କ୍ରିକେଟ ଛାଡ଼ି ଏବେ ଏହି ଖେଳରେ ନିଜ ଭାଗ୍ୟ ପରୀକ୍ଷା କରିବେ ଧୋନି, ଆରମ୍ଭ କଲେ ଏହି ବ୍ୟବସାୟ

କ୍ରିକେଟରେ ଅନେକ ରେକର୍ଡ ଭାଙ୍ଗିବା ପରେ ଏବେ ନୂଆ ଯାତ୍ରା ଆରମ୍ଭ କଲେ ମହେନ୍ଦ୍ର ସିଂହ ଧୋନି। ଟିମ୍ ଇଣ୍ଡିଆର ସବୁଠାରୁ ସଫଳ ଅଧିନାୟକମାନଙ୍କ ମଧ୍ୟରୁ ଜଣେ ଏମଏସ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇସାରିଥି‌ବା ବେଳେ ଏବେ ଆଉ ଏକ ନୂଆ ଆରମ୍ଭ କରିଛନ୍ତି।

New Project (2)

ଚେନ୍ନାଇ: କ୍ରିକେଟରେ ଅନେକ ରେକର୍ଡ ଭାଙ୍ଗିବା ପରେ ଏବେ ନୂଆ ଯାତ୍ରା ଆରମ୍ଭ କଲେ ମହେନ୍ଦ୍ର ସିଂହ ଧୋନି। ଟିମ୍ ଇଣ୍ଡିଆର ସବୁଠାରୁ ସଫଳ ଅଧିନାୟକମାନଙ୍କ ମଧ୍ୟରୁ ଜଣେ ଏମଏସ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇସାରିଥି‌ବା ବେଳେ ଏବେ ଆଉ ଏକ ନୂଆ ଆରମ୍ଭ କରିଛନ୍ତି। ଚେନ୍ନାଇ ସୁପରକିଙ୍ଗସ(ସିଏସକେ) ପାଇଁ ଅଧିନାୟକତ୍ବ କରୁନଥିଲେ ବି ଦଳ ସେ ପଡ଼ିଆକୁ ଓଲ୍ହାଇଛନ୍ତି ଧୋନି। ଚେନ୍ନ‌ାଇ ପ୍ରତି ଥିବା ଭଲପାଇବା‌ର ପ୍ରମାଣ ସେ ଅନେକ ସମୟରେ ଦେଇଥିବା ‌ବେଳେ ଏବେ ସେ ‌ଚେନ୍ନାଇକୁ ଏକ ବଡ଼ ଉପହାର ଦେଇଛନ୍ତି। ଧୋନି ୭ପ୍ୟାଡଲ ନାମକ ଏକ ନୂତନ ବ୍ରାଣ୍ଡ ଆରମ୍ଭ କରିଛନ୍ତି, ଯାହାର ପ୍ରଥମ କେନ୍ଦ୍ର ଚେନ୍ନାଇରେ ଖୋଲାଯାଇଛି।

କିଛି ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି, ଯେଉଁଥିରେ ଧୋନିଙ୍କୁ ବର୍ତ୍ତମାନର ସିଏସକେ ଅଧିନାୟକ ଋତୁରାଜ ଗାୟକୱାଡ ଏବଂ ଲୋକପ୍ରିୟ ସଂଗୀତକାର ଅନିରୁଦ୍ଧ ରବିଚନ୍ଦରଙ୍କ ସହିତ ଦେଖିବାକୁ ମିଳିଛି। ଏହି ଦୁଇ ଜଣଙ୍କ ଉପସ୍ଥିତିରେ ଧୋନି ୭ପ୍ୟାଡଲର ଉଦଘାଟନ କରିଥିବା ଜଣାଯାଇଛି।

ଉଦଘାଟନୀ ସମାରୋହରେ ଏମଏସ ଧୋନିଙ୍କୁ ପ୍ୟାଡଲ(ଏକ ରାକେଟ ଖେଳ ଯାହା ସାଧାରଣତଃ ଡବଲ୍ସ ଟେନିସ୍ କୋର୍ଟ ଅପେକ୍ଷା ଟିକିଏ ଛୋଟ କୋର୍ଟରେ ଖେଳାଯାଏ।) ଖେଳୁଥିବାର ମଧ୍ୟ ଦେଖାଯାଇଥିଲା, ଯାହାର ଭିଡିଓ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ସେ ଅନିରୁଦ୍ଧଙ୍କ ସହ ଖେଳ ଉପଭୋଗ କରୁଥିବାର ଦେଖାଯାଇଛି।

ଏମଏସ ଧୋନି ତାଙ୍କର ୭ପ୍ୟାଡଲ ବ୍ରାଣ୍ଡର ପ୍ରଥମ ସେଣ୍ଟର ପ୍ରାୟ ୨୦ହଜାର ବର୍ଗଫୁଟରେ ନିର୍ମାଣ କରିଛନ୍ତି, ଯେଉଁଥିରେ ତିନୋଟି ପ୍ୟାଡେଲ କୋର୍ଟ ଅଛି। କେବଳ ଏତିକି ନୁହେଁ, ଏଥିରେ ଏକ ପିକଲବଲ୍ କୋର୍ଟ ମଧ୍ୟ ଅଛି। ଏଠାରେ ଲୋକଙ୍କ ପାଇଁ ସୁଇମିଂ ପୁଲ, ଜିମ୍, କାଫେ, ରିକଭରୀ ରୁମ୍ ସମେତ ଅନ୍ୟାନ୍ୟ ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି।

ଆପଣଙ୍କୁ ଜଣାଇ ଦେଉଛୁ ଯେ, ଏବେ ପ୍ୟାଡେଲ ଟେନିସ୍ ଦେଶରେ ବହୁତ ଲୋକପ୍ରିୟ ହୋଇଛି। ଏହା ଏକ ରାକେଟ୍ ଖେଳ, ଯାହା ଟେନିସ୍ ସହିତ ସମାନ। କିନ୍ତୁ ଏହାର କୋର୍ଟ ଟେନିସ୍ ଅପେକ୍ଷା ଟିକିଏ ଛୋଟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe