ଅସଲ ପରିଚୟ ଲୁଚାଇ ଏହି ନାଁରେ ମୁକେଶ ଅମ୍ବାନୀକୁ ଧମକ ଦେଇଥିଲା ଅଭିଯୁକ୍ତ, ୨ଘଣ୍ଟାରେ କରିଥିଲା ୮ଥର କଲ୍

Advertisment
ଅସଲ ପରିଚୟ ଲୁଚାଇ ଏହି ନାଁରେ ମୁକେଶ ଅମ୍ବାନୀକୁ ଧମକ ଦେଇଥିଲା ଅଭିଯୁକ୍ତ, ୨ଘଣ୍ଟାରେ କରିଥିଲା ୮ଥର କଲ୍

opindia

ନୂଆଦିଲ୍ଲୀ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ଫୋନରେ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ ଗିରଫ କରିସାରିଛି ମୁମ୍ବାଇ ପୁଲିସ। ଅଭିଯୁକ୍ତଙ୍କ ବୟସ ୫୫ ବର୍ଷ ଏବଂ ତାଙ୍କ ନାମ ବିଷ୍ଣୁ ଭୌମିକ ବୋଲି ଜଣାପଡ଼ିଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ କଲ୍ କରିଥିବା ବ୍ୟକ୍ତି ମାନସିକ ବିକାରଗ୍ରସ୍ତ ହୋଇଥିବାରୁ ଏଭଳି ଭୁଲ କରିଛନ୍ତି। ତେବେ ବ୍ୟକ୍ତିଙ୍କୁ ଗିରଫ କରି ଏବେ ପୁଲିସ ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି। ତଦନ୍ତ ଆଗକୁ ବଢ଼ିବା ସହ ଏହି ଘଟଣାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି।

ଡିସିପି ନିଲୋତ୍ପଲଙ୍କ ଅନୁଯାୟୀ, ଅଭିଯୁକ୍ତ ବୃତ୍ତିରେ ଜଣେ ବଣିଆ ଏବଂ ଦକ୍ଷିଣ ମୁମ୍ବାଇରେ ତାଙ୍କର ଏକ ଦୋକାନ ଅଛି। ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲକୁ ସେ ୨ଘଣ୍ଟାରେ ୮ଥର କଲ୍ କରିଥିବା ବେଳେ ନିଜର ଅସଲ ପରିଚୟ ଲୁଚାଇ ସେ ନିଜର ନାଁ ଅଫଜଲ ବୋଲି କହିଥିଲେ। ତେବେ ଏନେଇ ପୁଲିସରେ ଅଭିଯୋଗ ହେବା ପରେ ପୁଲିସ ତୁରନ୍ତ ତଦନ୍ତ କରି କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିଥିଲା।

ସ୍ମରଣଯୋଗ୍ୟ, ଗତବର୍ଷ ମଧ୍ୟ ମୁକେଶ ଅମ୍ବାନୀଙ୍କ ମୁମ୍ବାଇ ବାସଭବନ ‘ଆଣ୍ଟିଲିଆ’ ବାହାରେ ୨୦ଟି ବିସ୍ଫୋରକ ‘ଜେଲାଟିନ୍‌ ଷ୍ଟିକ୍‌’ ଏବଂ ହତ୍ୟା ଧମକ ଥିବା ଗୋଟାଏ ‘ସ୍କର୍ପିଓ’ କାର୍‌ ମଳିଥିଲା। ପୁଲିସକୁ ଏ ସଂକ୍ରାନ୍ତରେ ସୂଚନା ଦିଆଯିବା କ୍ଷଣି ତଦନ୍ତ କରିବା ଲାଗି ମୁମ୍ବାଇର କ୍ରାଇମ୍‌ ଇଣ୍ଟେଲିଜନେସ୍‌ ୟୁନିଟ୍‌’ର ମୁଖ୍ୟ ସଚିନ୍‌ ୱାଜେଙ୍କ ସମେତ କେତେଜଣ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ।

ଉକ୍ତ ‘ସ୍କର୍ପିଓ’ କାର୍‌ର ମାଲିକ ଥିଲେ ଥାନେର ମନସୁଖ ହିରେନ୍‌ ନାମରେ ଜଣେ ବ୍ୟବସାୟୀ। ରହସ୍ୟଜନକ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିବା ପରେ ଉକ୍ତ ମାମଲା ‘ଏନ୍‌ଆଇଏ’କୁ ହସ୍ତାନ୍ତର କରାଯାଇଥିଲା। ଉକ୍ତ ଗାଡ଼ିଟି ସପ୍ତାହେ ପୂର୍ବରୁ ଚୋରି ହୋଇଯାଇଥିବା କଥା ମନସୁଖ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe