ଦିଲ୍ଲୀରେ ୭୪ତମ ସ୍ବାଧୀନତା ଦିବସ ପାଳନ ନିମନ୍ତେ ବହୁସ୍ତରୀୟ ନିରାପତ୍ତା ଓ କେନ୍ଦ୍ର ସରକାରଙ୍କ ଲୌକିକ ଦୂରତ୍ବ ନିୟମ ଲାଗୁ

Advertisment
ଦିଲ୍ଲୀରେ ୭୪ତମ ସ୍ବାଧୀନତା ଦିବସ ପାଳନ ନିମନ୍ତେ ବହୁସ୍ତରୀୟ ନିରାପତ୍ତା ଓ କେନ୍ଦ୍ର ସରକାରଙ୍କ ଲୌକିକ ଦୂରତ୍ବ ନିୟମ ଲାଗୁ

Image Courtesy of Zee News

ନୂଆଦିଲ୍ଲୀ: ଜାତୀୟ ରାଜଧାନୀର ଅଗଷ୍ଟ ୧୫ ତାରିଖରେ ୭୪ତମ ସ୍ବାଧୀନତା ଦିବସ ପାଳନ ସମୟରେ ଲାଲକିଲ୍ଲା ଏବଂ ଆଖପାଖ ଅଞ୍ଚଳ‌େରେ ସମସ୍ତ ପ୍ରକାର ପ୍ରତିବନ୍ଧକ ଏଡ଼ାଇବାକୁ ଦିଲ୍ଲୀ ପୁଲିସ ବହୁସ୍ତରୀୟ ନିରାପତ୍ତା ବ୍ୟବସ୍ଥା କରିଛି।

ଏଥିନିମନ୍ତେ ଦିଲ୍ଲୀ ପୁଲିସକୁ ସହାୟତା କରିବେ ‘ଏନ୍‌ଏସ୍‌ଜି’, ‘ଏସ୍‌ପିଜି’ ଏବଂ ‘ଆଇଟିବିପି’ ଭଳି ଏଜେନ୍ସିମାନେ। ନିରାପତ୍ତା ବ୍ୟବସ୍ଥା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବାକୁ ଗୁରୁତ୍ବପୂର୍ଣ୍ଣ ସ୍ଥାନମାନଙ୍କରେ ‘ସ୍ବାଟ୍’ ଟିମ୍ ଓ ‘ପରାକ୍ରମ ଭ୍ୟାନ୍’ ମୁତୟନ କରାଯାଇଛି। ଅନେକ ସ୍ଥାନରେ ନିରାପତ୍ତା କର୍ମଚାରୀଙ୍କୁ ମଧ୍ୟ ମୁତୟନ କରାଯାଇଛି ଏବଂ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବାକୁ ଫେସିଆଲ୍‌ ରେକଗ୍‌ନିସନ୍ ସିଷ୍ଟମ୍ ରଖାଯାଇଛି।

publive-image Image Courtesy of Gold Newspaper

କୋଭିଡ୍‌-୧୯ ମହାମାରୀ ସମୟରେ ପାଳନ ହେଉଥିବା ସ୍ବାଧୀନତା ଦିବସରେ କରୋନାଭାଇରସ୍‌ ସମ୍ବନ୍ଧୀୟ ଆବଶ୍ୟକ ସମସ୍ତ ମାର୍ଗଦର୍ଶିକା ମଧ୍ୟ ଲାଗୁ କରାଯିବ ବୋଲି ଦିଲ୍ଲୀ ପୁଲିସ କହିଛି। ଏହି ସମୟରେ ଜାତୀୟ ରାଜଧାନୀରେ ସର୍ବସାଧାରଣଙ୍କ ଯାନବାହନ ଅବାଧ ଓ ନିରାପଦରେ ଚଳାଚଳ ହେବା ନିମନ୍ତେ କର୍ମଚାରୀ ମୁତୟନ ହେବା ସହ ସଙ୍କେତଫଳକ ଲଗାଯାଇଛି।

କେନ୍ଦ୍ରୀୟ ଦିଲ୍ଲୀର ପ୍ରମୁଖ ସ୍ଥାନମାନଙ୍କ ବ୍ୟତୀତ, ସମଗ୍ର ସହରରେ ହାଇ ସିକ୍ୟୁରିଟି ଲାଗୁ କରାଯାଇଛି। ସହରରେ ପ୍ରତିମୁହୂର୍ତ୍ତରେ ଘଟୁଥିବା ପ୍ରତ୍ୟେକ ଘଟଣା ଉପରେ ଜିଲ୍ଲା ଡିସିପିମାନେ ଦୃଷ୍ଟି ରଖିଛନ୍ତି।

ଲାଲ୍‌କିଲ୍ଲାରେ ଆୟୋଜନ କରାଯାଉଥିବା ସ୍ବାଧୀନତା ଦିବସ ଉତ୍ସବରେ ଜାତୀୟ ସଙ୍ଗୀତ ଗାୟନ ଓ ୨୧ଟି ତୋପ ସଲାମୀ ମଧ୍ୟରେ ଜାତୀୟ ପତାକା ଉତ୍ତୋଳନ ହେବ। ସଶସ୍ତ୍ର ବାହିନୀ ଏବଂ ଦିଲ୍ଲୀ ପୁଲିସ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ୍ ଅନର୍‌ ପ୍ରଦାନ କରିବେ। ଏହା ପରେ ପ୍ରଧାନମନ୍ତ୍ରୀ ଅଭିଭାଷଣ ପ୍ରଦାନ କରିବେ ଓ ଶେଷକୁ ତ୍ରିରଙ୍ଗ ବେଲୁନ୍ ଛଡ଼ାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe