ଇସ୍ରାଏଲ ଆକ୍ରମଣରେ ହମାସର ଗାଜା ମୁଖ୍ୟ ସିନଓ୍ବାର ମୃତ

ଗାଜାରେ ହମାସର ମୁଖ୍ୟ କମାଣ୍ଡର ମହମ୍ମଦ ସିନୱାରକୁ ଇସ୍ରାଏଲୀ ସେନା ଏକ ଏୟାରଷ୍ଟ୍ରାଇକରେ ମାରିଦେଇଛି। ଗତ ବର୍ଷ ଇସ୍ରାଏଲ ସେନା ହମାସର ମିଲିଟାରି ମୁଖ୍ୟ ୟାହ୍ୟା ସିନଓ୍ବାରକୁ ହତ୍ୟା କରିବା ପରେ ତାର ସାନଭାଇ ମହମ୍ମଦ ସିନଓ୍ବାର ଗଜାରେ ହମାସରୁ ନେତୃତ୍ବ ନେଉଥିଲା । 

sinwar

ତେଲ୍ ଅଭିବ : ଗାଜାରେ ହମାସର ମୁଖ୍ୟ କମାଣ୍ଡର ମହମ୍ମଦ ସିନୱାରକୁ ଇସ୍ରାଏଲୀ ସେନା ଏକ ଏୟାରଷ୍ଟ୍ରାଇକରେ ମାରିଦେଇଛି। ଗତ ବର୍ଷ ଇସ୍ରାଏଲ ସେନା ହମାସର ମିଲିଟାରି ମୁଖ୍ୟ ୟାହ୍ୟା ସିନଓ୍ବାରକୁ ହତ୍ୟା କରିବା ପରେ ତାର ସାନଭାଇ ମହମ୍ମଦ ସିନଓ୍ବାର ଗଜାରେ ହମାସରୁ ନେତୃତ୍ବ ନେଉଥିଲା । 

ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ବୁଧବାର ଘୋଷଣା କରିଛନ୍ତି ଯେ ହମାସର ଗାଜା ମୁଖ୍ୟ ମହମ୍ମଦ ସିନୱାରଙ୍କୁ ଇସ୍ରାଏଲୀ ସେନା ହତ୍ୟା କରିଛି। ମେ ୧୪ ତାରିଖରେ ଇସ୍ରାଏଲ ଦ୍ୱାରା କରାଯାଇଥିବା ଏକ ବଡ଼ ବିମାନ ଆକ୍ରମଣରେ ହମାସ ମୁଖ୍ୟ ଗୁରୁତର ଆହତ ହୋଇଥିବା ରିପୋର୍ଟ ଆସିଥିଲା। ସେତେବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ମହମ୍ମଦ ସିନୱାରଙ୍କ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି କି ନାହିଁ ତାହା ନିଶ୍ଚିତ କରି ନଥିଲା। କିନ୍ତୁ ବର୍ତ୍ତମାନ ତାଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ନିଜେ ମଧ୍ୟ ଏହା ଘୋଷଣା କରିଛନ୍ତି।

ମହମ୍ମଦ ସିନୱାର ଏକ ବଙ୍କରରେ ଲୁଚି ରହିଥିଲା ଯାହାକୁ ହମାସ ଏକ କମାଣ୍ଡ ସେଣ୍ଟର ଭାବରେ ବ୍ୟବହାର କରୁଥିଲା। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ମେ ୧୪ ତାରିଖରେ ଏକ ଡ୍ରୋନ୍ ସାହାଯ୍ୟରେ ମହମ୍ମଦ ସିନୱାରର ଆଡ୍ଡା ଉପରେ ଆକ୍ରମଣ କରି ତାହାକୁ ଧ୍ୱଂସ କରିଦେଇଥିଲା।

ମହମ୍ମଦ ସିନୱାର ଏକ ବଙ୍କରରେ ଲୁଚି ରହିଥିଲା ଯାହାକୁ ହମାସ ଏକ କମାଣ୍ଡ ସେଣ୍ଟର ଭାବରେ ବ୍ୟବହାର କରୁଥିଲା। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ମେ ୧୪ ତାରିଖରେ ଏକ ଡ୍ରୋନ୍ ସାହାଯ୍ୟରେ ମହମ୍ମଦ ସିନୱାରର ଆଡ୍ଡା ଉପରେ ଆକ୍ରମଣ କରି ତାହାକୁ ଧ୍ୱଂସ କରିଦେଇଥିଲା। ଆକ୍ରମଣରେ ଗୁରୁତର ଆହତ ହୋଇଥିବା ସିନୱାରକୁ ଖାନ ୟୁନିସରେ ଥିବା ୟୁରୋପୀୟ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ସେ ମୃତ୍ୟୁବରଣ କରିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe