ସିଦ୍ଧରମୟାଙ୍କ ଆବେଦନ ଖାରଜ ପରେ ଇସ୍ତଫା ଦାବି କଲା ବିଜେପି

Advertisment

‘‘ମିଥ୍ୟାରେ ନିର୍ମାଣ କରିଥିବା ତୁମର ସାମ୍ରାଜ୍ୟ ପୂରାପୂରି ଭାଙ୍ଗି ସାରିଲାଣି। ବର୍ତ୍ତମାନ ସମ୍ମାନର ସହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ସମୟ ଆସିଗଲା।’’ ସିଦ୍ଧରମୟାଙ୍କ ଆବେଦନ ଖାରଜ ପରେ ପୋଷ୍ଟ୍‌ କଲା ବିଜେପି

‘‘ମିଥ୍ୟାରେ ନିର୍ମାଣ କରିଥିବା ତୁମର ସାମ୍ରାଜ୍ୟ ପୂରାପୂରି ଭାଙ୍ଗି ସାରିଲାଣି। ବର୍ତ୍ତମାନ ସମ୍ମାନର ସହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ସମୟ ଆସିଗଲା।’’ ସିଦ୍ଧରମୟାଙ୍କ ଆବେଦନ ଖାରଜ ପରେ ପୋଷ୍ଟ୍‌ କଲା ବିଜେପି

www.indiatoday.in

ବେଙ୍ଗାଲୁରୁ: ଜମି ଦୁର୍ନୀତି ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କର ଏକ ଆବେଦନକୁ ହାଇକୋର୍ଟ ଖାରଜ କରିବା ପରେ ବିଜେପି ଏବେ ତାଙ୍କର ଇସ୍ତଫା ‌ଦାବି କରିଛି। 

ବିଜେପିର କର୍ଣ୍ଣାଟକ ୟୁନିଟ୍ ଏକ ପୋଷ୍ଟରେ ଏହା କହିଛି କି, ‘‘ମିଥ୍ୟାରେ ନିର୍ମାଣ କରିଥିବା ତୁମର ସାମ୍ରାଜ୍ୟ ପୂରାପୂରି ଭାଙ୍ଗି ସାରିଲାଣି। ବର୍ତ୍ତମାନ ସମ୍ମାନର ସହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ସମୟ ଆସିଗଲା।’’

ଦକ୍ଷିଣ ବେଙ୍ଗାଲୁରର ସାଂସଦ ତେଜସ୍ୱୀ ସୂର୍ଯ୍ୟ ଏକ ଏକ୍ସ ପୋଷ୍ଟ୍‌ କରି କହିଛନ୍ତି, ‘‘ମୈସୁର ସହରାଞ୍ଚଳ ବିକାଶ ପ୍ରାଧିକରଣ (ଏମ୍‌ୟୁଡିଏ) ଜମି ଦୁର୍ନୀତି ମାମଲାରେ ଅନିୟମିତତା ଅଭିଯୋଗକୁ ନେଇ ରାଜ୍ୟପାଳଙ୍କ ବିରୋଧରେ ମାମଲା ରୁଜୁ କରିବାର ଆଇନଗତତାକୁ ଚ୍ୟାଲେଞ୍ଜ କରିଥିବା ସିଦ୍ଧରମୟାଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ସତ ବାହାରକୁ ଆସୁଛି।’’

ତେବେ ଏହି ପ୍ରସଂଗରେ ନିଜର ମତ ରଖି ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କହିଛନ୍ତି, ‘‘ଏହା କର୍ଣ୍ଣାଟକ ସରକାରଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର।’’ ସେ କହିଛନ୍ତି, "ଏହା ଏକ ଷଡ଼ଯନ୍ତ୍ର। ସିଦ୍ଧରମୟା ସମ୍ମାନର ସହ ବାହାରକୁ ଆସିବେ। ସେ କିଛି ଭୁଲ କରିନାହାଁନ୍ତି ଏବଂ ସେ ଇସ୍ତଫା ଦେବେ ନାହିଁ।" ଉପମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକୁ ବିଜେପି ସହିପାରୁନାହିଁ।

କଂଗ୍ରେସର କର୍ଣ୍ଣାଟକ ୟୁନିଟ୍ କହିଛି ଯେ ଅନ୍ୟାୟ ବିରୋଧରେ ଏହି ଲଢ଼େଇ ଜାରି ରହିବ ଏବଂ ସରକାରଙ୍କୁ ଅସ୍ଥିର କରିବା ପାଇଁ ରାଜ୍ୟପାଳଙ୍କ ଉଦ୍ୟମ କିମ୍ବା ବିଜେପିର ଷଡଯନ୍ତ୍ର କାମ ଦେବ ‌ନାହିଁ।

ଉଲ୍ଲେଖଯୋଗ୍ୟ, ବିଚାରପତି ଏମ ନାଗପ୍ରସାନ୍ନାଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ ସିଦ୍ଧରମୟାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି। ରାଜ୍ୟପାଳ ଥୱାର ଚାନ୍ଦ ଗେହଲଟ୍‌ ପୂର୍ବରୁ ସିଦ୍ଧରମୟାଙ୍କ ପତ୍ନୀ ପାର୍ବତୀ ସିଦ୍ଧରମୟାଙ୍କୁ ଏମ୍‌ୟୁଡିଏ ପକ୍ଷରୁ ଯୋଗାଇ ଦିଆଯାଇଥିବା ଜମିକୁ କେନ୍ଦ୍ର କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ପତ୍ନୀ ପାର୍ବତୀଙ୍କୁ ଦିଆଯାଇଥିବା ଜମିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ମାମଲା ଦାୟର କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe