ହୃଦଘାତରେ ପ୍ରାଣ ହରାଇଲେ ଟିଏମସି ନେତା ମୁକୁଲ ରାୟଙ୍କ ପତ୍ନୀ, ଚେନ୍ନାଇରେ ଚାଲିଥିଲା ଚିକିତ୍ସା

ହୃଦଘାତରେ ପ୍ରାଣ ହରାଇଲେ ଟିଏମସି ନେତା ମୁକୁଲ ରାୟଙ୍କ ପତ୍ନୀ, ଚେନ୍ନାଇରେ ଚାଲିଥିଲା ଚିକିତ୍ସା

ଚେନ୍ନାଇ: ଟିଏମସି ନେତା ମୁକୁଲ ରାୟଙ୍କ ପତ୍ନୀ କୃଷ୍ଣାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ମଙ୍ଗଳବାର ଦିନ ତାଙ୍କର ମୃତ୍ୟୁ ହୋଇଛି । ପ୍ରଥମେ ସେ କରୋନାରେ ସଂକ୍ରମିତ ହୋଇଥିଲେ । କରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ସେ ବାରମ୍ବାର ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିଲେ । ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରାଇବାକୁ ଜୁନ ୧୭ ତାରିଖରେ ତାଙ୍କୁ ଚେନ୍ନାଇ ନିଆଯାଇଥିଲା । ହେଲେ ମଙ୍ଗଳବାର ଦିନ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି ।

publive-image indianexpress.com

ତାଙ୍କର ମୃତ୍ୟୁ ଖବର ପାଇବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁକୁଲଙ୍କ ସଲ୍ଟଲେକ୍ ସ୍ଥିତ ବାସଭବନରେ ପହଞ୍ଚିଥିଲେ। ଏନେଇ ମମତା କହିଛନ୍ତି କି, ମୁକୁଲ ଦୀର୍ଘଦିନ ଧରି ତାଙ୍କର ସହଯୋଗୀ ଥିବାରୁ ସେ ବ୍ୟକ୍ତିଗତ ଭାବେ ମୁକୁଲଙ୍କ ସ୍ତ୍ରୀକୁ ଜାଣିଛନ୍ତି । ମମତାଙ୍କ ସହ ଅଭିଷେକ ବାନାର୍ଜୀ ବି ମୁକୁଲ ରାୟଙ୍କ ଘରେ ପହଞ୍ଚିଥିବା କୁହାଯାଇଛି । ଅନ୍ୟପଟେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର କୃଷ୍ଣାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ଏହାସହ ମୁକଲ ରାୟ ଓ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ରାଜ୍ୟପାଳ । କହିରଖୁ କି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ମୁକୁଲ ରାୟ ଓ ତାଙ୍କ ପୁଅ ସୁଭ୍ରାଂଶୁ ବିଜେପି ଛାଡି ଟିଏମସିରେ ଯୋଗ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe