ବହୁରୂପୀ କୋଭିଡ୍‌ର ବହୁବିଧ ରୋଗପ୍ରତିରୋଧ ସମ୍ଭବ

Advertisment
ବହୁରୂପୀ କୋଭିଡ୍‌ର ବହୁବିଧ ରୋଗପ୍ରତିରୋଧ ସମ୍ଭବ

Southern University

ନୂଆଦିଲ୍ଲୀ : ବିଶ୍ବରେ ଅଦ୍ୟାବଧି ପାଖାପାଖି କୋଟିଏ ୫୨ ଲକ୍ଷ ଲୋକଙ୍କୁ ଘାଇଲା କରିବା ସହ ୬ ଲକ୍ଷ ୨୧ ହଜାରରୁ ଅଧିକ ମୃତ୍ୟୁର କାରଣ ସାଜିଥିବା ମହାମାରୀ କୋଭିଡ୍‌ ସମ୍ପର୍କରେ ଏକ ସଦ୍ୟ ଅନୁଧ୍ୟାନ ସକାରାତ୍ମକ ମତବାଦ ଆଣିଛି। ବହୁରୂପୀ କରୋନାଭୂତାଣୁ ସାର୍ସ-କୋଭ୍-୨ର ଅନେକ ରୂପ ରହିଛି। ଅର୍ଥାତ୍ ଏହି ଘାତକ ରୋଗର ଅନେକ ସ୍ବାଦ ରହିଛି। ପରୀକ୍ଷା ନିରୀକ୍ଷାରୁ ଏହାର ଅନେକ ରୋଗପ୍ରତିରୋଧକ ଲକ୍ଷଣ ମଧ୍ୟ ଦେଖାଦେଇଥିବା ଗବେଷକମାନେ ଜାଣିବାକୁ ପାଇଛନ୍ତି। ତେବେ ରୋଗୀଠାରେ କୌଣସି ଗୋଟିଏ ଲକ୍ଷଣକୁ ମଧ୍ୟ ନିଶାଣ କରି ରୋଗୀ ଶରୀରରେ ଅଣୁଗତ ପରିବର୍ତ୍ତନ ଭିତ୍ତିରେ ଏହାର ଉପଚାର କରାଯାଇପାରିବ ବୋଲି ଆଶା କରାଯାଉଛି। ଜର୍ମାନୀର ବନ୍ ବିଶ୍ବବିଦ୍ୟାଳୟର ଗବେଷକମାନଙ୍କ ଦ୍ବାରା କରାଯାଇଥିବା ଏହି ଅନୁଧ୍ୟାନରୁ ଏହି ସାର୍ସ-କୋଭ୍-୨ ବିରୋଧରେ ଅତି କମ୍‌ରେ ୫ ପ୍ରକାର ରୋଗପ୍ରତିରୋଧ ପ୍ରତିକ୍ରିୟା ଜଣାପଡ଼ିଛି। ଅନ୍ୟ ପ୍ରକାର କହିବାକୁ ଗଲେ ବିଭିନ୍ନ ପ୍ରକାରର କର୍କଟ ପରି ଏହି ରୋଗର ମଧ୍ୟ ବହୁବିଧ ରୂପରେଖ ରହିଛି। ତେଣୁ ଜଣେ କୋଭିଡ୍ ରୋଗୀଠାରେ ଏହି ଭୂତାଣୁର ଆଣବିକ ତନ୍ତ୍ରକୁ ବିଶ୍ଳେଷଣ କରିପାରିଲେ ତଦନୁସାରେ ଉପଶମଯୋଗ୍ୟ ବ୍ୟବସ୍ଥା ମଧ୍ୟ ନିର୍ଦ୍ଧାରଣ କରିହେବ। ଏପରିକି କେଉଁ ଔଷଧ ସେଥିକି ଭଲ କାମ ଦେବ ତାହା ମଧ୍ୟ ଜାଣିହେବ ବୋଲି ଅନ୍ୟତମ ଗବେଷକ ଡା. ଜାଚିମ୍‌ ସ୍କଲ୍‌ଜ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe