ଏମ୍‌ଏସ୍‌ଏମ୍‌ଇ ଭାରତୀୟ ଅଭିବୃଦ୍ଧି ଯାତ୍ରାର ମୁଖ୍ୟ ସ୍ତମ୍ଭ: ମୋଦୀ

Advertisment

ଉଦ୍ୟମୀ ଭାରତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ

ଉଦ୍ୟମୀ ଭାରତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ

ମୋଦୀଙ୍କ ସମାବେଶକୁ ଯିବା ପାଇଁ ସାମ୍ବାଦିକ ଦେବେ ଚରିତ୍ର ପ୍ରମାଣପତ୍ର

The Indian Nation

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ‘ଉଦ୍ୟମୀ ଭାରତ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ସେ ଏମ୍‌ଏସ୍‌ଏମ୍‌ଇ କାର୍ଯ୍ୟଦକ୍ଷତା ଉତ୍ଥାନ ତ୍ୱରାନ୍ୱିତ କାର୍ଯ୍ୟକ୍ରମ (ଆର୍‌ଏଏମ୍‌ପି) ଯୋଜନା, ଏମ୍‌ଏସ୍‌ଏମ୍‌ଇ ପ୍ରଥମ ଥର ରପ୍ତାନିକାରୀ ଓ ସାମର୍ଥ୍ୟ ବୃଦ୍ଧି ଯୋଜନା (ସିବିଏଫ୍‌ଟିଇ) ଓ ପ୍ରଧାନମନ୍ତ୍ରୀ କର୍ମନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମର ନୂତନ ବୈଶିଷ୍ଟ୍ୟ (ପିଏମ୍‌ଇଜିପି) ଯୋଜନାର ମଧ୍ୟ ଆରମ୍ଭ କରିଛନ୍ତି। ସେ ମଧ୍ୟ ଡିଜିଟାଲ ମାଧ୍ୟମରେ ୨୦୨୨-୨୩ ନିମନ୍ତେ ପିଏମ୍‌ଇଜିପି ହିତାଧିକାରୀମାନଙ୍କୁ ସହାୟତା ହସ୍ତାନ୍ତର କରିଛନ୍ତି। ଏହା ବ୍ୟତୀତ ସେ ୨୦୨୨ର ଏମ୍‌ଏସ୍‌ଏମ୍‌ଇ ଆଇଡିଆ ହକାଥନର ଫଳ ଘୋଷଣା କରିବା ସହ ଆତ୍ମନିର୍ଭରଶୀଳ ଭାରତ ନିଧି (ଏସ୍‌ଆର୍‌ଆଇ) ଅଧୀନରେ ୭୫ ଏମ୍‌ଏସ୍‌ଏମ୍‌ଇକୁ ଡିଜିଟାଲ ଇକ୍ବିଟି ପ୍ରମାଣପତ୍ର ମଧ୍ୟ ଜାରି କରିଛନ୍ତି। କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ, ଭାନୁପ୍ରତାପ ବର୍ମା, ଦେଶବ୍ୟାପୀ ଏମ୍‌ଏସ୍‌ଏମ୍‌ଇର ଅଂଶୀଦାର ଓ ବିଭିନ୍ନ ଦେଶର କୂଟନୀତିଜ୍ଞ ଏହି ଅବସରରେ ଉପସ୍ଥିତ ଥିଲେ।

ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏମ୍‌ଏସ୍‌ଏମ୍‌ଇର ଉଦ୍ୟମ ଆତ୍ମନିର୍ଭର ଭାରତକୁ ଆଗେଇ ନେବାରେ ସହାୟକ ହେବ। ଏକବିଂଶ ଶତାବ୍ଦୀରେ ଭାରତ ଯେଉଁ ଶିଖର ଛୁଇଁଲେ ମଧ୍ୟ ତାହା ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ଉପରେ ନିର୍ଭରଶୀଳ ରହିବ ବୋଲି ସେ କହିଥିଲେ। ଭାରତୀୟ ସାମଗ୍ରୀ ନୂତନ ବଜାରରେ ପହଂଚିବା ତଥା ଦେଶର ରପ୍ତାନି ବୃଦ୍ଧି ପାଇଁ ଏମ୍‌ଏସ୍‌ଏମ୍‌ଇ ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ଯେତେବେଳେ ଏମ୍‌ଏସ୍‌ଏମ୍‌ଇ କଥା କହୁ ଏହାର ପ୍ରଯୁକ୍ତିଗତ ସମ୍ପ୍ରସାରଣ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ବୁଝାଇଥାଏ। ଏହି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକ ଭାରତୀୟ ଅଭିବୃଦ୍ଧି ଯାତ୍ରାର ମୁଖ୍ୟ ସ୍ତମ୍ଭ। ଭାରତୀୟ ଅର୍ଥନୀତିର ଏକ ତୃତୀୟାଂଶ ଏହି ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରୁ ଆସିଥାଏ। ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ଶକ୍ତିବୃଦ୍ଧି ସମ୍ପୂର୍ଣ୍ଣ ସମାଜର ଶକ୍ତିବୃଦ୍ଧିରେ ସହାୟକ। ସେଥିପାଇଁ ଏହି କ୍ଷେତ୍ରକୁ ସରକାର ସବୁବେଳେ ଅଗ୍ରାଧିକାର ଦେଇ ଆସୁଛନ୍ତି। ଗତ ଆଠ ବର୍ଷ ମଧ୍ୟରେ ଏମଏସଏମଇ କ୍ଷେତ୍ରକୁ ଶକ୍ତିଶାଳୀ କରିବା ପାଇଁ ସରକାର ବଜେଟରେ ଶତକଡ଼ା ୬୫ ଭାଗରୁ ଅଧିକ ବ୍ୟୟ ବରାଦ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ‘ଆମ ପାଇଁ ଏମ୍‌ଏସ୍‌ଏମ୍‌ଇ ଅର୍ଥ ହେଲା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ଯଥାସମ୍ଭବ ଅଧିକ ସହାୟତା’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏଗାର କୋଟିରୁ ଅଧିକ ଜନସାଧାରଣଙ୍କ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ସହ ଯୋଡ଼ି ହୋଇଥିବା ବେଳେ ଏହା ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ମଧ୍ୟ ପାରଙ୍ଗମ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବୈଶ୍ୱିକ ମହାମାରୀ କାଳରେ ସରକାର କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ବଞ୍ଚାଇ ସେଗୁଡ଼ିକୁ ନୂତନ ଶକ୍ତି ଦେବାକୁ ଚାହୁଥିଲେ। ଜରୁରିକାଳୀନ କ୍ରେଟିଡ୍‌ ଲାଇନ ଗ୍ୟାରେଣ୍ଟି ଯୋଜନା ଅଧୀନରେ କେନ୍ଦ୍ର ସରକାର ଏମ୍‌ଏସ୍‌ଏମ୍‌ଇ ପାଇଁ ୩.୫ ଲକ୍ଷ କୋଟି ଟଙ୍କା ସୁନିଶ୍ଚିତ କରିଛନ୍ତି। ଏହା ଫଳରେ ୧.୫ କୋଟି କର୍ମନିଯୁକ୍ତି ବଞ୍ଚା ଯାଇପାରିଛି ବୋଲି ସେ କହିଛନ୍ତି। ସମସ୍ତ ଏମ୍‌ଏସ୍‌ଏମ୍‌ଇ ନିଯୁକ୍ତି ଜିଇଏମ୍‌ ପୋର୍ଟାଲରେ ପଞ୍ଜୀକୃତ ହେବାକୁ ପ୍ରଧାନମନ୍ତ୍ରୀ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe