ନିଜ ହାତରେ ଶିଶୁକୁ ଅନ୍ନ ଖୁଆଇଲେ ସ୍ମୃତି ଇରାନୀ

Advertisment
ନିଜ ହାତରେ ଶିଶୁକୁ ଅନ୍ନ ଖୁଆଇଲେ ସ୍ମୃତି ଇରାନୀ

ଆମେଥୀ: କେନ୍ଦ୍ର ପୋଷାକ ମନ୍ତ୍ରୀ ଓ ସ୍ଥାନୀୟ ସାଂସଦ ସ୍ମୃତି ଇରାନୀ ରବିବାରକୁ ନିଜ ସଂସଦୀୟ କ୍ଷେତ୍ର ଆମେଥୀ ପହଞ୍ଚିଥିଲେ। ଏଠାରେ ସ୍ମୃତି ଇରାନୀ ଏକ ସାମୁହିକ ଅନ୍ନପ୍ରସନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସ୍ମୃତି ନିଜ ହାତରେ ଶିଶୁକୁ ପ୍ରଥମ ଥର ଅନ୍ନ ଖୁଆଇଥିଲେ। କେବଳ ଏତିକି ନୁହେଁ ଏଠାରେ ସ୍ମୃତି ଛାତ୍ରଛାତ୍ରୀଙ୍କୁ ଲ୍ୟାପଟପ୍‌ ବି ଯୋଗାଇ ଦେଇଥିଲେ।

ଏହାପୂର୍ବରୁ ସ୍ମୃତି ଇରାନୀ ଅଧିକାରୀଙ୍କୁ କହିଥିଲେ କି, ବିକାଶ ଯୋଜନା ଯେପରି ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ପହଞ୍ଚିବ ସେ ନେଇ ଦୃଷ୍ଟି ଦିଆଯିବ। ଏଥିରେ ଯେପରି କୌଣସି ପ୍ରକାର ଅବହେଳା ନହୁଏ ସେଥିପ୍ରତି ବି କଡ଼ା ନଜର ରଖାଯିବ ବୋଲି କହିଥିଲେ।

ସ୍ମୃତି ଇରାନୀ ସମସ୍ତ ଜିଲ୍ଲାଅଧିକାରୀ, ସମସ୍ତ ଜିଲ୍ଲାସ୍ତର ବିଭାଗୀୟ ଅଧିକାରୀଙ୍କ ସହିତ ବୈଠକ କରିଥିଲେ। ସେ ଆୟୁଷ୍ମାନ ଭାରତ, ସୌଭାଗ୍ୟ, ଉଜ୍ଜ୍ୱଲା ଏବଂ ସ୍ୱଚ୍ଛ ଭାରତ ମିସନ୍‌ ଭଳି ଯୋଜନାର ସମୀକ୍ଷା କରି ଅଧିକରୀଙ୍କୁ କହିଥିଲେ କି, ଏହି ଯୋଜନା ଲାଭ ସମାଜର ଶେଷ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସଚ୍ଚୋଟତାର ସହ ଓ ଠିକ୍‌ ସମୟରେ ପହଞ୍ଚିବା ଦରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe