ମୁକେଶ ‌ଜୈନଙ୍କ ସଂପତ୍ତି ବାଜ୍ୟାପ୍ତି ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Advertisment

ସୁପ୍ରିମକୋର୍ଟ ତତ୍କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନିଯୁକ୍ତିକୁ ନେଇ କରିଥିଲେ ପିଆଇଏଲ୍‌

ସୁପ୍ରିମକୋର୍ଟ ତତ୍କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନିଯୁକ୍ତିକୁ ନେଇ କରିଥିଲେ ପିଆଇଏଲ୍‌

ସୁପ୍ରିମକୋର୍ଟକୁ ମଦ ବୋତଲ ଧରି ପହଞ୍ଚିଗଲେ ଓକିଲ, ହସି ପକାଇଲେ ପ୍ରଧାନ ବିଚାରପତି

Free Press Journal

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ନିଯୁକ୍ତିକୁ ଚା‌ଲେଞ୍ଜ କରି ଜନସ୍ବାର୍ଥ ମାମଲା କରିଥିବା ମୁକେଶ ଜୈନଙ୍କ ସ୍ଥାବର ସଂପତ୍ତି ବାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ଼ ଓ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି।

୨୦୧୭ରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍‌ ଶ୍ରୀ ମିଶ୍ରଙ୍କ ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟରେ ସ୍ବାମୀ ଓମ ଓ ମୁକେଶ ଜୈନ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ରୁଜୁ କରିଥିଲେ। ଏହି ମାମଲା ଉଦ୍ଦେଶ୍ୟ ପ୍ରଣୋଦିତ ହୋଇଥିବାରୁ ୨୦୧୭ ଅଗଷ୍ଟ ୨୪ରେ ସୁପ୍ରିମ କୋର୍ଟ ଦୁଇ ଜଣଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଏହି ଦଣ୍ଡ ପରିମାଣ ହ୍ରାସକରିବା ପାଇଁ ଉଭୟଙ୍କ ପକ୍ଷରୁ ଦରଖାସ୍ତ କରାଯାଇଥିଲା। ଦରଖାସ୍ତକୁ ବିଚାରକରି ୨୦୨୦ରେ ସୁପ୍ରିମକୋର୍ଟ ଏହାକୁ ୫ ଲକ୍ଷ ଟଙ୍କାକୁ କମାଇ ଦେଇଥିଲେ। ଗତ ଶୁଣାଣି ବେଳେ ଦୁଇ ଅଭିଯୋଗକାରୀଙ୍କ ମଧ୍ୟରୁ ସ୍ବାମୀ ଓମଙ୍କ ମୃତ୍ୟୁ ହୋଇଯାଇଥିବା ଖଣ୍ଡପୀଠଙ୍କୁ ଅବଗତ କରାଯାଇଥିଲା।

ଖଣ୍ଡପୀଠ ଏହା ଅବଗତ ହେବା ପରେ ମୁକେଶଙ୍କ ଠାରୁ ୫ ଲକ୍ଷ ଟଙ୍କା ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜରିମାନା ରାଶିର ପୈଠ ପ୍ରମାଣ ନଦେଖାଇଲେ ଭବିଷ୍ୟତରେ ଅଭିଯୋଗକାରୀଙ୍କ ପକ୍ଷରୁ ଆଗତ କୌଣସି ଜନସ୍ବାର୍ଥ ମାମଲାକୁ ଶୁଣାଣି ପାଇଁ ଗ୍ରହଣ କରାଯିବନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଆଦେଶରେ କହିଥିଲେ। ଆଜି ମାମଲାର ଶୁଣାଣି ବେଳେ ମୁକେଶଙ୍କ ଓକିଲ ଏପି ସିଂହ ଖଣ୍ଡପୀଠଙ୍କୁ କହିଥିଲେ ଯେ ମୁକେଶଙ୍କ ବିରୋଧରେ ଓଡ଼ିଶାରେ ଚାରିଟି ଅପରାଧିକ ମାମଲା ଥିବାରୁ ସେ କଟକକୁ ସ୍ଥାନାନ୍ତର ହୋଇଛନ୍ତି। ଖଣ୍ଡପୀଠ ଏହି ପରିପ୍ରେକ୍ଷୀରେ ମୁକେଶଙ୍କ ଦିଲ୍ଲୀରେ ଥିବା ସ୍ଥାବର ସଂପତ୍ତି ବାଜ୍ୟାପ୍ତି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମୁକେଶଙ୍କୁ ଠାବ କରାନଯିବା ସ୍ଥିତିରେ ତାଙ୍କ ବିରୋଧରେ ଜାମିନଯୋଗ୍ୟ ୱାରେଣ୍ଟ ଜାରି କରାଯାଇପାରିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ। କଟକ ଟ୍ରାଏଲ କୋର୍ଟ ଜରିଆରେ ଆଜିର ଆଦେଶକୁ ମୁକେଶଙ୍କ ନିକଟକୁ ପଠାଇବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶରେ ସ୍ପଷ୍ଟ କରିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି କୋର୍ଟଙ୍କ ଗ୍ରୀଷ୍ମ ଅବକାଶ ପ‌ରେ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe