ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ମୁକେଶ ଚନ୍ଦ୍ରକାରଙ୍କୁ ଜାନୁଆରି ୧ରେ ଠିକାଦାର ଅପହରଣ କରିବା ପରେ ହତ୍ୟା କରିଥିଲା। ବସ୍ତର ପୁଲିସ ମୁଖ୍ୟ ଅଭିଯୁକ୍ତ ସୁରେଶ ଚନ୍ଦ୍ରକାରକୁ ହାଇଦ୍ରାବାଦରୁ ଗିରଫ କରିଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତ ଥିବା ତାର ଅନ୍ୟ ଦୁଇ ସହଯୋଗୀଙ୍କୁ ବି ପୁଲିସ ଧରିଛି।  

Advertisment

ଅଧିକପଢ଼ନ୍ତୁ:ସାଥୀ ଡାକ୍ତରଙ୍କ ଦ୍ବାରା ବଏଜ ହ‌ଷ୍ଟେଲରେ ଡାକ୍ତରାଣୀ ଦୁଷ୍କର୍ମର ଶିକାର

ସମ୍ପ୍ରତି ମୁକେଶଙ୍କ ଶବବ୍ୟବଚ୍ଛେଦ ରିପୋର୍ଟ ଆସି ଯାଇଛି। ଏହି ରିପୋର୍ଟରୁ ଜଣାପଡ଼ିଛି ମୁକୋଙ୍କ ଯକୃତକୁ ସୁରେଶ ଚନ୍ଦ୍ରକାର ଚାରି ଖଣ୍ଡ କରିଥିବା ବେଳେ କାନ୍ଧହାଡ ଭାଙ୍ଗି ଦେଇଥିଲା। କେବଳ ଏତିକି ନୁହେଁ ସୁରେଶଙ୍କ ହୃଦପିଣ୍ଡ ସଂପୂର୍ଣ୍ଣ ଫାଟି ଯାଇଥିଲା ବେଳେ ତାଙ୍କ ମୁଣ୍ଡରେ ଅନେକଥର ଆକ୍ରମଣ କରାଯାଇଥିବା ଜଣାପଡ଼ିଛି।

ମୁକେଶଙ୍କ ମୃତ୍ୟୁପରେ ସମଗ୍ର ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ମୁକେଶଙ୍କ ଜନ୍ମ ଛତିଶଗଡ଼ ବିଜାପୁର ଜିଲ୍ଲାର ବାନ୍ସଗୁଡ଼ା ଗ୍ରାମରେ ହୋଇଥିଲା। ଏହି ଗ୍ରାମ ୨୦୦୦ ମସିହାରୁ ନକ୍ସଲ ସମସ୍ୟା ଦ୍ବାରା ପ୍ରଭାବିତ ଥିବା ଗ୍ରାମ ମଧ୍ୟରୁ ଗୋଟିଏ ରହିଛି।  ମୁକେଶ ଛୋଟଥିବା ବେଳେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା। ମୁକେଶଙ୍କ ମା’ ଜଣେ ଅଙ୍ଗନବାଡ଼ି କର୍ମଚାରୀ ଥିଲେ।

ଅଧିକପଢ଼ନ୍ତୁ:ଡୋଭାଲଙ୍କ ନୀତି ଭଳି ଟିଟିପି ବିରୋଧରେ ପାକିସ୍ତାନୀ ସେନାର ସର୍ଜିକାଲ୍ ଷ୍ଟ୍ରାଇକ୍

୨୦୧୩ ମସିହାରେ ମୁକେଶଙ୍କ ମା’ କର୍କଟରେ ପୀଡ଼ିତ ହୋଇ ଆର ପାରିକୁ ଚାଲିଯାଇଥିଲେ। ବାପା ଓ ମା’ଙ୍କୁ ହରାଇବା ପରେ ମୁକେଶ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲେ।  ମୁକେଶ ମହୁଆ ମଦ ବିକ୍ରି କରି, ବାଇକ ମ୍ୟାକାନିକ ଭାବେ କାମ କରି ନିଜର ପାଠପଢ଼ା ପୂରା କରିଥିଲେ।

ଏହାପରେ ସାମ୍ବାଦିକତା ଦିଗରେ ସେ ମନବଳାଇଥିଲେ। ସାମ୍ବାଦିକ ଭାବେ ସେ ବେଶ ନାମ କମାଇଛନ୍ତି। ଯେକୌଣସି ଘଟଣାର ରିପୋର୍ଟିଂ କରିବାକୁ ହେଲେ ସେ ସର୍ବଦା ଗ୍ରାଉଣ୍ଡକୁ ଯାଇ ଖବର ସଂଗ୍ରହ କରୁଥିବାରୁ ଚର୍ଚ୍ଚାର ପରିସରରେ ଥିଲେ।