟ କରିଥିଲେ। ଏହି କାମ ପାଇଁ ସୋସିଆଲ ମିଡିଆରେ ଜିତୁ ପଟଓ୍ଵାରିଙ୍କ ଖୁବ୍ ପ୍ରଶଂସା କରାଯାଉଛି।
Follow Us