ଭିଆଇପି ଦଳର ମୁଖ୍ୟ ମୁକେଶ ସାହାନିଙ୍କ ପିତାଙ୍କୁ ନିର୍ମମ ଭାବେ ହତ୍ୟ କଲେ ଦୁର୍ବୃତ୍ତ

Advertisment
ଭିଆଇପି ଦଳର ମୁଖ୍ୟ ମୁକେଶ ସାହାନିଙ୍କ ପିତାଙ୍କୁ ନିର୍ମମ ଭାବେ ହତ୍ୟ କଲେ ଦୁର୍ବୃତ୍ତ

ପାଟନ‌ା: ଭିଆଇପି ଦଳର ମୁଖ୍ୟ ମୁକେଶ ସାହାନିଙ୍କ ପିତାଙ୍କୁ ନିର୍ମମ ଭାବେ ହତ୍ୟ କଲେ ଦୁର୍ବୃତ୍ତ। ବିକାଶଶୀଳ ଇନସାନ ପାର୍ଟି (ଭିଆଇପି) ଦଳର ମୁଖ୍ୟ ତଥା ବିହାରର ପୂର୍ବତନ ମନ୍ତ୍ରୀ ମୁକେଶ ସାହାନିଙ୍କ ପିତା ଜିତନ ସାହାନିଙ୍କୁ ହତ୍ୟା କରାଯାଇଛି। କୁହାଯାଉଛି ଯେ ତାଙ୍କୁ ତାଙ୍କ ଘରେ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। କ୍ଷତବିକ୍ଷତ ଅବସ୍ଥାରେ ଜିତନ ସାହାନିଙ୍କ ମୃତଦେହ ମିଳିଥିବା ବେଳେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ସୂଚନା ମୁତାବକ, ଜିତନ ସାହାନିଙ୍କ ଘର ଦରଭଙ୍ଗାସ୍ଥିତ ସୁପୌଲ‌ ବଜାରର ଅଫଜଲା ପଞ୍ଚାୟତରେ ଥିବା ବେଳେ ଏବେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ଏହି ଘଟଣାର ଯାଞ୍ଚ ପାଇଁ ଏସଆଇଟି ଗଠନ କରାଯାଇଥିବା ସାମ୍ନାକୁ ଆସିଛି। ଘଟଣା ଘଟିବା ସମୟରେ ମୁକେଶ ସାହାନି ମୁମ୍ବାଇରେ ଥିଲେ। ପିତାଙ୍କ ହତ୍ୟା ଖବର ପାଇବା ପରେ ସେ ମୁମ୍ବାଇରୁ ପାଟନା ଅଭିମୁଖେ ଯାତ୍ରା ଆରମ୍ଭ କରିସାରିଥିବା ଜଣାଯାଇଛି। ତେବେ ତାଙ୍କୁ କିଏ ହତ୍ୟା କଲା ଓ କାହିଁକି, ତାହା ସାମ୍ନାକୁ ଆସିପାରିନାହିଁ।

ଅନ୍ୟପକ୍ଷରେ ଏହି ଖବର ପାଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହିତ ଅନେକ ନେତା ଦୁଃଖପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe