ଏହି କାରଣରୁ ରାତ୍ରି ଭୋଜନ ସମୟରେ ଟିମ୍ ଆଗରେ କାନ୍ଦିଥିଲେ ଧୋନି

Advertisment
ଏହି କାରଣରୁ ରାତ୍ରି ଭୋଜନ ସମୟରେ ଟିମ୍ ଆଗରେ କାନ୍ଦିଥିଲେ ଧୋନି

ନୂଆଦିଲ୍ଲୀ: ସବୁବେଳେ ନିଜ ହେଲିକପ୍ଟର ସଟ୍ ପାଇଁ ଚର୍ଚ୍ଚାରେ ରହୁଥିବା ଭାରତୀୟ କ୍ରିକେଟର ତଥା ସିଏସକେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବେ ଆଉ ଏକ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂହ ଧୋନିଙ୍କୁ ନେଇ ଯେଉଁ ଖୁଲାସା କରିଛନ୍ତି, ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ୨୦୧୮ରେ ରାତ୍ରି ଭୋଜନ ସମୟରେ ମହେନ୍ଦ୍ର ସିଂହ ଧୋନି କାନ୍ଦି ପକାଇଥିଲେ ବୋଲି କହିଛନ୍ତି ହରଭଜନ ସିଂହ।

ତିନି ବର୍ଷ ଧରି ଚେନ୍ନାଇ ସୁପର କିଙ୍ଗ୍ସରେ ଧୋନିଙ୍କ ସହ ଖେଳିଥିବା ହରଭଜନ କହିଛନ୍ତି ଯେ ଦୁଇ ବର୍ଷର ନିଷେଧାଦେଶ ପରେ ସିଏସକେ ଆଇପିଏଲକୁ ଫେରିବାରୁ ଏମଏସ ଧୋନି ରାତ୍ରୀ ଭୋଜନରେ କାନ୍ଦିଥିଲେ। ବରିଷ୍ଠ ୱିକେଟ୍ କିପର ହରଭଜନ ସିଂହ ଆଇପିଏଲରେ କ୍ୟାରିଅର୍ ସିଏସକେ ସହିତ ଆରମ୍ଭ କରିଥିଲେ। ୨୦୧୬ ଏବଂ ୨୦୧୭ରେ ସିଏସକେ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ସେ ୨ବର୍ଷ ପାଇଁ ରାଇଜିଂ ପୁଣେ ସୁପରଜିଆଣ୍ଟରେ ଯୋଗ ଦେଇଥିଲେ।

ସେହି ପୁରୁଣା ଦିନକୁ ମନେ ପକାଇ ହରଭଜନ କହିଛନ୍ତି ଯେ, “ଏକ କାହାଣୀ ଅଛି ଯାହାକୁ ମୁଁ ସେୟାର କରିବାକୁ ଚାହୁଁଛି। ୨୦୧୮ରେ, ଯେତେବେଳେ ସିଏସକେ ୨ବର୍ଷର ପ୍ରତିବନ୍ଧକ ପରେ ଆଇପିଏଲକୁ ପ୍ରତ୍ୟାବର୍ତ୍ତନ କଲା, ସେତେବେଳେ ଟିମ୍ ପାଇଁ ଏକ ରାତ୍ରୀ ଭୋଜନର ଆୟୋଜନ ହୋଇଥିଲା। ମୁଁ ଶୁଣିଥିଲି ଯେ ‘ପୁରୁଷମାନେ କାନ୍ଦନ୍ତି ନାହିଁ’। କିନ୍ତୁ ସେଦିନ ଏମଏସ ଧୋନିଙ୍କୁ କାନ୍ଦିବାର ଦେଖିଲି। ସିଏସକେକୁ ସେ କେତେ ଭଲପାଆନ୍ତି, ତାହା ସେଦିନ ପ୍ରମାଣ ହୋଇଥିଲା। ମୁଁ ଭାବୁଛି ଏ ବିଷୟରେ କେହି ଜାଣନ୍ତି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe