ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କପାଳରେ ତିଳକ ଲଗାଇ ସ୍ବାଗତ କଲେ ମୁଲାୟମ୍‌ ସିଂହ ଯାଦବଙ୍କ ନାତୁଣୀ

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କପାଳରେ ତିଳକ ଲଗାଇ ସ୍ବାଗତ କଲେ ମୁଲାୟମ୍‌ ସିଂହ ଯାଦବଙ୍କ ନାତୁଣୀ

Image Courtesy of ANI

ଲକ୍ଷ୍ନୌ: ଆଜି ଲକ୍ଷ୍ନୌରେ ମୁଲାୟମ୍‌ ସିଂହଙ୍କ ନାତୁଣୀ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କପାଳରେ ତିଳକ ଲଗାଇ ସ୍ବାଗତ କରୁଥିବାର ଦୃଶ୍ୟ ସମ୍ବଳିତ ଏକ ଭିଡିଓ ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ଟୁଇଟ୍‌ କରିଛି।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଏକ ମାସ ପୂର୍ବରୁ ଅର୍ଥାତ୍ ଜାନୁଆରି ୧୯ ତାରିଖ ଦିନ ‘ସମାଜବାଦୀ ପାର୍ଟି’ର ସଂସ୍ଥାପକ ମୁଲାୟମ ସିଂହ ଯାଦବଙ୍କ ସାନବୋହୂ ଦଳ ଛାଡ଼ି ‘ବିଜେପି’ରେ ଯୋଗ ଦେଇଥିଲେ।

ଟୁଇଟ୍‌ ହୋଇଥିବା ଉକ୍ତ ଭିଡିଓରେ ଦେଖାଯାଉଛି, ଅପର୍ଣ୍ଣା ଯାଦବ ଏବଂ ତାଙ୍କ କନ୍ୟା ଆଜି ସକାଳେ ଯୋଗୀ ଆଦିତ୍ୟନାଥଙ୍କ ଅଫିସ୍‌ରେ ପହଞ୍ଚି ନିର୍ବାଚନରେ ବିଜୟୀ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ କପାଳରେ ତିଳକ ଲଗାଇ ବନ୍ଦାପନା କରିଥିଲେ।

publive-image Image Courtesy of ANI

ଉତ୍ତର ପ୍ରଦେଶ ନିର୍ବାଚନରେ ପୁଣି ଥରେ ଶାସକ ‘ବିଜେପି’ ବିପୁଳ ବିଜୟ ହାସଲ କରିଥିବାରୁ ଆପଣା ଆତ୍ମସନ୍ତୋଷ ବ୍ୟକ୍ତ କରି ଗୁରୁବାର ଦିନ ଅପର୍ଣ୍ଣା କହିଥିଲେ, ହିନ୍ଦୁ-ମୁସଲମାନ-ଶିଖ୍‌-ଇସାଇ ସଭିଏଁ ଅଟନ୍ତି ବିଜେପି ସମର୍ଥକ।

ସେ ଆହୁରି ମଧ୍ୟ କହିଥିଲେ, ସନ୍ତୁଷ୍ଟିକରଣ ରାଜନୀତି ଏବଂ ଜାତିଆଣା ଆଧାରରେ ଯେଉଁମାନେ ରାଜ୍ୟକୁ ବିଭାଜନ କରୁଥିଲେ, ଏହା ସେମାନଙ୍କ ପ୍ରତି ସମୁଚ୍ଚିତ ଜବାବ। ‘ଜୟ ଶ୍ରୀରାମ’ ସହ ମାର୍ଚ ୧୦ ତାରିଖରେ ଆମେ ସରକାର ଗଠନ କରିବୁ। ଏହାଠୁ ବଳି ଭଲ ସରକାର ଆପଣମାନେ ପାଇ ପାରିବେ ନାହିଁ।

ସୂଚନାଯୋଗ୍ୟ, ଆସନ ସଂଖ୍ୟା ସାମାନ୍ୟ ହ୍ରାସ ପାଇଥିଲେ ସୁଦ୍ଧା ଉତ୍ତର ପ୍ରଦେଶରେ ‘ବିଜେପି’ ନେତୃତ୍ବାଧୀନ ‘ନ୍ୟାସ୍‌ନାଲ୍‌ ଡେମୋକ୍ରାଟିକ୍‌ ଆଲିଏନ୍‌ସ୍‌’ (ଏନ୍‌ଡିଏ) ୨୦୨ଟି ଆସନ ପାଇଁ ସଂଖ୍ୟାଗରିଷ୍ଠତାର ଯଥେଷ୍ଟ ଉର୍ଦ୍ଧ୍ବରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe