ପେଗାସସ୍ ମାମଲାରେ ସୁପ୍ରିମ କୋର୍ଟ ଗଲେ ସାଂସଦ, କୋର୍ଟ ତତ୍ତ୍ବାବଧାନରେ ତଦନ୍ତ ପାଇଁ ଆବେଦନ

Advertisment

ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ୍‌ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ

ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ୍‌ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ

ପେଗାସସ୍ ମାମଲାରେ ସୁପ୍ରିମ କୋର୍ଟ ଗଲେ ସାଂସଦ, କୋର୍ଟ ତତ୍ତ୍ବାବଧାନରେ ତଦନ୍ତ ପାଇଁ ଆବେଦନ

The Quint

ନୂଆଦିଲ୍ଲୀ: ପେଗାସସ୍‌ ସ୍ପାଏୱେର ମାମଲାରେ ରାଜ୍ୟସଭା ସାଂସଦ ଜନ୍ ବ୍ରିଟାସ୍‌ ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଇସ୍ରାଏଲ କମ୍ପାନି ଏନ୍‌ଏସଓ ଗ୍ରୁପ୍ ଦ୍ବାରା ପ୍ରସ୍ତୁତ ଏହି ସଫ୍ଟୱେର ମାଧ୍ୟମରେ ଭାରତରେ ନେତା, ସାମ୍ବାଦିକ, ବିଚାରପତି, ଆଇନଜୀବୀ, ସାମାଜିକ କର୍ମୀ ଆଦିଙ୍କ ବିରୋଧରେ ଗୁଇନ୍ଦାଗିରି କରାଯାଇଥିବା ଅଭିଯୋଗ ହୋଇଛି। ପାଖାପାଖି ୩୦୦ ଭାରତୀୟଙ୍କ ଟେଲିଫୋନ୍ ହ୍ୟାକ୍ କରି ଏଭଳି କାର୍ଯ୍ୟ କରାଯାଇଥିବା କୁହାଯାଇଛି। ଏହି ପ୍ରସଙ୍ଗ ଏବେ ଭାରତରେ ମୁଖ୍ୟ ଚର୍ଚ୍ଚାର ପ୍ରସଙ୍ଗ ହୋଇ ରହିଛି।

ତେବେ ଇତିମଧ୍ୟରେ ବ୍ରିଟାସ୍ ସୁପ୍ରିମ କୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ସେଥିରେ ସେ କହିଛନ୍ତି ଗୁଇନ୍ଦାଗିରି ଅଭିଯୋଗ ଦେଶର ବିଭିନ୍ନ ବର୍ଗର ଲୋକ କରିଛନ୍ତି। ବାକ୍ ସ୍ବାଧୀନତା ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିବ। ତେଣୁ ପେଗାସସ୍‌ ସ୍ପାଏୱେର ମାଧ୍ୟମରେ ଯେଉଁ ଗୁଇନ୍ଦାଗିରିର ଅଭିଯୋଗ ଆସିଛି ତାହାର ତଦନ୍ତ କୋର୍ଟଙ୍କ ତତ୍ତ୍ବାବଧାନରେ କରିବା ଲାଗି ଆବେଦନରେ ପ୍ରାର୍ଥନା କରାଯାଇଛି। ସିପିଏମ୍ ସାଂସଦ ବ୍ରିଟାସ୍‌ ରବିବାର ଏହା ମଧ୍ୟ କହିଛନ୍ତି ଯେ ଏହା ଏକ ଗୁରୁତ୍ବପୂର୍ଣ୍ଣ ଅଭିଯୋଗ। ଏହା ସତ୍ତ୍ବେ କେନ୍ଦ୍ର ସରକାର ଏହାର ତଦନ୍ତ ପାଇଁ ଯତ୍ନବାନ ନାହାନ୍ତି। ସ୍ବୀକୃତି ନଥାଇ ଭାରତରେ ଗୁଇନ୍ଦାଗିରି କରିବା ସହଜ ନୁହେଁ ବୋଲି ସରକାର କହିଛନ୍ତି। ଏଥିପାଇଁ ସଂସଦରେ ଏହି ପ୍ରସଙ୍ଗ ଉଠାଯାଇଛି। ତେବେ ସରକାର ଏହାକୁ ସ୍ବୀକାର କିମ୍ବା ଅସ୍ବୀକାର କରିନାହାନ୍ତି ବୋଲି ସେ କହିଛନ୍ତି।

ଜେରୁଜେଲମ୍: ଫୋନ୍‌ ହ୍ୟାକିଂ ସଫ୍ଟୱେର୍ ପେଗାସସ୍‌କୁ ନେଇ ରାଜନୈତିକ ମହଲରେ ଝଡ଼ ଉଠିଥିବା ବେଳେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫତାଲି ବେନେଟଙ୍କ ସହ ଏ ବିଷୟରେ ଫୋନ୍‌ରେ କଥା ହୋଇଛନ୍ତି। ତାଙ୍କ ସେଲ୍‌ଫୋନ୍‌ରୁ ଗୁପ୍ତତଥ୍ୟ ସଂଗ୍ରହ ପାଇଁ ଓ ତାଙ୍କ ଉପରେ ଗୁଇନ୍ଦାଗିରି କରିବା ପାଇଁ ମରକ୍କୋର ସୁରକ୍ଷା ବଳ ଇସ୍ରାଏଲର ସାଇବର ସିକ୍ୟୁରିଟି କମ୍ପାନି ଏନ୍‌ଏସ୍‌ଓ ଦ୍ବାରା ପ୍ରସ୍ତୁତ ପେଗାସସ୍ ସ୍ପାଇୱେର୍ ବ୍ୟବହାର କରୁଥିବା ସମ୍ପର୍କରେ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ଘଟଣାକୁ ନେଇ ମାକ୍ରଁ ପ୍ରଧାନମନ୍ତ୍ରୀ ବେନେଟଙ୍କ ସହ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ, ଏକ ଗଣମାଧ୍ୟମ ଗୋଷ୍ଠୀ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ରାଷ୍ଟ୍ରପତି ମାକ୍ରନଙ୍କ ସମେତ ଫ୍ରାନ୍ସ ସରକାରଙ୍କ ଅନ୍ୟୂନ ୧୫ ଜଣ ସଦସ୍ୟଙ୍କ ଫୋନ୍ ପେଗାସସ୍‌ ଦ୍ବାରା ହ୍ୟାକ୍‌ ହୋଇଛି। ମାକ୍ରନ୍‌ ଏ ବିଷୟରେ ବେନେଟଙ୍କୁ ଜଣାଇବା ସହ ଏହାକୁ ଗୁରୁତ୍ବର ସହ ନେବା ପାଇଁ ଅନୁରୋଧ କରିଥିଲେ ବୋଲି ଇସ୍ରାଏଲର ଚାନେଲ ୧୨ ରିପୋର୍ଟ କରିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ କହିଲେ ଯେ, ଏଭଳି ଅଭିଯୋଗ ସେ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ହୋଇଆସୁଛି। ତେବେ ଏହା ଉପରେ କିଛି ନା କିଛି ପଦକ୍ଷେପ ନେବାକୁ ସେ ପ୍ରତିଶ୍ରୁତି ଦେଇଥିଲେ। ଫ୍ରାନ୍ସରେ ପେଗାସସ୍ ସ୍ପାଇୱେର ଅପବ୍ୟବହାର ହେଉଥିବା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଗୁରୁବାର ରାଷ୍ଟ୍ରପତି ମାକ୍ରାନ୍‌ ଏହା ଉପରେ ଆଲୋଚନା ପାଇଁ ଏକ ଜରୁରୀ ଜାତୀୟ ସୁରକ୍ଷା ବୈଠକ ଡକାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe