Hindustan Times
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସୁରକ୍ଷାରେ ତ୍ରୁଟି ହେବାର ଦିନକ ପରେ ଆଜି ଜମ୍ମୁ କାଶ୍ମୀରର ଅବନ୍ତିପୁରାରୁ ପୁଣିଥରେ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ ହୋଇଛି। ପିଡିପି ମୁଖ୍ୟ ଏବଂ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ଆଜି ରାହୁଲଙ୍କ ସହ ଭାରତ ଯୋଡ଼ୋ ଯାତ୍ରାରେ ଯୋଗ ଦେଇଛନ୍ତି।
ମୁଫ୍ତିଙ୍କ ସହ ଅନ୍ୟ ମହିଳାମାନେ ଆଜି ଚୁର୍ସୁରୁ ରାହୁଲଙ୍କ ସହ ଚାଲିବା ଆରମ୍ଭ କରିଥିଲେ। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ମଧ୍ୟ ଶ୍ରୀନଗରରେ ପହଞ୍ଚି ରାହୁଲଙ୍କ ସହ ଭାରତ ଯୋଡ଼ୋ ଯାତ୍ରାରେ ଯୋଗ ଦେଇଛନ୍ତି। ଯାତ୍ରାରେ ଯୋଗ ଦେଇ ପିଡିପି ମୁଖ୍ୟ ମୁଫତି କହିଛନ୍ତି, ଭାରତ ଯୋଡ଼ୋ ଯାତ୍ରା କାଶ୍ମୀର ପାଇଁ ଦଲକାଏ ସତେଜ ପବନ ନେଇଆସିଛି। ୨୦୧୯ ପରେ ପ୍ରଥମ ଥର ପାଇଁ କାଶ୍ମୀରରେ ଏତେ ସଂଖ୍ୟାରେ ଲୋକ ସେମାନଙ୍କ ଘରୁ ବାହାରକୁ ଆସି ଏହି ଯାତ୍ରାରେ ସାମିଲ ହୋଇଛନ୍ତି।
Follow Us