ପୁରୁଣା ତିକ୍ତତା ଭୁଲି ଆଜି ଏକାଠି ହେଉଛନ୍ତି ମୁଲାୟମ ସିଂହ ଯାଦବ ଏବଂ ମାୟାବତୀ

Advertisment
ପୁରୁଣା ତିକ୍ତତା ଭୁଲି ଆଜି ଏକାଠି ହେଉଛନ୍ତି ମୁଲାୟମ ସିଂହ ଯାଦବ ଏବଂ ମାୟାବତୀ

photo-hindustan times

ଲକ୍ଷ୍ନୌ: ଦୀର୍ଘ୨୪ବର୍ଷର ବ୍ୟବଧାନରେ ଆଜି  ବହୁଜନ ସମାଜ ପାର୍ଟି ସୁପ୍ରିମୋ ସୁଶ୍ରୀ ମାୟାବତୀରଏବଂ ସମାଜବାଦୀ ପାର୍ଟିର ମାର୍ଗଦର୍ଶକ ମୁଲାୟମ ସିଂହ ଯାଦବ ମୈନପୁରୀରେ ଏକ  ନିର୍ବାଚନୀ ସଭାରେ ଏକାଠି ନଜର ଆସିବେ। ଏସପି-ବିଏସପି-ଆରଏଲଡି ମେଣ୍ଟର ମିଳିତ ରାଲି ଆଜି ମେନପୁରୀର ଖ୍ରୀଷ୍ଟିଆନ୍ କଲେଜ ପଡିଆରେ ଆୟୋଜିତ ହେଉଛି। ଏହି ସଭାରେ ଆର ଏଲ ଡି ନେତା ଅଜିତ ସିଂହ ବି ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।

ଉତ୍ତରପ୍ରଦେଶରେ ବହୁଜନ ସମାଜ ପାର୍ଟି ଓ ସମାଜବାଦୀ ପାର୍ଟିର ମେଣ୍ଟ ଘୋଷଣା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ମାୟାବତୀ ବିଗତ ଦିନର ଏକ ତିକ୍ତ ଅନୁଭୂତିକୁ ଭୁଲିଯିବାକୁ ଶ୍ରେୟସ୍କର ମଣିଛନ୍ତି ବୋଲି ପ୍ରକାଶ କରିଥିଲେ।

ଉତ୍ତରପ୍ରଦେଶ ରାଜନୀତିର ଏକ ବହୁଚର୍ଚ୍ଚିତ ପ୍ରକରଣ ‘ଲକ୍ଷ୍ନୌ ଗେଷ୍ଟହାଉସ୍ କାଣ୍ଡ’କୁ ମାୟାବତୀ ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ପାଶୋରି ଯାଇଥିବା ପ୍ରକାଶ କରିଥିଲେ। ୧୯୯୫ ମସିହାରେ ବିଏସପି-ସମାଜବାଦୀ ମେଣ୍ଟ ଥିବା ସମୟରେ ମାୟାବତୀ ଲକ୍ଷ୍ନୌର ଏକ ଭିଆଇପି ଗେଷ୍ଟହାଉସରେ ବୈଠକ କରୁଥିବାବେଳେ ବହୁସଂଖ୍ୟକ ସମାଜବାଦୀ ପାର୍ଟି କର୍ମୀ ସେଠାକୁ ଧସେଇ ପଶି ଭଙ୍ଗାରୁଜା କରିଥିଲେ।

publive-image photo-navbharattimes

କେବଳ ସେତିକି ନୁହେଁ,ମାୟାବତୀଙ୍କୁ ଆକ୍ରମଣ ଉଦ୍ୟମ କରିବା ସହ ତାଙ୍କୁ ଅତ୍ୟନ୍ତ ଅଶ୍ଳୀଳଭାବେ ଗାଳିଗୁଲଜ କରିଥିଲେ। ତାଙ୍କ ଜାତିକୁ ନେଇ ଆକ୍ଷେପ କରିବା ସହ ଯୌନ ଉତ୍ପୀଡ଼ନ ଉଦ୍ୟମ ମଧ୍ୟ କରିଥିଲେ। ଏହି ଘଟଣା ୧୯୯୫ ଜୁନ୍ ୨ ତାରିଖରେ ଘଟିଥିଲା। ଏହାପରେ ଏସପି -ବିଏସପି ସଂପର୍କ ତିକ୍ତତାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା। ବିଜେପି ବିଧାୟକ ବି.ଡ଼ି ଦିବେଦୀଙ୍କ ସହାୟତାରେ ମାୟାବତୀ ବଡ଼ କଷ୍ଟରେ ଅକ୍ରମଣକାରୀଙ୍କ କବଳରୁ ଖସି ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe