କେମିତି ଅଛନ୍ତି ମୁଲାୟମ? ଅବସ୍ଥା ବୁଝିବାକୁ ୭୦୦ କିଲୋମିଟର ଦୂରରୁ ଆସି ପହଁଚିଲେ ୧୮ ବର୍ଷୀୟ ଦିବ୍ୟାଙ୍ଗ ଯୁବକ

Advertisment
କେମିତି ଅଛନ୍ତି ମୁଲାୟମ? ଅବସ୍ଥା ବୁଝିବାକୁ ୭୦୦ କିଲୋମିଟର ଦୂରରୁ ଆସି ପହଁଚିଲେ ୧୮ ବର୍ଷୀୟ ଦିବ୍ୟାଙ୍ଗ ଯୁବକ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ସୁପ୍ରିମୋ ମୁଲାୟମ ସିଂ ଯାଦବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାବେଳେ ଏବେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ଅନେକ ନେତାମାନେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବୁଝିବାକୁ ମେଡିକାଲକୁ ଆସୁଥିବାବେଳେ ମଙ୍ଗଳବାର ଦିନ ଏକ ନିଆରା ଘଟଣା ଦେଖିବାକୁ ମିଳିଥିଲା। କାରଣ ଆମେଥିର ଜଣେ ଦିବ୍ୟାଙ୍ଗ ଯୁବକ ମୁଲାୟମଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବାକୁ ଡାକ୍ତରଖାନାରେ ପହଞ୍ଚିଥିଲେ | ସୋସିଆଲ ମିଡିଆରେ ତାଙ୍କ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ପ୍ରକୃତରେ, ଜଣେ ଦିବ୍ୟାଙ୍ଗ ଯୁବକ ମହମ୍ମଦ ଆୟାଜ ୭୦୦ କିଲୋମିଟର ଦୂରରୁ ମୁଲାୟମ ସିଂ ଯାଦବଙ୍କୁ ଦେଖିବା ପାଇଁ ଗୁରୁଗ୍ରାମରେ ପହଞ୍ଚିଥିଲେ।

ଏହା ପରେ ସେ ମେଦାନ୍ତ ହସ୍ପିଟାଲ ଫାଟକ ସମ୍ମୁଖରେ ବସି ମୁଲାୟମଙ୍କ ପାଇଁ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଥିଲା। ଯୁବକ ଜଣକ ମୁଣ୍ଡରେ ଏକ ଲାଲ୍ ଟୋପି ପିନ୍ଧିଥିବାବେଳେ ସେ କହିଛନ୍ତି,ଯେ "ନେତାଜୀ(ମୁଲାୟମ) ତାଙ୍କ ଜନ୍ମଦିନରେ ତାଙ୍କୁ କେକ୍ ଖୁଆଇଥିଲେ। ସେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଆଶା କରି ମୁଁ ମେଦାନ୍ତ ହସ୍ପିଟାଲରେ ପହଞ୍ଚିଛି।" ପିଲାଟି କହିଛି ଯେ ମୁଁ ଆମେଥି ଜିଲ୍ଲାରୁ ଆସିଛି। ମୁଁ ଏକାକୀ ବସ୍ ଯୋଗେ ଆସିଛି |


ଯେତେବେଳେ କେହି ତାଙ୍କୁ ପଚାରିଥିଲେ ଯେ ସେ କେବେ ମୁଲାୟମ ସିଂ ଯାଦବଙ୍କୁ ଭେଟିଛନ୍ତି କି, ସେ କହିଥିଲେ, "ଆରେ ଭାଇ, ମୁଁ ମୁଲାୟମ ସିଂ ଯାଦବଙ୍କୁ ୧୦ ଥର ଭେଟିଛି। ମୁଁ ତାଙ୍କୁ ୨୦୧୮, ୨୦୧୯, ୨୦୨୦ ଏବଂ ୨୦୧୨ ରେ ଭେଟିଥିଲି।" ସୂଚନା ଥାଉ କି ଯେ ମୁଲାୟମ ସିଂ ଯାଦବଙ୍କୁ ଗତ କିଛି ଦିନ ହେବ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅକ୍ଟୋବର ୨ ତାରିଖ ସନ୍ଧ୍ୟାରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ଏହା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe