ଲୋକସଭାରେ ବିଜେଡି ସାଂସଦଙ୍କ ଦାବି: ବିଜୁ ବାବୁଙ୍କ ନାଁରେ ହେଉ ପାରାଦୀପ ବନ୍ଦର

Advertisment
ଖଣି ସହ ପାରାଦୀପ ବନ୍ଦରର ସଂଯୋଗ ଉପରେ ଗୁରୁତ୍ବ

The Economic Times

ନୂଆଦିଲ୍ଲୀ : ପା‌ରାଦୀପ ବନ୍ଦରକୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବା ପାଇଁ ଲୋକସଭାରେ ଦାବି ହୋଇଛି। ଏହି ଦାବି କରିଛନ୍ତି ବିଜେଡି ସାଂସଦ ଅନୁଭବ ମହାନ୍ତି। ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ଭାଗ ନେବା ଅବସରରେ ଶ୍ରୀ ମହାନ୍ତି ଏହି ଦାବି ଉପସ୍ଥାପନ କରିଥିଲେ।

ଶ୍ରୀ ମହାନ୍ତି କହିଲେ, ଏହି ଦାବି ବିଭିନ୍ନ ସମୟରେ ଲୋକସଭାରେ ଓ ରାଜ୍ୟସଭାରେ ହୋଇଛି। ଏହା ୪.୫ କୋଟି ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ। ପାରାଦୀପ ବନ୍ଦରକୁ ବିଜୁ ପଟ୍ଟନାୟକ ପ୍ରତିଷ୍ଠା କରିଥିଲେ ଏବଂ ଏହା ତାଙ୍କର ମାନସ ସନ୍ତାନ ଥିଲା। ଆଧୁନିକ ଓଡ଼ିଶାର ନିର୍ମାତା ବିଜୁ ବାବୁ ପାରାଦୀପ ବନ୍ଦର ପାଇଁ ସର୍ବଦା ସମର୍ପିତ ଥିଲେ। ଏବେ ପାରାଦୀପ ବନ୍ଦର ଦେଶର ବୃହତ ବନ୍ଦର ରୂପେ ପରିଗଣିତ ହେଉଛି। ପଣ୍ୟ କାରବାରରେ ଏହି ବନ୍ଦରର ରେକର୍ଡ ରହିଛି। ବିଜୁ ବାବୁଙ୍କ ନାମରେ ବନ୍ଦର ନାମିତ କରାଗଲେ ଏହା ତାଙ୍କ ପ୍ରତି ଉଚିତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀ ମହାନ୍ତି କହିଥିଲେ। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ବନ୍ଦର ବଜେଟ୍‌ ହ୍ରାସ କରାଯାଇଥିବା ସେ ଅଭିଯୋଗ କରିଥିଲେ। ଚଳିତ ବର୍ଷ ବନ୍ଦର ପାଇଁ ୧୬୨ କୋଟି ଟଙ୍କା ବ୍ୟବସ୍ଥା କରାଯାଇଥିବା ବେଳେ ଗତ ବର୍ଷ ଏହା ୨୦୬ କୋଟି ଟଙ୍କା ଥିଲା ବୋଲି ଶ୍ରୀ ମହାନ୍ତି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe