ମୁଲାୟମ ଗୁରୁତର ଅସୁସ୍ଥ: ମେଦାନ୍ତ ହସ୍ପିଟାଲ ଆଇସିୟୁରେ

Advertisment
ମୁଲାୟମ ସିଂଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର, ହସପିଟାଲରେ ପହଞ୍ଚିଲେ ପୁଅ ଅଖିଳେଶ

India Today

ଗୁରୁଗ୍ରାମ: ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ଆଜି ଉଦ୍‌ବେଗଜନକ ହୋଇପଡ଼ିଛି। ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ ଆଇସିୟୁରେ ଚିକିତ୍ସିତ ହେଉଥିବା ମୁଲାୟମଙ୍କ ସ୍ବାସ୍ଥ୍ୟରେ ଆଜି ଦ୍ରୁତ ଅବନତି ଦେଖିବାକୁ ମିଳିବା ପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ମୁଲାୟମଙ୍କ ଭାଇ ଶିବପାଲ ଯାଦବ, ପୁଅ ପ୍ରତୀକ ଯାଦବ ମେଦାନ୍ତରେ ଉପସ୍ଥିତ ଥିବା ବେଳେ ଅଖିଳେଶ ଯାଦବ, ଡିମ୍ପଲ ଏବଂ ଅପର୍ଣ୍ଣା ଯାଦବ ମଧ୍ୟ ଆଜି ସନ୍ଧ୍ୟାରେ ହସ୍ପିଟାଲ ପହଞ୍ଚିଛନ୍ତି। ଡାକ୍ତର ନରେଶ ତ୍ରେହାନଙ୍କ ତତ୍ତ୍ବାବଧାନରେ ଏକ ଡାକ୍ତର ଟିମ୍‌ ମୁଲାୟମଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି। ୮୨ ବର୍ଷୀୟ ମୁଲାୟମ ସିଂହ ଯାଦବ ଗତ କିଛି ବର୍ଷ ଧରି ଲଗାତାର ସ୍ବାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ତାଙ୍କୁ ଜୁନ୍‌ରେ ମେଦାନ୍ତରେ ଭର୍ତ୍ତି କରାଯାଇଥିଲା। ଆଜି ଅପରାହ୍ନରେ ଅଚାନକ ଶ୍ବାସ କ୍ରିୟାରେ ସମସ୍ୟା ଦେଖାଦେବାରୁ ତୁରନ୍ତ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ତାଙ୍କର ଅକ୍ସିଜେନ୍‌ ସ୍ତର କମିଯାଇଥିବା ବେଳେ ରକ୍ତ ଚାପ ମଧ୍ୟ କମିଥିବା ମେଡିକାଲ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe