ନୂଆଦିଲ୍ଲୀ: ଚାଲିଛି ଶୀତ ଅଧିବେଶନ । ଡିସେମ୍ବର ପହିଲାରୁ ଏହି ଅଧିବେଶ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ପ୍ରସଙ୍ଗରେ ସବୁଦିନ ଗୃହ ସରଗରମ ରହୁଛି । ପ୍ରସଙ୍ଗ, ଆଲୋଚନା ଏବଂ ବିତର୍କ ନେଇ ସବୁବେଳେ ସବୁ ଅଧିବେଶନ ଚର୍ଚ୍ଚାରେ ରହୁଥିବା ବେଳେ ଏଥର ଶୀତ ଅଧିବେଶନ କିନ୍ତୁ ସଂସଦ କୁ ଯାଉଥିବା ସାଂସଦଙ୍କ ଷ୍ଟାଇଲକୁ ନେଇ ଅଧିକ ଚର୍ଚ୍ଚା । ଶୀତ ପୋଷାକ ଏବଂ ସାଂସଦଙ୍କ ଷ୍ଟାଇଲକୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି କଙ୍ଗନା, ଚିରାଗ, ମହୁଆ ମୋଇତ୍ର ।

Advertisment
Winter Session
Winter Session Photograph: (sambad.in)

ଆହୁରି ପଢନ୍ତୁ- Indigo Flight Disruption : ଫ୍ଲାଇଟ୍ ଅଚଳାବସ୍ଥାର ପ୍ରକୃତ କାରଣ ଜାଣିବା କଷ୍ଟକର : ଇଣ୍ଡିଗୋ

ଅଭିନେତ୍ରୀରୁ ନେତ୍ରୀ ବନିଥିବା କଙ୍ଗନା ନିଜ ଷ୍ଟାଇଲକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ଏଥର ଶୀତ ଅଧିବେଶନରେ ବି ନିଜ ଶୀତବସ୍ତ୍ରକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଟସର ଶାଢୀ ସହିତ ଏକ ଲମ୍ବା କୋଟ୍ ପିନ୍ଧି ପାରମ୍ପରିକ ଲୁକରେ ସଂସଦ ଆସିଥିଲେ କଙ୍ଗନା ।
ସେହିପରି ମହୁଆ ମୋଇତ୍ର ବି ନିଜ ଶାଢୀ ଲୁକ ପାଇଁ ସୋସିଆଲ ମିଡିଆରେ ଟ୍ରେଣ୍ଡରେ ଅଛନ୍ତି । ଚିରାଗ ପାସଓ୍ଵାନ ବି ଏକ ନୀଳ ଜିନ୍ସ ଏବଂ କୁର୍ତ୍ତା ସହ ଏକ କଳା ରଙ୍ଗର ଶାଲ୍ ପକାଇ ସଂସଦ ଆସିଥିଲେ । 

ପ୍ରିୟଙ୍କା ଗାନ୍ଧୀ ବି ଏକ ସାଧାସିଧା ପାରମ୍ପରିକ ଷ୍ଟାଇଲରେ ଗ୍ରେ ଶାଲ୍ ପିନ୍ଧିଥିଲେ । ସୋନିଆ ଗାନ୍ଧୀ ଶାଢୀ ଉପରେ ଏକ କଳା ରଙ୍ଗର ସ୍ୱେଟର ପିନ୍ଧି ଆସିଥିଲେ ଯାହା ସାଂସଦଙ୍କ ଶୀତ ସ୍ପର୍ଶର ଝଲକ କହିଲେ କିଛି ଅତ୍ୟୁକ୍ତି ହେବନି ।

ଆହୁରି ପଢନ୍ତୁ- Poachers Arrested: ସିମିଳିପାଳରେ ଦୁଇ ଶିକାରୀ ଗିରଫ: ଘରୁ ମିଳିଲା ବଣ୍ଡା ମାଂସ, ଧନୁ ତୀର ଓ ୧୬୦ଟି ଫାଶ

Winter Session 2
Winter Session 2 Photograph: (sambad.in)

ସେପଟେ ଆଜି ‘ବନ୍ଦେ ମାତରମ୍’ ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଲୋକସଭାରେ ବିଶେଷ ଆଲୋଚନା ଆରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା ଆରମ୍ଭ କରିଥିଲେ । ବନ୍ଦେ ମାତରମର ଗୁରୁତ୍ବ  ଉପରେ ଆଲୋକପାତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଏହା ଏକ ଐତିହାସିକ ମୂହୂର୍ତ୍ତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସ୍ବାଧୀନତା ସଂଗ୍ରାମରେ ଏହି ଗୀତ କୋଟିକୋଟି ଭାରତୀୟଙ୍କ ହୃଦୟରେ ଦେଶପ୍ରେମର ଅଗ୍ନି ଜଳାଇଥିଲା । ଏହାକୁ ଭାରତର ଜାତୀୟ ସଙ୍ଗୀତ ଭାବେ ଗ୍ରହଣ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ପରେ ବିଭିନ୍ନ ଦଳର ସାଂସଦମାନେ ମତ ରଖିଥିଲେ।