ସପ୍ତାହେ ଘୁଞ୍ଚିଲା ମୁକେଶ ଜୈନ୍ ମାମଲା

Advertisment
ସପ୍ତାହେ ଘୁଞ୍ଚିଲା ମୁକେଶ ଜୈନ୍ ମାମଲା

New Indian Express

ନୂଆଦିଲ୍ଲୀ: ଦାରା ସେନାର ଜାତୀୟ ଅଧ୍ୟକ୍ଷ ମୁକେଶ ଜୈନ୍‌ଙ୍କ ବିରୋଧରେ ଦାୟର ୪ଟି ମାମଲାର ଏକତ୍ର ଶୁଣାଣି ପାଇଁ ଦାଖଲ ରିଟ୍ ପିଟିସନ୍‌କୁ ଆଜି ସୁପ୍ରିମକୋର୍ଟ ଗୋଟିଏ ସପ୍ତାହ ଘୁଞ୍ଚାଇ ଦେଇଛନ୍ତି। ଆଜି ଏହି ମାମଲାର ଶୁଣାଣି ବିରାରପତି ଅନିରୁଦ୍ଧ ବୋଷ୍ ଓ ବିଚାରପତି କୃଷ୍ଣ ମୁରାରୀଙ୍କ ଖଣ୍ଡପୀଠରେ ହୋଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଓକିଲ ଗୌତମ ଦାସ ଦିଲ୍ଲୀ ଉଚ୍ଚନ୍ୟାୟଳୟରେ ପୂର୍ବରୁ ବିଚାରଧୀନ ମାମଲାକୁ ପ୍ରତ୍ୟାହାର କରିନିଆ ଯାଇିଥିବାରୁ ଖଣ୍ଡପୀଠଙ୍କୁ ଅବଗତ କରିବା ସହିତ ମୁକେଶ ଜୈନ୍‌ଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ଦାଏର ୪ଟି ମାମଲାର ଏକତ୍ର ଶୁଣାଣି ପାଇଁ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅପରପକ୍ଷେ ଖଣ୍ଡପୀଠ ଅଭିଯୁକ୍ତର ମାମଲା ଗୁଡ଼ିକର ଏକତ୍ର ଶୁଣାଣି କରିବାକୁ ନେଇ ଯୁକ୍ତି କରିବା କ୍ଷମତା ବାହାରେ ବୋଲି ମୌଖିକ ଟିପ୍ପଣୀ କରିବା ପରେ ମାମଲା ଗୁଡ଼ିକୁ ଏକତ୍ର କରି ଶୁଣାଣି କରାଯାଇପାରିବ ବୋଲି ନିକଟରେ ସୁପ୍ରିମକୋର୍ଟଙ୍କ ଏକ ଆଦେଶର ନଜର ରହିଛି ବୋଲି ଅଭିଯୁକ୍ତଙ୍କର ଆଇନଜୀବୀ ଖଣ୍ଡପୀଠଙ୍କୁ ଅବଗତ କରାଇଥିଲେ। ଆଦେଶ ଗୁଡ଼ିକର ନକଲ ଉପସ୍ଥାପନ କରିବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ।

ଉଲ୍ଲେଖଯୋଗ୍ୟ ପୁରୀ ଜଗନ୍ନାଥଙ୍କ ରଥଯାତ୍ରାରେ ଗତବର୍ଷ ଉପୁଜିଥିବା ସ୍ଥିତିକୁ ନେଇ ସୋସିଆଲ ମିଡିଆରେ ତତ୍କାଳୀନ ପ୍ରଧାନ ବିଚାରପତି ଏସ୍ ଏ ବୋବ୍‌ଡେଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ମୁକେଶ ଜୈନ୍‌ଙ୍କ ବିରୋଧରେ ୪ଟି ମାମଲା ଭିନ୍ନ ଭିନ୍ନ ସ୍ଥାନରେ ରୁଜୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe