ମୁଇଜ୍ଜୁ ଅକ୍ଟୋବର ୭ରେ ଭାରତ ଆସିବେ

Advertisment

ଅକ୍ଟୋବର ୭ରୁ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଗତ ବର୍ଷ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଏହା ମୁଇଜ୍ଜୁଙ୍କ ଦେଶକୁ ପ୍ରଥମ ଦ୍ୱିପାକ୍ଷିକ ଗସ୍ତ...

ଅକ୍ଟୋବର ୭ରୁ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଗତ ବର୍ଷ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଏହା ମୁଇଜ୍ଜୁଙ୍କ ଦେଶକୁ ପ୍ରଥମ ଦ୍ୱିପାକ୍ଷିକ ଗସ୍ତ...

WhatsApp Image 2024-10-04 at 9.13.53 PM

ନୂଆଦିଲ୍ଲୀ: ଅକ୍ଟୋବର ୭ରୁ ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ନ୍ୟୁଜ୍ ଏଜେନ୍ସି ଏଏନଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତ ବର୍ଷ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଏହା ମୁଇଜୁଙ୍କ ପ୍ରଥମ ଦ୍ୱିପାକ୍ଷିକ ଗସ୍ତ।

ନିକଟରେ, ନ୍ୟୁୟର୍କରେ ୭୯ତମ ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ)ର ପ୍ରସଙ୍ଗରେ ମୁଇଜ୍ଜୁ ଏଏନଆଇକୁ କହିଛନ୍ତି ଯେ ସେ ଯଥାଶୀଘ୍ର ଭାରତ ଗସ୍ତ କରିବାକୁ ଯୋଜନା କରୁଛନ୍ତି। ଦୁଇ ଦେଶ ମଧ୍ୟରେ ଥିବା  ଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି।

ନ୍ୟୁଜ୍ ଏଜେନ୍ସି ଏଏନଆଇକୁ ଦେଇଥିବା ଏକ ସାକ୍ଷାତକାରରେ ମୁଇଜ୍ଜୁ କହିଛନ୍ତି ଯେ ମୁଁ ଶୀଘ୍ର ଭାରତ ଗସ୍ତ କରିବାକୁ ଯୋଜନା କରୁଛି। ଭାରତ ସହିତ ଆମର ବେଶ୍ ଭଳ ଦ୍ୱିପାକ୍ଷିକ ସମ୍ପର୍କ ଅଛି।

 ଚଳିତ ବର୍ଷ ଜୁନ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପରେ ମୁଇଜ୍ଜୁଙ୍କର ଏହା ଦ୍ବିତୀୟ ଭାରତ ଗସ୍ତ। 

ପୂର୍ବରୁ ପ୍ରାୟ ସମସ୍ତ ମାଳଦ୍ୱୀପ ରାଷ୍ଟ୍ରପତି ଭାରତକୁ ତାଙ୍କର ପ୍ରଥମ ବିଦେଶ ଯାତ୍ରା କରୁଥିଲେ। କିନ୍ତୁ କାର୍ଯ୍ୟଭାର ଗ୍ରହଣ କରିବା ପରେ ମୁଇଜ୍ଜୁ ତୁର୍କୀ ଏବଂ ପରେ ଚୀନ୍ ଗସ୍ତ କରି ଏହି ଧାରାକୁ ପରିବର୍ତ୍ତନ କରିଥିଲେ।

ମାଳଦ୍ୱୀପରେ ମହମ୍ମଦ ମୁଇଜ୍ଜୁଙ୍କ ସରକାର ଭାରତ ସହ ସମ୍ପର୍କ ଖରାପ ହେବା ପରେ ଏକ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ। ଯେଉଁ କାରଣରୁ କୂଟନୈତିକ ବିବାଦ ଉପୁଜିଥିଲା। କ୍ଷମତାକୁ ଆସିବା ପରଠାରୁ ମୁଇଜ୍ଜୁ ଅନେକ ପଦକ୍ଷେପ ନେଇଛନ୍ତି ଯାହା ଭାରତ-ମାଳଦ୍ୱୀପ ସମ୍ପର୍କ ଦୃଷ୍ଟିକୋଣରୁ ଉଚିତ୍ ନ ଥିଲା।

ମୁଇଜ୍ଜୁ ତାଙ୍କର ରାଷ୍ଟ୍ରପତି ନିର୍ବାଚନ ପ୍ରଚାରରେ ‘ଇଣ୍ଡିଆ ଆଉଟ୍’କୁ ଗୁରୁତ୍ବ ପ୍ରଦାନ କରିଥିଲେ। ଦେଶରୁ ଭାରତୀୟ ସୈନ୍ୟଙ୍କୁ ହଟାଇବା ମୁଇଜ୍ଜୁଙ୍କ ଦଳର ମୁଖ୍ୟ ନିର୍ବାଚନୀ ପ୍ରଚାର ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe