ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଟଷ୍ଟ୍ରିଜ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଆଜି କହିଛନ୍ତି, କରୋନା ମୁକାବିଲା କ୍ଷେତ୍ରରେ ଭାରତର ଲଢ଼େଇ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚି ସାରିଛି। ଏଭଳି ପର୍ଯ୍ୟାୟରେ ପହଞ୍ଚିବା ପରେ ଆଉ କୋହଳ ନୀତି ଗ୍ରହଣୀୟ ହେବନାହିଁ ବୋଲି ସେ କହିଛନ୍ତି। ସରକାରଙ୍କ ସାହସିକ ସଂସ୍କାର ପଦକ୍ଷେପ ଯୋଗୁଁ ଆଗାମୀ ବର୍ଷମାନଙ୍କରେ ଦ୍ରୁତ ଆର୍ଥିକ ପୁନରୁଦ୍ଧାର ହେବ ଏବଂ ବିକାଶ ତ୍ବରାନ୍ବିତ ହେବ ବୋଲି ଅମ୍ବାନୀ କହିଛନ୍ି। କେତେକ ଅଂଚଳରେ କରୋନା ସଂକ୍ରମଣ ବଢ଼ିବାରୁ ଆଂଶିକ ଲକ୍ଡାଉନ୍ ଲାଗୁ ହୋଇଛି । ଗୁଜରାଟ ଓ ଦିଲ୍ଲୀରେ ନୂଆ କଟକଣା ଲାଗୁ ହୋଇଛି । ଏଭଳି ସମୟରେ ଅମ୍ବାନୀଙ୍କ ଏଭଳି ମନ୍ତବ୍ୟ ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । ଦୀନ୍ଦୟାଲ ପେଟ୍ରୋଲିୟମ ବିଶ୍ବବିଦ୍ୟାଳୟର ଅଷ୍ଟମ ଦୀକ୍ଷାନ୍ତ ସମାରୋହରେ ଅମ୍ବାନୀ କହିଥିଲେ, ଏବେ ଲଢ଼େଇ ନିର୍ଣ୍ଣାୟକ ସ୍ଥିତିରେ ଥିବାରୁ ଢିଲା ନୀତି ଗ୍ରହଣ କରିହେବ ନାହିଁ।
କରୋନା ମୁକାବିଲା ନେଇ ମୁକେଶ ଅମ୍ବାନୀଙ୍କ ମତ
Advertisment
Follow Us