ଭାଇର ମାର୍କସିଟରେ ସରକାରୀ ଚାକିରି କରିବା ମହଙ୍ଗା ପଡ଼ିଲା; ଅବସରର କିଛି ଦିନ ପୂର୍ବରୁ ଧରାପଡ଼ିଲେ କର୍ମଚାରୀ

Advertisment
ଭାଇର ମାର୍କସିଟରେ ସରକାରୀ ଚାକିରି କରିବା ମହଙ୍ଗା ପଡ଼ିଲା; ଅବସରର କିଛି ଦିନ ପୂର୍ବରୁ ଧରାପଡ଼ିଲେ କର୍ମଚାରୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଗ୍ବାଲିୟର ନଗରନିଗମର ଜଣେ କର୍ମଚାରୀ ୪୩ବର୍ଷ ଧରି ଚାକିରି କରିବା ପରେ ତାଙ୍କ ମିଛ ଧରାପଡ଼ିଛି। ଏହି ମିଛ ତାଙ୍କର ଅବସର ନେବାର କିଛିଦିନ ପୂର୍ବରୁ ଧରାପଡ଼ିବା ପରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଉକ୍ତ କର୍ମଚାରୀ ଜଣକସହାୟକ ବର୍ଗ-୩ରେ ଚାକିରି କରୁ ଆସୁଥିଲେ।

ସୂଚନାଯୋଗ୍ୟ, ମୁରୈନାରେ ବସବାସ କରୁଥିବା କୈଳାଶ କୁଶବାହ ତାଙ୍କ ଭାଇ ରଣେନ୍ଦ୍ର କୁଶବାହଙ୍କ ମାର୍କସିଟ ବ୍ୟବହାର କରି ଗ୍ବାଲିୟର ନଗରନିଗମରେ ୧୯୮୧ ମସିହା ଜୁନ ମାସରେ ଚାକିରି ପାଇଥିଲେ। କୈଳାଶଙ୍କ ଭାଇ ରଣେନ୍ଦ୍ର ବି ଜଣେ ସରକାରୀ ଚାକିରିଆ।

ତେବେ ଦୀର୍ଘ ୪୩ବର୍ଷ ଧରି ନକଲି ମାର୍କସିଟରେ କୈଳାଶ କୁଶବାହ ଚାକିରି କରିଆସୁଥିବା ବେଳେ ଏବିଷୟରେ କାହାକୁ କୌଣସି ସୁରାକ ମିଳି ନଥିଲା। ମୁରୈନାରେ ରହୁଥିବା ଅ‌ଶୋକ କୁଶବାହ କୈଳାଶ କୁଶବାହ ତାଙ୍କ ଭାଇଙ୍କ ମାର୍କ ସିଟ ଆଧାରରେ ଚାକିରି କରିଥିବା କିଛିମାସ ତଳେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ କେନ୍ଦ୍ରକରି ନଗର ନିଗମ ବିଭାଗୀୟ ଯାଞ୍ଚ ଆରମ୍ଭ କରିଥିଲେ। ଏହି ଯାଞ୍ଚରୁ କୈଳାଶଙ୍କ ସମସ୍ତ ମିଛ ସାମ୍ନ‌ାକୁ ଆସି ଯାଇଥିଲା। ଏହାପରେ ୨୦୨୩ ଅଗଷ୍ଟମାସରେ କୌଳାଶ କୁଶବାହଙ୍କୁ ଚାକିରିରୁ ନିଲମ୍ବନ କରି ଦିଆଯାଇଥିଲା।

ଏହି ଘଟଣାକୁ କେନ୍ଦ୍ରକରି ନଗରନିଗମ ଡେପୁଟି କମିଶନର ଅନିଲ ଦୁବେ ୟୁନିଭର୍ସିଟି ଥାନାରେ କୈଳାଶ କୁଶବାହଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। କୈଳାଶଙ୍କ ବିରୋଧରେ ପୁଲିସ ୪୨୦, ୪୬୭, ୪୬୮ ଓ ୪୭୧ରେ ମାମଲା ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe