ଜମ୍ମୁ କଶ୍ମୀରକୁ ଲଢ଼ାଇର ସ୍ଥଳ ନ କରନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଓ ପାକିସ୍ତାନ: ମୁଫ୍‌ତି

Advertisment

ମୁଖ୍ୟମନ୍ତ୍ରୀ କହିଲେ, ସୀମାରେ ଦେଖିବାକୁ ମିଳୁଛି ରକ୍ତର ହୋଲି

ମୁଖ୍ୟମନ୍ତ୍ରୀ କହିଲେ, ସୀମାରେ ଦେଖିବାକୁ ମିଳୁଛି ରକ୍ତର ହୋଲି

ଜମ୍ମୁ କଶ୍ମୀରକୁ ଲଢ଼ାଇର ସ୍ଥଳ ନ କରନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଓ ପାକିସ୍ତାନ: ମୁଫ୍‌ତି

କଶ୍ମୀର: ସୀମାରେ ଗୁଳିବର୍ଷା ଓ ଉତ୍ତେଜନା ନେଇ ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ରବିବାର କହିଛନ୍ତି ସୀମାରେ ରକ୍ତର ହୋଲି ଦେଖିବାକୁ ମିଳୁଛି। ବାରାମୁଲାରେ ପୁଲିସ କନଷ୍ଟେବଲ୍‌ ପାସିଙ୍ଗ ଆଉଟ୍‌ ପ୍ୟାରେଡ ସମୟରେ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ କହୁଛନ୍ତି ଯେ, ଦେଶ ବିକାଶ ଆଡ଼କୁ ଗତି କରୁଛି। କିନ୍ତୁ ଆମର ରାଜ୍ୟରେ ଓଲଟା ଚାଲିଛି।

କେବଳ ଏତିକି ନୁହେଁ ମେହବୁବା ମୁଫତି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାକିସ୍ତାନଙ୍କୁ ଶାନ୍ତି ସ୍ଥାପନ କରିବା ପାଇଁ ଅପିଲ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଓ ପାକିସ୍ତାନକୁ ନିବେଦନ କରୁଛି ଯେ, ଜମ୍ମୁ କଶ୍ମୀରକୁ ଲଢ଼ାଇର କ୍ଷେତ୍ର କରନ୍ତୁ ନାହିଁ। ପୁଲିସ ପ୍ୟାରେଡ଼ରେ ମୁଖ୍ୟମନ୍ତ୍ରୀ ମୁଫତି କହିଛନ୍ତି, ପୁଲିସ ସମ୍ମୁଖରେ ବଡ଼ ଚ୍ୟାଲେଞ୍ଜ ରହିଛି। ଲ ଓ ଅଡର ବନାଇ ଲୋକଙ୍କୁ ସମ୍ଭାଳିବା ବଡ଼ କଷ୍ଟକର କାମ। ମେହବୁବା ପୁଲିସକୁ ଅପିଲ କରି କହିଛନ୍ତି, ଆଇନ ବ୍ୟବସ୍ଥା ଠିକ୍‌ ରଖିବାକୁ ସାଧାରଣ ଜନତାଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟି ଦିଆଯାଉ।

ବାରାମୁଲାର ପୁଲିସ ପ୍ରଶିକ୍ଷଣ କେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ଡିଜିପି ଏସ୍‌ପି ବୈଦ ଉପସ୍ଥିତ ଥିଲେ। ବର୍ଷ ୨୦୧୭ରେ ସୁରକ୍ଷାବାହିନୀ ୨୦୬ ଆତଙ୍କୀଙ୍କୁ ନିହତ କରିଥିଲେ। ଏଥି ସହିତ ୭୫ ଜଣ ଯୁବକଙ୍କୁ ମୁଖ୍ୟ ଧାରାରେ ସାମିଲ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe