୪୪ ବର୍ଷରେ ପାଦ ଥାପିଲେ ଥାଲା: କେକ୍ କାଟି ଜନ୍ମଦିନ ପାଳିଲେ ଧୋନୀ

ଆଜି କିମ୍ବଦନ୍ତୀ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ଜନ୍ମଦିନ । ୪୪ ବର୍ଷରେ ପାଦ ଦେଲେ ମାହି । କ୍ୟାପଟେନ୍ କୁଲ୍ ଭାବେ ପରିଚିତ ଏମଏସ ଧୋନୀ ମ୍ୟାଚର ବେଷ୍ଟ ଫିନିସର, ଆଜି ସକାଳେ କେକ୍ କାଟି ନିଜ ଜନ୍ମଦିନ ଧୋନୀ ପାଳିଥିବା ବେଳେ ତାଙ୍କ ବାସଭବନ ସାମ୍ନାରେ ପ୍ରଶଂସକଙ୍କ ଭିଡ ଜମିଛି ।

dhoni

ରାଞ୍ଚି: ଆଜି କିମ୍ବଦନ୍ତୀ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ଜନ୍ମଦିନ । ୪୪ ବର୍ଷରେ ପାଦ ଦେଲେ ମାହି । କ୍ୟାପଟେନ୍ କୁଲ୍ ଭାବେ ପରିଚିତ ଏମଏସ ଧୋନୀ ମ୍ୟାଚର ବେଷ୍ଟ ଫିନିସର । କୌଣସି ବି ମ୍ୟାଚ୍ ଆପଣ ଦେଖିବେ ଯଦି ଧୋନୀ ଶେଷ ଯାଏଁ ଥିବେ ତାହାଲେ ସିଏ ଦଳକୁ ବିଜୟ ସହ ଏକ ସୁନ୍ଦର ଛକା, ଚୌକା ସହ ଫିନିସ୍ କରିଥିବାର ଅନେକ ନଜିର ରହିଛି । 

ତେବେ ପୂର୍ବତନ ଭାରତୀୟ କ୍ରିକେଟର ଧୋନୀ ଡାହାଣ ହାତି ବ୍ୟାଟର  ହୋଇଥିବା ବେଳେ ଓ୍ଵିକେଟ୍ କିପର ଭାବେ ତାଙ୍କ ଦକ୍ଷତା ଦେଖିଛି ଦୁନିଆ । ଟିମ୍ ଇଣ୍ଡିଆକୁ ଅନେକ ସଫଳତା ଆଣି ଦେଇଥିବା ଧୋନୀଙ୍କର ଆଜି ଜନ୍ମଦିନ । ୧୯୮୧ ଜୁଲାଇ ୭ ତାରିଖରେ ରାଞ୍ଚିରେ ଜନ୍ମ ଗ୍ରହଣ କରିଥିବା ମହେନ୍ଦ୍ର ସିଂ ଧୋନୀଙ୍କୁ ଇତି ମଧ୍ଯରେ ୪୪ ଛୁଇଁଛି ।

ସେପଟେ ଆଜି ସକାଳେ କେକ୍ କାଟି ନିଜ ଜନ୍ମଦିନ ଧୋନୀ ପାଳିଥିବା ବେଳେ ତାଙ୍କ ବାସଭବନ ସାମ୍ନାରେ ପ୍ରଶଂସକଙ୍କ ଭିଡ ଜମିଛି । ରାଞ୍ଚି ସ୍ଥିତ ତାଙ୍କ ବାସଭବନ ଆଗରେ ଏମଏସ ଧୋନୀ ଫ୍ୟାନ୍ କ୍ଲବର ସଦସ୍ୟମାନେ କେକ୍ କାଟି ଜନ୍ମଦିନ ପାଳନ କରୁଥିବା ଦେଖିବାକୁ ମିଳିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe